• padmabati kund

ଅଭିନନ୍ଦନଙ୍କ ପରେ ଏବେ ଟ୍ରେଣ୍ଡ କରୁଛି ତାଙ୍କ ଦମଦାର ନିଶ ଷ୍ଟାଇଲ


(ବେତାର ବ୍ୟୁରୋ) ଭାରତୀୟ ବାୟୁସେନାର ପାଇଲଟ ଅଭିନନ୍ଦନ ବର୍ତମାନ ପାକିସ୍ତାନର F-16କୁ ଧ୍ଵଂସ କରିବା ପରେ ଓ ପାକିସ୍ତାନ ଦ୍ଵାରା ଗିରଫ ହୋଇ ଭାରତକୁ ଫେରିବା ପରେ ଭାରତର ନୂତନ ହିରୋ ପାଲଟିଯାଇଛନ୍ତି। ତାଙ୍କର ସାହସ ଦେଶରେ ସମସ୍ତଙ୍କ ମୁହଁରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଅଭିନନ୍ଦନଙ୍କ ସାହସିକତା ବ୍ୟତୀତ ତାଙ୍କର ନିଶ ଷ୍ଟାଇଲ ମଧ୍ୟ ବର୍ତ୍ତମାନ ଯୁବଗୋଷ୍ଠୀଙ୍କ ମଧ୍ୟରେ ଖୁବ ଲୋକପ୍ରିୟ ହୋଇପାରିଛି।

ଯୁବକମାନେ ଅଭିନନ୍ଦନଙ୍କ ନିଶ ଷ୍ଟାଇଲକୁ ଖୁବ ପସନ୍ଦ କରୁଛନ୍ତି ଓ ନିଜ ନିଶର ଷ୍ଟାଇଲକୁ ମଧ୍ୟ ଠିକ ସେହିପରି ରଖୁଛନ୍ତି। ସୋସିଆଲ ମିଡିଆରେ ଅଭିନନ୍ଦନଙ୍କ ପରି ନିଶ ଷ୍ଟାଇଲ କରି ନିଜ ନିଜର ଫଟୋ ଶେୟାର  କରୁଛନ୍ତି। ‘ପେଟ୍ଟା’ରେ ସୁପରଷ୍ଟାର ରଜନୀକାନ୍ତ ଓ ‘ସିଙ୍ଘମ’ରେ ଅଜୟ ଦେବଗନଙ୍କ ଷ୍ଟାଇଲ ପରି ଅଭିନନ୍ଦନଙ୍କ ନିଶର ଷ୍ଟାଇଲ ମଧ୍ୟ ଖୁବ କମ ଦିନରେ ପୁରୁଷଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିପାରିଛି।

ବଲିଉଡ ଅଭିନେତା ରଣବୀର ସିଂ ଙ୍କ ହେୟାର ଷ୍ଟାଇଲିଷ୍ଟ ତଥା ‘ଦ ଶେବ୍ ବାବରଶପ’ର ମାଲିକ ଦର୍ଶନ ୟେବାଲେକର IANS( ଇଣ୍ଡୋ-ଏସିଆନ ନ୍ୟୁଜ ସର୍ଭିସ)କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତିଯେ, “ଭାରତୀୟ ବାୟୁସେନାର ପାଇଲଟ ଅଭିନନ୍ଦନଙ୍କ ନିଶ ଓ ଦାଢିର ଷ୍ଟାଇଲ ଖୁବ ଶୀଘ୍ର ଭାରତରେ ‘ଅଭିନନ୍ଦନ ଷ୍ଟାଇଲ’ ବୋଲି କୁହାଯିବ। ଏହା ଜଣେ ସୈନିକଙ୍କ ବ୍ୟକ୍ତିତ୍ଵ ବିଷୟରେ ବହୁତ କିଛି କହିଥାଏ। ଏହା ସେମାନଙ୍କର ଚିରିତ୍ରର ଅଭିବ୍ୟକ୍ତି ଅଟେ ଓ ସେମାନେ ଗର୍ବର ସହ ରଖିଥାନ୍ତି।“

ବେଙ୍ଗାଲୁରୁର ମହମ୍ମଦ ଚାନ୍ଦ ମଧ୍ୟ ଅଭିନନ୍ଦନଙ୍କ ପରି ନିଶ ରଖିଛନ୍ତି ଓ କହିଛନ୍ତି ଯେ, ସେ ଅଭିନନ୍ଦନଙ୍କର ଫ୍ୟାନ ହୋଇଯାଇଛନ୍ତି। ସେ ହେଉଛନ୍ତି ଦେଶର ପ୍ରକୃତ ହିରୋ। ଅଭିନନ୍ଦନଙ୍କ ଷ୍ଟାଇଲକୁ ସେ ବହୁତ ପସନ୍ଦ କରିଛନ୍ତି ଓ ନିଜ ନିଶକୁ ମଧ୍ୟ ଠିକ ଅଭିନନ୍ଦନଙ୍କ ନିଶ ପରି ଲୁକ୍ ଦେଇଛନ୍ତି। ସେହିପରି ଅନ୍ନାନଗରରେ ଥିବା ଏକ ସେଲୁନର ଜଣେ ହେୟାର ଷ୍ଟାଇଲର କହିଛନ୍ତି ଯେ, ଶନିବାର ଦୁଇଜଣ ବ୍ୟକ୍ତି ଦୋକାନକୁ ଅଭିନନ୍ଦନଙ୍କ ଫଟୋ ସହ ଆସିଥିଲେ ଓ ଠିକ ତାଙ୍କ ପରି ନିଶ ଷ୍ଟାଇଲ କରିବାକୁ କହିଥିଲେ।

ଟ୍ଵିଟରରେ ଲୋକମାନେ ଅଭିନନ୍ଦନଙ୍କ ନିଶ ବିଷୟରେ ଟ୍ଵିଟ କରୁଛନ୍ତି। ଜଣେ ଟ୍ଵିଟର ବ୍ୟବହାରକାରୀ ଲେଖିଛନ୍ତି ଯେ, “ମତେ ଲାଗୁଛି କେହିବି ଅଭିନନ୍ଦନଙ୍କର ଦୁଇଟି ପଙ୍ଖାଙ୍କୁ ଦେଖିପାରୁନାହିଁ। ଗୋଟିଏ ହେଉଛି ବାୟୁସେନାର ପଙ୍ଖା ଓ ଅନ୍ୟଟି ହେଉଛି ତାଙ୍କ ନିଶର ପଙ୍ଖା।“

ସେହିପରି ଅନ୍ୟଜଣେ ଟ୍ଵିଟର ବ୍ୟବହାରକାରୀ ଲେଖିଛନ୍ତି ଯେ, “ଅଭିନନ୍ଦନଙ୍କ ନିଶର ଷ୍ଟାଇଲ ଦେଶରେ ଆଗାମୀ ସେନ୍ସେସନ ହେବାକୁ ଯାଉଛି। ଯେତେବେଳେ ସେଲୁନକୁ ଖିଅର ହେବାପାଇଁ ଯିବେ ବାରିକ ମଧ୍ୟ ଆପଣଙ୍କୁ ପଚାରି ପାରନ୍ତି କି, ଅଭିନନ୍ଦନ କଟ୍ କରିବେ?”

#fashion #wingcommanderabhinandan #abhinandanmoustachestyle

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon