• padmabati kund

ବିନା କେମିକାଲରେ ଘରୋଇ ଉପାୟରେ କରନ୍ତୁ କେଶ ରଙ୍ଗ


(ବେତାର ବ୍ୟୁରୋ) ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ, ପ୍ରଦୂଷଣ କାରଣରୁ ଅନେକ ଯୁବାବୟସର ଲୋକଙ୍କର ମଧ୍ୟ କେଶ ପାଚିଯାଉଛି। ଏଥିପାଇଁ ପ୍ରାୟ ଲୋକ ନିଜ କେଶକୁ ରଙ୍ଗ କରୁଛନ୍ତି। ବଜାରରେ ମିଳୁଥିବା କେମିକାଲ ଯୁକ୍ତ ପ୍ରଡ଼କ୍ଟ ସାହାଯ୍ୟରେ କେଶକୁ ରଙ୍ଗ କରିବା ଦ୍ଵାରା ଏହା କେଶ ପାଇଁ କ୍ଷତିକାରକ ହୋଇଥାଏ। ଏଥିପାଇଁ ଆପଣ ପ୍ରାକୃତିକ ପଦାର୍ଥରୁ ପ୍ରସ୍ତୁତ ପେଷ୍ଟ ସାହାଯ୍ୟରେ କେଶକୁ ରଙ୍ଗ କରନ୍ତୁ।

ଆସନ୍ତୁ ଜାଣିବା ଏପରି କିଛି ସାମଗ୍ରୀ ବିଷୟରେ ଯାହାକି ଆପଣଙ୍କ ରୋଷେଇଘରେ ମିଳିଯିବ ଓ ଏହାକୁ ବ୍ୟବହାର କରି ଆପଣ କେଶକୁ ରଙ୍ଗ କରିପାରିବେ। ଏହାର ପ୍ରୟୋଗରେ ଆପଣଙ୍କର କେଶ ରଙ୍ଗ ହେବା ସହିତ ମଜଭୁତ ମଧ୍ୟ ହୋଇଥାଏ।

୧.ଆଳୁର ପେଷ୍ଟ: ଆଳୁ ଆପଣଙ୍କ ତ୍ଵଚା ସହିତ କେଶ ପାଇଁ ବହୁତ ଉପଯୋଗୀ ଅଟେ। ଆଳୁର ମାସ୍କ ବ୍ୟବହାର କରି ଆପଣ କେଶକୁ ପ୍ରାକୃତିକ ଉପାୟରେ ରଙ୍ଗ କରିପାରିବେ। ଏଥିପାଇଁ ଆଳୁର ଚୋପା ଛଡାନ୍ତୁ ଓ ଏହି ଚୋପାକୁ ଏକ କପ ପାଣିରେ ମିଶାଇ ଫୁଟାନ୍ତୁ। ଭଲଭାବରେ ଫୁଟିଯିବା ପରେ ଏହାକୁ ଥଣ୍ଡା କରନ୍ତୁ। କେଶକୁ ଶାମ୍ପୋ କରିବା ପରେ ଏହାକୁ କେଶରେ ଭଲ ଭାବରେ ଲଗାନ୍ତୁ। ଶୁଖିଯିବା ପରେ ପୁଣିଥରେ କେଶକୁ ଧୋଇଦିଅନ୍ତୁ।

୨.କଫି ପାଉଡର ଓ କଣ୍ଡିଶନର: ବ୍ଲାକ ବା ବ୍ରାଉନ କଫି ସହିତ କଣ୍ଡିଶନର ମିଶାଇ କେଶରେ ଲଗାଇବା ଦ୍ଵାରା କେଶ ବ୍ରାଉନ ରଙ୍ଗ ହୋଇଥାଏ। ଏହାବ୍ୟତୀତ ଚା’ ଓ କଫିକୁ ପାଣିରେ ମିଶାଇ ଗରମ କରି କେଶରେ ଲଗାଇବା ଦ୍ଵାରା କେଶ ରଙ୍ଗ ହେବା ସହିତ କେଶର ଚମକ ମଧ୍ୟ ବଢିଥାଏ।

୩.ମେହେନ୍ଦୀ ଓ ହଳଦୀ: ଯଦି ଆପଣ ମେହେନ୍ଦିର ରଙ୍ଗକୁ ପସନ୍ଦ କରୁନାହାନ୍ତି ତେବେ ଏଥିରେ ହଳଦୀଗୁଣ୍ଡ ମିଶାଇ ଲଗାନ୍ତୁ। ଏହାଦ୍ଵାରା ଆପଣଙ୍କ କେଶକୁ ଏକ ଭିନ୍ନ ରଙ୍ଗ ମିଳିବ। ଏଥିପାଇଁ ପ୍ରଥମେ ହେନା ବା ମେହେନ୍ଦୀରେ ଲେମ୍ବୁ ଓ ତେଲ ମିଶାଇ ୬ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ ଓ କେଶରେ ଲଗାଇବା ସମୟରେ ଏଥିରେ ହଳଦୀ ମିଶାଇ ଲଗାନ୍ତୁ।

୪.ବିଟ୍ ଓ ମେହେନ୍ଦୀ: ଯଦି ଆପଣ କେଶକୁ ବରଗଣ୍ଡି ରଙ୍ଗ ଦେବାକୁ ଚାହୁଁଛନ୍ତି ତେବେ ହେନାରେ ବିଟ୍ ରସ ମିଶାଇ ଲଗାନ୍ତୁ।ମେହେନ୍ଦୀରେ ବିଟ୍ ରସ ୬ଘଣ୍ଟା ପାଇଁ ଗୋଳାଇ ରଖନ୍ତୁ। ଏହାପରେ ଏହାକୁ କେଶରେ ଲଗାଇ ଦୁଇଘଣ୍ଟା ପାଇଁ ଛାଡି ଦିଅନ୍ତୁ। ଏହାପରେ କେଶକୁ ଧୋଇଦିଅନ୍ତୁ।

୫.ଗାଜର ଓ ବିଟ୍ ରସ: କେଶକୁ ହାଲକା ଲାଲ ରଙ୍ଗ ଦେବାକୁ ଚାହୁଁଥିଲେ ଗାଜର ଓ ବିଟ୍ ମିଶ୍ରଣକୁ ବ୍ୟବହାର କରିପାରିବେ। ଗାଜର ଓ ବିଟ୍ ରସ ସହିତ ଅଳ୍ପ ନଡିଆ ତେଲ ସହିତ ମିଶାଇ କିଛି ସମୟ ପାଇଁ ରଖନ୍ତୁ। ଏହି ପେଷ୍ଟକୁ କେଶରେ ଲଗାଇ ଶୁଖିବା ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ କେଶକୁ ଭଲ ଭାବରେ ଧୋଇଦିଅନ୍ତୁ।

#lifestyle #haircolour

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon