- ବେତାର ବ୍ୟୁରୋ
ଜାଣନ୍ତୁ : ମହା ଶିବରାତ୍ରିରେ କ'ଣ ଖାଇବା ଉଚିତ ଓ ଅନୁଚିତ

(ବେତାର ବ୍ୟୁରୋ) ମହାଶିବରାତ୍ରି ଭଗବାନ ଶିବଙ୍କର ଭକ୍ତଙ୍କ ପାଇଁ ସବୁଠାରୁ ପବିତ୍ର ଦିନ ହୋଇଥାଏ। ଏହିଦିନ ଶ୍ରଦ୍ଧାଳୁମାନେ ସଂପୂର୍ଣ୍ଣ ଶ୍ରଦ୍ଧାଭାବରେ ଭଗବାନ ଶିବଙ୍କର ପୂଜା କରିଥାନ୍ତି। ଶିବରାତ୍ରି ଦିନ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ। ଏହିଦିନ ଭକ୍ତମାନେ ଭଗବାନ ଶିବଙ୍କୁ ଭିନ୍ନ ଭିନ୍ନ ପ୍ରସାଦ ଚଢାଇଥାନ୍ତି। ଯେପରି ସଠିକ ଢଙ୍ଗରେ ପୂଜା ନକଲେ ଭଗବାନଙ୍କ କୃପା ମିଳିନ ଥାଏ ସେହିପରି ଶିବରାତ୍ରି ଦିନ ବ୍ରତ କରିଥିବା ବ୍ୟକ୍ତିଙ୍କ ପାଇଁ କିଛି ବିଧିବିଧାନ ସ୍ଥିର କରାଯାଇଛି, ଯାହାକୁ ପାଳନ କରିବା ନିହାତି ଜରୁରୀ।
ଯଦି ଆପଣ ମଧ୍ୟ ଭଗବାନ ଶିବଙ୍କର ମହା ଶିବରାତ୍ରି ପୂଜାରେ ବ୍ରତ ରଖୁଛନ୍ତି ତେବେ ଆପଣଙ୍କୁ କେଉଁ ଖାଦ୍ୟପେୟ ଖାଇବା ଜରୁରୀ ଆସନ୍ତୁ ଜାଣିବା।
୧.ଶିବରାତ୍ରିରେ ବ୍ରତ ରଖୁଥିବା ବ୍ୟକ୍ତି ଚାଉଳ, ଡାଲି ଓ ଅଟାରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଇବା ଅନୁଚିତ। ଏହାସହିତ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଯେଉଁମାନେ ବ୍ରତ କରୁଛନ୍ତି ସେମାନେ ଫଳ, କ୍ଷୀର, ଚା’, କଫି ଆଦିର ସେବନ କରିବା ଉଚିତ।

୨.ପୁରାଣ ଶାସ୍ତ୍ର ଅନୁଯାୟୀ ମହାଶିବରାତ୍ରି ଦିନ ଭଗବାନ ଶିବଙ୍କ ମାତା ପାର୍ବତୀଙ୍କ ସହିତ ବିବାହ ହୋଇଥିଲା। ଏହିଦିନ ଉପବାସ ରଖିବାର ପ୍ରଥା ମଧ୍ୟ ଅନେକ ଦିନରୁ ଚାଲିଆସୁଛି। କିଛି ଲୋକ ଏହି ଦିନ ନିର୍ଜଳା ବ୍ରତ ମଧ୍ୟ ରଖିଥାନ୍ତି। ଯଦି ଆପଣ ସମ୍ପୂର୍ଣ୍ଣ ଭାବରେ ଉପାସ ରହିପାରିବେ ନାହିଁ ତେବେ ଏହିଦିନ ଆଳୁ ଓ ସାଗୁଦାନାରେ ପ୍ରସ୍ତୁତ ଖାଦ୍ୟ ଖାଇବା ଉଚିତ।
୩.ଏହିଦିନ ଆପଣ କ୍ଷୀରରେ ପ୍ରସ୍ତୁତ ଲସି ମଧ୍ୟ ପିଇ ପାରିବେ। ଏଥିରେ କ୍ୟାଲସିୟମ ଓ ପ୍ରୋଟିନ ରହିଥାଏ ଯାହାକି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ। ବାଦାମ, ପିସ୍ତା ବାଦାମ, କାଜୁ ଓ ବଜାରରେ ଉପଲବ୍ଧ ଅନ୍ୟାନ୍ୟ ଡ୍ରାଏଫ୍ରୁଟ୍ସ ମଧ୍ୟ ଆପଣ ଖାଇପାରିବେ। କ୍ଷୀର ସହିତ ଏହି ଡ୍ରାଏଫ୍ରୁଟ୍ସ ମିଶାଇ ପିଅନ୍ତୁ। ଏହାଦ୍ଵାରା ଆପଣଙ୍କର ଶରୀରରେ ଶର୍କରାର ସ୍ତର ନିୟନ୍ତ୍ରିତ ରହିବ ଓ କାମ କରିବା ପାଇଁ ଶକ୍ତି ମିଳିବ।

୪.ଶିବରାତ୍ରି ଦିନ ଆପଣ ଯାହା ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ସେସବୁକୁ ପ୍ରସ୍ତୁତ କରିବା ସମୟରେ ତେଲ ପରିବର୍ତ୍ତେ ଘିଅର ବ୍ୟବହାର କରନ୍ତୁ। ଖାଦ୍ୟରେ ଲୁଣର ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ।
୫.ଏହାସହିତ ଆପଣ ଆଳୁରେ ତିଆରି ପକୋଡା କିମ୍ବା କଞ୍ଚା କଦଳୀରେ ପ୍ରସ୍ତୁତ ବରା ପ୍ରସ୍ତୁତ କରି ମଧ୍ୟ ଖାଇପାରିବେ। ତେବେ ଏହାକୁ ପ୍ରସ୍ତୁତ କରିବା ସମୟରେ ପିଆଜ, ରସୁଣ ଇତ୍ୟାଦିକୁ ଦୂରେଇ ରଖନ୍ତୁ। ଏଥିରେ ଆପଣ ଗୋଲମରିଚ ଗୁଣ୍ଡ, ଗୁଜୁରାତି ଗୁଣ୍ଡ, ଡାଲଚିନି ଗୁଣ୍ଡର ବ୍ୟବହାର କରିପାରିବେ।