• padmabati kund

ଫିଲ୍ମ ଫ୍ରାଇଡେ : ନୂଆ ଲଭ ଷ୍ଟୋରୀ ସହିତ 'ଲୁକାଛୁପି' ଓ ଡକାୟତଙ୍କ ଜୀବନ ଉପରେ 'ସୋନଚିଡ଼ିଆ'


(ବେତାର ବ୍ୟୁରୋ) ଚଳିତ ଶୁକ୍ରବାର ବଲିଉଡରେ ରିଲିଜ ହୋଇଥିବା  ଫିଲ୍ମ ମଧ୍ୟରେ ରହିଛି କୃତି ସେନନ ଓ କାର୍ତ୍ତିକ ଆର୍ୟନଙ୍କ ଅଭିନୀତ ‘ଲୁକଛୁପି’ ଏବଂ ସୁଶାନ୍ତ ସିଂ ରାଜପୁତ, ମନୋଜ ବାଜପେୟୀ ଓ ଭୂମି ପେଦ୍ନେକରଙ୍କ ଅଭିନୀତ ଫିଲ୍ମ ‘ସୋନଚିଡିୟା’। ଯଦି ଆପଣ ଏହି ଫିଲ୍ମ ଦେଖିବାକୁ  ଯୋଜନା କରୁଛନ୍ତି ତେବେ ଜାଣିରଖନ୍ତୁ ଏହାର କାହାଣୀ କିପରି ରହିଛି।

ଲୁକାଛୁପି

ବର୍ତ୍ତମାନ ସମୟରେ ‘ଲିଭ୍ ଇନ ରିଲେସନସିପ’କୁ ଆଇନଗତ ସ୍ଵୀକୃତି ମିଳିଥିଲେ ମଧ୍ୟ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଏହାକୁ ଖରାପ ନଜରରେ ଦେଖିଥାନ୍ତି। ଏହିପରି ଦୁଇଟି ଅଲଗା ଅଲଗା ଚିନ୍ତାଧାରାକୁ ନେଇ ନିର୍ଦ୍ଦେଶକ ଲକ୍ଷ୍ମଣ ଉତେକର ‘ଲୁକାଛୁପି’ ପ୍ରସ୍ତୁତ କରିଛନ୍ତି।

ଫିଲ୍ମର କାହାଣୀ ଆରମ୍ଭ ହୋଇଛି ମଥୁରାର ଏକ ଲୋକାଲ ନ୍ୟୁଜ ଚ୍ୟାନେଲର ରିପୋର୍ଟର ଗୁଡ୍ଡୁ (କାର୍ତ୍ତିକ ଆର୍ୟନ) ଓ ଏକ ରାଜନୈତିକ ଦଳର ମୁଖ୍ୟ ତ୍ରିଦେବୀ (ବିନୟ ପାଠକ)ଙ୍କ ଏକମାତ୍ର ଝିଅ ରଶ୍ମି(କୃତି ସେନନ)ଙ୍କ ଠାରୁ। ଇଣ୍ଟର୍ନସିପ କରିବା ସମୟରେ ରଶ୍ମିର ଗୁଡ୍ଡୁ ସହ ଦେଖାହୁଏ ଓ ଉଭୟ ପରସ୍ପରକୁ ଭଲ ପାଇଯାଆନ୍ତି। ତେବେ କାହାଣୀରେ ସେତେବେଳେ ନୂଆମୋଡ ଆସେ ଯେତେବେଳେ ରଶ୍ମି ଗୁଡ୍ଡୁ ସହିତ ଲିଭ୍ ଇନ ରିଲେସନସିପରେ ରହିବାକୁ ଚାହେଁ। ମାତ୍ର ତାର ବାପା ତ୍ରିଦେବୀ ଜୀ’ ଙ୍କ ରାଜନୈତିକ ଦଳ ଏହାର କଡା ବିରୋଧ  କରୁଛନ୍ତି।

ମଥୁରାରେ ଯେକୌଣସି ପ୍ରେମୀଯୁଗଲଙ୍କୁ ଦେଖିଲେ ସେମାନଙ୍କ ମୁହଁ କଳା କରିଦେଉଛନ୍ତି। ଏହି ସମୟରେ ଗୁଡ୍ଡୁର ସାଙ୍ଗ ଅବ୍ବାସ (ଅପାରଶକ୍ତି ଖୁରାନା) ଉଭୟଙ୍କୁ ଏକ ଉପାୟ କହିଛି। ଚ୍ୟାନେଲର ଏକ ଅସାଇନମେଣ୍ଟ ପୁରା କରିବା ପାଇଁ ଉଭୟଙ୍କୁ ଗ୍ଵାଲିୟରରେ ଯାଇ ୨୦ଦିନ ଲିଭ୍ ଇନ ରିଲେସନରେ ରହିବାକୁ କହିଛି। ଗ୍ଵାଲିୟରରେ ରହି ଗୁଡ୍ଡୁ ଓ ରଶ୍ମି ବିବାହ  ପାଇଁ ନିଷ୍ପତ୍ତି ନେବା ପରେ  ଗୁଡ୍ଡୁର ପରିବାର ସେଠାରେ ପହଞ୍ଚିଯାଇଛି। ବହୁତ ବୁଝାଇବା ପରେ ଗୁଡ୍ଡୁର ପରିବାର ସେମାନଙ୍କୁ ବିବାହିତ ବୋଲି ମାନିଛନ୍ତି ମାତ୍ର ଦୁହିଁଙ୍କ ପାଇଁ ସମସ୍ୟା ହେଉଛି ସେମାନେ ବିବାହ କରିନାହାନ୍ତି ଓ ପରେ ବିବାହ କରିବା ପାଇଁ ଲୁଚିଲୁଚି ସେମାନେ କଣ କରୁଛନ୍ତି ଜାଣିବା ପାଇଁ ଫିଲ୍ମ ଦେଖିବାକୁ ପଡିବ।

ଫିଲ୍ମ ଜରିଆରେ ‘ଲିଭ ଇନ ରିଲେସନ’କୁ ବହୁତ ଭଲ ଭାବରେ ଚିତ୍ରିତ କରାଯାଇଛି। ଫିଲ୍ମରେ କାର୍ତ୍ତିକ ଓ କୃତିଙ୍କ ଅଭିନୟକୁ ଦର୍ଶକମାନେ ପସନ୍ଦ କରିଛନ୍ତି।  ଏହାସହିତ ଅନ୍ୟ ଅଭିନେତାମାନଙ୍କ ଅଭିନୟକୁ ମଧ୍ୟ ଦର୍ଶକମାନେ ପସନ୍ଦ କରୁଛନ୍ତି।

ସୋନଚିଡିୟା

ଏହି ଫିଲ୍ମରେ ଜଙ୍ଗଲରେ ରହୁଥିବା ଡକାୟତଙ୍କ ଜୀବନର କାହାଣୀକୁ ଚିତ୍ରିତ କରାଯାଇଛି। ଏହାକୁ ଦେଖିବା ପରେ ଡକାୟତଙ୍କ ଜୀବନକୁ ନେଇ ଆପଣଙ୍କ ଚିନ୍ତାଧାରାରେ ନିଶ୍ଚିନ୍ତ ପରିବର୍ତ୍ତନ ଆସିବ। ଏଥିରେ ଡକାୟତ ମାନ ସିଂ ଗ୍ୟାଙ୍ଗର କାହାଣୀକୁ ଚିତ୍ରିତ କରାଯାଇଛି। ଫିଲ୍ମରେ ଡକାୟତମାନେ ଖାଲି ପାଦରେ ଭୋକିଲା ରହି ଜଙ୍ଗଲ ଓ ମାଳଭୂମିରେ ବୁଲୁଥାନ୍ତି। ପୋଲିସ ଆଖିରୁ ବଞ୍ଚିବା ପାଇଁ ସେମାନେ କିପରି ଲୁଚୁଛନ୍ତି ଏହାକୁ ମଧ୍ୟ ସୁନ୍ଦର ଭାବରେ ଦର୍ଶାଯାଇଛି। ଏହାସହିତ ଜାତିଭେଦ, ବର୍ଗଭେଦ ଅନୁସାରେ ସମାଜରେ କିପରି ବର୍ଗୀକରଣ କରାଯାଇଛି ତାହା ମଧ୍ୟ ଦର୍ଶାଯାଇଛି।

ନିର୍ଦ୍ଦେଶକ ଅଭିଷେକ ଚୌବେ ଡକାୟତଙ୍କ ଜୀବନକୁ ସଫଳ ଭାବରେ ପରଦା ଉପରେ ପ୍ରଦର୍ଶନ କରିଛନ୍ତି। ଏଥିରେ ମୁଖ୍ୟ ଭୂମିକାରେ ସୁଶାନ୍ତ ସିଂ ରାଜପୁତ, ମନୋଜ ବାଜପେୟୀ, ଭୂମି ପେଦ୍ନେକର, ରଣବୀର ଶୌରୀ ଓ ଆଶୁତୋଷ ରାଣା ଅଭିନୟ କରିଛନ୍ତି। ସମସ୍ତ ଅଭିନେତା ନିଜ ଚରିତ୍ର ଅନୁଯାୟୀ ଖୁବ ଭଲ ଅଭିନୟ କରିଛନ୍ତି ଓ ଫିଲ୍ମକୁ ବାସ୍ତବିକ ରୂପ ଦେବାରେ ସଫଳ ହୋଇଛନ୍ତି। ଏହାକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି।

#entertainment #bollywoood #fridayrelease

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon