• padmabati kund

ଇୟରଫୋନରେ ଗୀତ ଶୁଣୁଛନ୍ତି ? ଜାଣନ୍ତୁ ହେଇଥାଏ କ'ଣ ସବୁ କ୍ଷତି


(ବେତାର ବ୍ୟୁରୋ) ଆଜିକାଲି ବିଜ୍ଞାନର ଉନ୍ନତି ଘଟିବା ସହିତ ଯେପରି ଲୋକମାନଙ୍କ ମଧ୍ୟରେ ମୋବାଇଲ ଫୋନର ବ୍ୟବହାର ବଢିଚାଲିଛି ଠିକ ସେହିପରି ଇୟରଫୋନ ବା ହେଡଫୋନର ବ୍ୟବହାର ମଧ୍ୟ ଖୁବ ବଢିଯାଇଛି। ବିଶେଷ କରି ଯୁବଗୋଷ୍ଠୀଙ୍କ ମଧ୍ୟରେ ଏହାର ଚାହିଦା ବହୁତ ଅଧିକ। ପ୍ରାୟ ଯୁବକ ଯୁବତୀଙ୍କ ହାତରେ ମୋବାଇଲ ସହିତ କାନରେ ହେଡଫୋନ ଲାଗିଥିବାର ଦେଖିବାକୁ ମିଳିଥାଏ। ଗୀତ ଶୁଣିବା ମନୁଷ୍ୟ ପାଇଁ ଭଲ, ମାତ୍ର କାନରେ ଇୟରଫୋନ ଦେଇ ଖୁବ ଜୋରରେ ଗୀତ ଶୁଣିବା କାନ ସହିତ ମସ୍ତିଷ୍କ ଉପରେ କ୍ଷତିକାରକ ପ୍ରଭାବ ପକାଇଥାଏ।   

ନିୟମିତ ଭାବରେ କାନରେ ଇୟରଫୋନ ଲଗାଇ ଗୀତ ଶୁଣିବା ଦ୍ଵାରା କାନରେ କଣ ପ୍ରଭାବ ପଡିଥାଏ ଆସନ୍ତୁ ଜାଣିବା।

୧.ଶ୍ରବଣ ଶକ୍ତି କମ ହୋଇଥାଏ: ଯଦି ଲଗାତର ଭାବରେ ଆପଣ କାନରେ ଇୟରଫୋନ ଦେଇ ଗୀତ ଶୁଣୁଛନ୍ତି ତେବେ ଏହା ଆପଣଙ୍କ ଶୁଣିବା ଶକ୍ତି ଉପରେ ପ୍ରଭାବ ପକାଇଥାଏ। ଯଦି ଆପଣ ୯୦ଡେସିବଲରୁ ଅଧିକ ଜୋରରେ ଗୀତ ଶୁଣିଛନ୍ତି ତେବେ ଆପଣଙ୍କ କାନ ଉପରେ ଏହା ଗଭୀର କ୍ଷତି ପହଞ୍ଚାଇଥାଏ। ତେଣୁ ଗୀତ ଶୁଣିବା ସମୟରେ ମଝିରେ ମଝିରେ ବ୍ରେକ ନିଅନ୍ତୁ।

୨.କାନରେ ସଂକ୍ରମଣ ହୁଏ: ଯଦି ଗୋଟିଏ ଇୟରଫୋନକୁ ଆପଣଙ୍କ ଘରେ ଅଧିକ ଲୋକ  ବ୍ୟବହାର କରୁଛନ୍ତି ତେବେ ଏହାଦ୍ଵାରା ଆପଣଙ୍କ କାନରେ ସଂକ୍ରମଣ ମଧ୍ୟ ହୋଇଥାଏ। ଏଥିପାଇଁ ନିଜ ଇୟରଫୋନକୁ ଅନ୍ୟ କାହାକୁ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ।

୩.କାନ ତାବ୍ଜା ହୋଇଯାଏ: ଲଗାତର କାନରେ ଇୟରକଡ ଦେଇ ଗୀତା ଶୁଣିବା ଦ୍ଵାରା କାନ ତାବ୍ଜା ହୋଇଯାଇଥାଏ ଅର୍ଥାତ କିଛି ସମୟ ପର୍ଯ୍ୟନ୍ତ କାନରେ କିଛି ଅନୁଭବ ହୋଇନଥାଏ। ଯଦି ଆପଣଙ୍କର ମଧ୍ୟ ଏପରି ସମସ୍ୟା ଦେଖାଯାଉଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ କାରଣ ପରବର୍ତ୍ତୀ ସମୟରେ ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ॥

୪.କାନରେ ଯନ୍ତ୍ରଣା ଅନୁଭବ ହୁଏ: ଇୟରଫୋନରେ ଗୀତ ଶୁଣିବା ଦ୍ଵାରା କାନରେ ଯନ୍ତ୍ରଣା ଅନୁଭବ ହୋଇଥାଏ। କେବଳ କାନ ନୁହେଁ ଏହାର ଆଖପାଖ ଅଂଶରେ ମଧ୍ୟ ଗଭୀର ଯନ୍ତ୍ରଣା ଅନୁଭବ ହୁଏ।

୫.ମସ୍ତିସ୍କ ଉପରେ କୁପ୍ରଭାବ ପକାଇଥାଏ: ଲଗାତର ଭାବରେ କାନରେ ଇୟରଫୋନର ବ୍ୟବହାର କରିବା ଦ୍ଵାରା ଏହା ଆପଣଙ୍କର ମସ୍ତିସ୍କ ଉପରେ କୁପ୍ରଭାବ ପକାଇଥାଏ। ଇୟରଫୋନରୁ ବାହାରୁଥିବା ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ଆପଣଙ୍କ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ।

୬.ଅନ୍ୟାନ୍ୟ ପ୍ରଭାବ: ଇୟରଫୋନ ବ୍ୟବହାରରେ ଆପଣଙ୍କ କାନକୁ କ୍ଷତି ପହଞ୍ଚିବା ସହିତ ଅନ୍ୟାନ୍ୟ ପ୍ରଭାବ ମଧ୍ୟ ପଡିଥାଏ। ସବୁବେଳେ ଇୟରଫୋନ ଦେଇ ଗୀତ ଶୁଣିବା ଦ୍ଵାରା ଆପଣଙ୍କ ଆଖପାଖରେ କଣ ଘଟୁଛି ସେସବୁ ବିଷୟରେ ଆପଣ ଅଜ୍ଞ  ହୋଇଯାଇଥାନ୍ତି। ଏହାସହିତ ରାସ୍ତାରେ ଯିବା ସମୟରେ ଏହା ଅନେକ ଦୁର୍ଘଟଣାର କାରଣ ମଧ୍ୟ ହୋଇଥାଏ।

#health #earphone #sideeffectsofusingearphone

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon