• padmabati kund

ଭାରତ-ପାକ ଉତ୍ତେଜନାକୁ ବଲିଉଡ ଫିଲ୍ମ ଗୀତ ସହ ତୁଳନା କରି ସମାଲୋଚିତ ଟିଭି ଉପସ୍ଥାପକ


(ବେତାର ବ୍ୟୁରୋ) ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ସମଗ୍ର ବିଶ୍ଵକୁ ଜଣା। ଏହି ଉଭୟ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ନେଇ ଦକ୍ଷିଣଆଫ୍ରିକା ଟେଲି ଶୋ’ର ଜଣେ ଉପସ୍ଥାପକ ଟ୍ରେଭର ନୁହ ଏକ ହସକଥା କହିଥିଲେ ଓ ଏଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ସମାଲୋଚିତ ହେବାକୁ ପଡିଛି।

ଦକ୍ଷିଣ ଆଫ୍ରିକାର କମେଡିଆନ ଟ୍ରେଭର ନୋହ ଭାରତ ଓ ପାକିସ୍ତାନର ସୈନିକଙ୍କର ମଜା ଉଡାଇଛନ୍ତି। ଟ୍ରେଭର  ନିଜ ଟେଲି ଶୋ’ରେ ଉପସ୍ଥାପନା କରୁଥିବା ସମୟରେ ଶୋ’ ମାଧ୍ୟମରେ ଲୋକଙ୍କୁ ହସାଇବା ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲୁଥିବା ଉତ୍ତେଜନା ଉପରେ କମେଣ୍ଟ ମଧ୍ୟ କରିଥିଲେ। ଟ୍ରେଭରଙ୍କର ଏହି ଭିଡିଓକୁ ସୋସିଆଲ ମିଡିଆରେ ଖୁବ ଟ୍ରୋଲ କରାଯାଉଛି।

ଏହି ଭିଡିଓରେ ଟ୍ରେଭର କହିଛନ୍ତି ଯେ, ମୁଁ ପ୍ରାର୍ଥନା କରୁଛି ଯେମିତି ଭାରତ ଓ ପାକିସ୍ତାନ ପରସ୍ପର ମଧ୍ୟରେ ଲଢନ୍ତୁ ନାହିଁ। ଯଦି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏସବୁ ଦେଖିବା ବହୁତ ମନୋରଞ୍ଜନ ପୂର୍ଣ୍ଣ ହେବ। ଏହାସହିତ ସେ ଏହି ଭିଡିଓରେ ଭାରତୀୟ ସୈନିକଙ୍କର ମଜା ଉଡାଇ କହିଛନ୍ତି ଯେ, ଭାରତୀୟ ସୈନିକମାନେ ବଲିଉଡ ଗୀତରେ ନାଚି ନାଚି ଶତ୍ରୁପକ୍ଷଙ୍କୁ ମାରିବେ। ଟ୍ରେଭରଙ୍କ ଏହି କଥା ପାଇଁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ସମାଲୋଚନା କରିଛନ୍ତି।

ଟ୍ଵିଟର ବ୍ୟବାହରକାରୀମାନେ ଟ୍ରେଭରଙ୍କୁ ଟ୍ରୋଲ କରି ଲେଖିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଏତେ ଗମ୍ଭୀର ପରିସ୍ଥିତି ଚାଲିଥିବା ବେଳେ ତୁମକୁ ମଜା ଲାଗୁଛି। ଏହା ଏତେ ସହଜ ନୁହେଁ, ନିଜ ଶୋ’କୁ ଲୋକପ୍ରିୟ କରିବା ପାଇଁ ଯେକୌଣସି ଜିନିଷର ସାହାରା ନେବା ଭୁଲ ବୋଲି ଟ୍ଵିଟର ବ୍ୟବହାରକାରୀମାନେ କହିଛନ୍ତି।

ଅନ୍ୟଜଣେ ଟ୍ଵିଟର ବ୍ୟବହାରକାରୀ ଲେଖିଛନ୍ତି, “ଭାରତ ଓ  ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ନେଇ ଯାହାବି କହିଲା ତାହା ଶୁଣି ଆଶ୍ଚର୍ଯ୍ୟ ଲାଗିଲା ଏବଂ ଯେଉଁଭଳି ଶୈଳୀରେ ଆପଣ ଭାରତୀୟଙ୍କର ମଜା ଉଡାଇଲେ ତାହା ବହୁତ ଖରାପ ଥିଲା।“

ବଲିଉଡ ଅଭିନେତ୍ରୀ ସ୍ଵରା ଭାସ୍କର ମଧ୍ୟ ଟ୍ରେଭରଙ୍କ ଏହି ଭିଡିଓ ଦେଖିବା ପରେ ତାଙ୍କୁ ସମାଲୋଚନା କରିଛନ୍ତି। ସେ ନିଜ ଟ୍ଵିଟର ଆକାଉଣ୍ଟରେ ଲେଖିଛନ୍ତି, “ ଯୁଦ୍ଧ କେବେବି ମଜା କଥା ନୁହେଁ କି ମନୋରଞ୍ଜନ ପୂର୍ଣ୍ଣ ନୁହେଁ ଓ ହିନ୍ଦୀ ଭାଷାକୁ ନେଇ ଥଟ୍ଟା କରିବା ଅନୁଚିତ। ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ନେଇ ଆପଣ ଯାହା କମେଣ୍ଟ ଦେଇଛନ୍ତି  ତାହା ବହୁତ ଖରାପ ଅଟେ।

ଏହା ପ୍ରଥମ ଥର ପାଇଁ ନୁହେଁ ପୂର୍ବରୁ ମଧ୍ୟ ଦକ୍ଷିଣଆଫ୍ରିକାର ଏହି କମେଡିଆନ ଓ ଉପସ୍ଥାପକ ଅନେକ ବିବାଦପୂର୍ଣ୍ଣ ମନ୍ତବ୍ୟ ଦେଇ ସମାଲୋଚିତ ହୋଇଛନ୍ତି।

#southafriciancomedian #trevernoah #indiavspakisthan

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon