• ବେତାର ବ୍ୟୁରୋ

ଜ୍ୟୋତିଷ ଟିପ୍ସ : ରାଶି ଅନୁଯାୟୀ କେଉଁ ରଙ୍ଗର ଗାଡି ଶୁଭ


(ବେତାର ବ୍ୟୁରୋ) ଲୋକମାନେ ବହୁତ ଅର୍ଥ ବ୍ୟୟ କରି ନିଜ ପାଇଁ ଯାନବାହାନ କିଣିଥାନ୍ତି। ଯେତେ ଦାମୀ ଗାଡି କିଣିଲେ ମଧ୍ୟ ଦେଖାଯାଇଥାଏ ଯେ ସେହି ଗାଡି ଆପଣଙ୍କ ପାଇଁ ପରବର୍ତ୍ତୀ ସମୟରେ କିଛି ନା କିଛି ସମସ୍ୟା ସୃଷ୍ଟି କରିଥାଏ। ବାରମ୍ବାର ସେହି ଗାଡି ଖରାପ ହୋଇଯାଇଥାଏ। ବେଳେ ବେଳେ ଏହି ସମସ୍ୟା ଏତେ ବଢିଯାଇଥାଏ ଯେ, ସେହି ଗାଡି ପାଇଁ ଆପଣ ଦୁର୍ଘଟଣାର ମଧ୍ୟ ସାମ୍ନା କରିପାରନ୍ତି। ଏହି ସମସ୍ୟାର କାରଣ ଆପଣଙ୍କ ଗ୍ରହ ପାଇଁ ଗାଡିର ରଙ୍ଗ ଅନୁକୂଳ ନେହେବା।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସବୁ ରଙ୍ଗ ସମସ୍ତଙ୍କ ପାଇଁ ଶୁଭ ହୋଇନଥାଏ। ତେଣୁ ନୂତନ ଗାଡି କିଣିବା ସମୟରେ ଆପଣଙ୍କ ପାଇଁ କେଉଁ ରଙ୍ଗ ଶୁଭ ଜାଣିବା ପରେ ସେହି ରଙ୍ଗର ଗାଡି କିଣନ୍ତୁ। ଆପଣଙ୍କ ରାଶି ଅନୁଯାୟୀ କେଉଁ ରଙ୍ଗର ଗାଡି ଆପଣଙ୍କ ପାଇଁ ଶୁଭ ଆସନ୍ତୁ ଜାଣିବା।

ମେଷ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ହାଲକା ରଙ୍ଗର ଯାନବାହାନ ଶୁଭ ହୋଇଥାଏ। ଏଥିପାଇଁ ଧଳା, ହାଲକା ସବୁଜ ଓ ହାଲକା ଗୋଲାପି ରଙ୍ଗର ଗାଡି କିଣନ୍ତୁ। କଳା ରଙ୍ଗର ଯାନବାହାନ କିଣନ୍ତୁ ନାହିଁ।

ବୃଷ: ବୃଷ ରାଶିର ସ୍ଵାମୀ ଶୁକ୍ର ଅଟନ୍ତି। ଏଥିପାଇଁ ଏହି ରାଶିର ବ୍ୟକ୍ତିଙ୍କୁ ରୂପା ରଙ୍ଗର ଗାଡି କିଣିବା ଉଚିତ। ଧଳା ରଙ୍ଗର ଗାଡି ମଧ୍ୟ ଆପଣଙ୍କ ପାଇଁ ଶୁଭ ରହିବ।

ମିଥୁନ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଗାଢ ରଙ୍ଗର ଗାଡି ଶୁଭ ହୋଇଥାଏ। ଏଥିପାଇଁ ଆପଣ କଳା, ଗୋଲାପି, ଲାଲ ରଙ୍ଗର ଗାଡି କିଣିପାରିବେ। ଏହାବ୍ୟତୀତ ଚମକୁଥିବା ଧଳା ରଙ୍ଗ ମଧ୍ୟ ଆପଣଙ୍କ ପାଇଁ ଶୁଭ ଅଟେ।

କର୍କଟ: ଏହି ରାଶିର ବ୍ୟକ୍ତି ନୀଲ, ଧଳା, ଗାଢ ସବୁଜ ଓ ହାଲକା ହଳଦିଆ ରଙ୍ଗର ଯାନବାହାନ କିଣିପାରିବେ। ଏହି ରଙ୍ଗ ଆପଣଙ୍କ ପାଇଁ ଶୁଭ ଅଟେ।

ସିଂହ: ସିଂହ ରାଶିର ସ୍ଵାମୀ ସୂର୍ଯ୍ୟଦେବ ଅଟନ୍ତି। ଏଥିପାଇଁ ଏହି ରାଶିର ବ୍ୟକ୍ତିଙ୍କୁ ଲାଲ, ନାରଙ୍ଗୀ ଓ ହଳଦିଆ ରଙ୍ଗର ଯାନବାହାନ କିଣିବା ଉଚିତ।

କନ୍ୟା: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ପ୍ରାୟ ସମସ୍ତ ରଙ୍ଗର ଯାନବାହାନ ଶୁଭ ଅଟେ। ମାତ୍ର ହଳଦିଆ ଓ ସବୁଜ ରଙ୍ଗ ଆପଣଙ୍କ ପାଇଁ ଅଧିକ ଶୁଭ ଅଟେ।

ତୁଳା: ତୁଳା ରାଶିର ସ୍ଵାମୀ ଶୁକ୍ର ଅଟନ୍ତି। ଏଥିପାଇଁ ଆପଣଙ୍କୁ ଧଳା ରଙ୍ଗର ଯାନବାହାନ କିଣିବା ଉଚିତ। ଗାଢ ନୀଳ ରଙ୍ଗର ଯାନବାହାନ ମଧ୍ୟ ଆପଣଙ୍କ ପାଇଁ ଶୁଭ ଅଟେ।

ବିଛା: ଏହି ରାଶିର ବ୍ୟକ୍ତି ମିଶ୍ରିତ ରଙ୍ଗର ଯାନବାହାନ କିଣିବା ଉଚିତ। ବାଇଗଣୀ ରଙ୍ଗ, ମେରୁନ ରଙ୍ଗ, ଗାଢ ସବୁଜ ରଙ୍ଗର ଗାଡି କିଣିବା ଉଚିତ।

ଧନୁ: ନୀଳ, ହଳଦିଆ, ନାରଙ୍ଗୀ ରଙ୍ଗ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅଧିକ ଶୁଭ ହୋଇଥାଏ। ତେଣୁ ଏହି ରଙ୍ଗର ଯାନବାହାନ କିଣିବା ଉଚିତ।

ମକର: ମକର ରାଶିର ସ୍ଵାମୀ ଶନିଦେବ ଅଟନ୍ତି। ଏଥିପାଇଁ ଆପଣଙ୍କ ପାଇଁ ଗାଢ ରଙ୍ଗ ଶୁଭ ଅଟେ। କଳା, ବାଇଗଣୀ, ନୀଳ ରଙ୍ଗର ଗାଡି କିଣନ୍ତୁ।

କୁମ୍ଭ: ଗାଢ ରଙ୍ଗ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ଅଟେ। କଳା, ନୀଳ, ବାଇଗଣୀ, ସବୁଜ ରଙ୍ଗର ଗାଡି ଆପଣଙ୍କ ପାଇଁ ଶୁଭ ଅଟେ।

ମୀନ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଉଭୟ ହାଲକା ଓ ଗାଢ ରଙ୍ଗର ଯାନବାହାନ ଶୁଭ ହୋଇଥାଏ।ତଥାପି ଆପଣ ହାଲକା ଗୋଲାପି, ହଳଦିଆ ରଙ୍ଗର ଯାନବାହାନ କିଣନ୍ତୁ। ଏହାବ୍ୟତୀତ ସବୁଜ ରଙ୍ଗର ଯାନବାହାନ ମଧ୍ୟ କିଣିପାରିବେ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

#astrology #vehiclecolour #horoscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon