• padmabati kund

ଜାଣନ୍ତୁ : କେଉଁ ଖାଦ୍ୟକୁ କିପରି ରଖାଯାଏ ଫ୍ରିଜରେ


(ବେତାର ବ୍ୟୁରୋ) ଖାଦ୍ୟପେୟକୁ ଫ୍ରେସ ଓ ସୁରକ୍ଷିତ ରଖିବା ପାଇଁ ଫ୍ରିଜର ବ୍ୟବହାର କରାଯାଇଥାଏ। ଅଧିକ ସମୟ ପର୍ଯ୍ୟନ୍ତ ଖାଦ୍ୟକୁ ଫ୍ରେସ ରଖିବା ପାଇଁ ଏହାଠାରୁ ଭଲ ଉପାୟ ଆଉ କିଛି ନାହିଁ। କିନ୍ତୁ ସବୁ ଖାଦ୍ୟ ଜିନିଷକୁ ଫ୍ରିଜରେ ରଖାଯାଇନଥାଏ। ଏପରି ମଧ୍ୟ କିଛି ଜିନିଷ ରହିଛି ଯାହାକୁ ଫ୍ରିଜରେ ରଖିବା କ୍ଷତିକାରକ ହୋଇଥାଏ।

ଏପରି କିଛି ସାମଗ୍ରୀ ରହିଛି ଯାହାକୁ ଫ୍ରିଜରେ ରଖିବା ଦ୍ଵାରା ଏହାର ସ୍ଵାଦରେ ପରିବର୍ତ୍ତନ ହୋଇଯାଇଥାଏ କିମ୍ବା ଫ୍ରିଜ ମଧ୍ୟରେ ଗନ୍ଧ ଭରିଯାଇଥାଏ। ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ କଣ।

1.କଫି: ଯଦି ଆପଣ ଫ୍ରିଜ ମଧ୍ୟରେ କଫିକୁ ରଖିବେ ତେବେ ଏହାର ସ୍ଵାଦ ଖରାପ ହୋଇଯାଇଥାଏ ଓ ଏହାର ପ୍ରକୃତ ବାସ୍ନା ମଧ୍ୟ ଚାଲିଯାଇଥାଏ। କଫିକୁ ସବୁବେଳେ ଅନ୍ଧାରୁଆ ସ୍ଥାନରେ ଓ ସାଧାରଣ ତାପମାତ୍ରାରେ ରଖିବା ଉଚିତ।

2.ପାଉଁରୁଟି: ଫ୍ରିଜରେ ପାଉଁରୁଟି ରଖିବା ଦ୍ଵାରା ଏହା ଅଧିକ ଶୁଖିଲା ହୋଇଯାଇଥାଏ। ଯଦି ଆପଣ ଫ୍ରିଜରେ ପାଉଁରୁଟି ରଖିବାକୁ ଚାହୁଁଛନ୍ତି ତେବେ ଏହାକୁ ଭଲ ଭାବରେ କାଗଜ ବା ଜରିରେ ଗୁଡାଇ ରଖନ୍ତୁ। ଫ୍ରିଜରେ ରଖିଥିବା ବ୍ରେଡକୁ ଦୁଇରୁ ତିନିଦିନ ମଧ୍ୟରେ ବ୍ୟବହାର କରିନେବା ଉଚିତ।

3.ପିଆଜ ଓ ରସୁଣ: ଏହାକୁ ଫ୍ରିଜରେ ରଖିବା ଦ୍ଵାରା ଏହା ଶୀଘ୍ର ପଚିଯାଇଥାଏ। ପିଆଜ ଓ ରସୁଣକୁ ଫ୍ରିଜ ଭିତରେ ନରଖି ଖୋଲା ସ୍ଥାନରେ ସାଧାରଣ ତାପମାତ୍ରାରେ ରଖନ୍ତୁ। ସୂର୍ଯ୍ୟକିରଣ ଠାରୁ ଏହାକୁ ଦୂରେଇ ରଖନ୍ତୁ।

4.ଟମାଟୋ: ଟମାଟୋକୁ ଫ୍ରିଜରେ ରଖିବା ଦ୍ଵାରା ଏହାର ସ୍ଵାଦ ନଷ୍ଟ ହୋଇଯାଇଥାଏ। ଫ୍ରିଜରେ ରଖାଯାଇଥିବା ଟମାଟୋକୁ ଖାଦ୍ୟରେ ପକାଇଲେ ଏହା ଉକ୍ତ ଖାଦ୍ୟର ସ୍ଵାଦକୁ ନଷ୍ଟ କରିଦେଇଥାଏ।

5.ଆଳୁ: ଆଳୁକୁ ଫ୍ରିଜରେ ରଖିବା ଦ୍ଵାରା ଏଥିରେ ଶର୍କରାର ପରିମାଣ ବଢିଯାଇଥାଏ। ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ଆଳୁକୁ ଫ୍ରିଜରେ ରଖିବା ପୂର୍ବରୁ ଏହାକୁ କୌଣସି ପେପର ବ୍ୟାଗରେ ଭଲ ଭାବରେ ଗୁଡାଇ ରଖନ୍ତୁ।

6.ଶାଗ:ଏହାକୁ ଫ୍ରିଜରେ ରଖିବା ପରେ ଏହା ଆଖପାଖର ବାସ୍ନାକୁ ନିଜ ମଧ୍ୟରେ ଅବଶୋଷଣ କରିନେଇଥାଏ। ଫ୍ରିଜରେ ରଖିବା ପରେ ଏହାର ସ୍ଵାଦ ମଧ୍ୟ ପରିବର୍ତ୍ତନ ହୋଇଥାଏ। ଯଦି ଶାଗକୁ ଫ୍ରିଜରେ ରଖିବାକୁ ଚାହୁଁଛନ୍ତି ତେବେ ଏହାକୁ କୌଣସି ଡବାରେ ଭରିକରି ଫ୍ରିଜରେ ରଖି ପାରିବେ।

7. କଦଳୀ: କଦଳୀକୁ ମଧ୍ୟ ଫ୍ରିଜରେ ରଖିବା ଦ୍ଵାରା ଏହା ପାଚିନଥାଏ। ଏହାର ପ୍ରକୃତ ସ୍ଵାଦ ମଧ୍ୟ ନଷ୍ଟ ହୋଇଯାଇଥାଏ। ଯଦି ଆପଣ ପାଚି ଯାଇଥିବା କଦଳୀକୁ ଫ୍ରିଜରେ ରଖୁଛନ୍ତି ତେବେ ଏହାର ସ୍ଵାଦ ପରିବର୍ତ୍ତନ ହୋଇନଥାଏ।

#food #health

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon