- padmabati kund
ଭିଡ଼ିଓ : ଏମିତି ସଜା ହୋଇଛି ପୁଅ ବାହାଘର ପାଇଁ ଅମ୍ବାନୀଙ୍କ ଘର

(ବେତାର ବ୍ୟୁରୋ) ଦେଶର ସବୁଠାରୁ ବଡ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ବଡପୁଅ ଆକାଶ ଅମ୍ବାନୀଙ୍କ ବିବାହକୁ ଆଉ ଖୁବ କମ ଦିନ ରହିଛି। ପନ୍ଦର ଦିନ ଆଗରୁ ଆକାଶ ଅମ୍ବାନୀଙ୍କ ବିବାହ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। ଆସନ୍ତା ମାର୍ଚ୍ଚ 9 ତାରିଖରେ ଆକାଶ ଅମ୍ବାନୀ ନିଜ ପିଲାଦିନର ସାଙ୍ଗ ଶ୍ଳୋକା ମେହେତାଙ୍କୁ ବିବାହ କରିବେ। ଏଥିପାଇଁ ଅମ୍ବାନୀଙ୍କ ଘର ସୁନ୍ଦର ଭାବରେ ସଜେଇବା ଆରମ୍ଭ ହୋଇଗଲାଣି।
ଆକାଶ ଅମ୍ବାନୀଙ୍କ ବିବାହ ପାଇଁ ମୁକେଶ ଅମ୍ବାନୀଙ୍କ ଘର ‘ଏଣ୍ଟିଲିୟା’କୁ ବହୁତ ସୁନ୍ଦର ଭାବରେ ସଜାଯାଇଛି। ‘ଏଣ୍ଟିଲିୟା’କୁ ସଜାଯାଉଥିବାର ଏକ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯିବା ପରେ ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି।
ମୁମ୍ବାଇସ୍ଥିତ ଅମ୍ବାନୀଙ୍କ ଘର ‘ଏଣ୍ଟିଲିୟା’କୁ ଆକାଶ ଅମ୍ବାନୀଙ୍କ ବିବାହ ପାଇଁ ‘ରାଧାକୃଷ୍ଣ’ ଥିମରେ ସଜା ଯାଉଛି। ଇନଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଭିଡିଓରେ କୌଣସି ଏକ ଫିଲ୍ମର ସେଟ୍ ଲଗାଯାଉଥିବା ପରି ଅନୁମାନ କରାଯାଉଛି। ଘରକୁ ବିଭିନ୍ନ ପ୍ରକାର ଫୁଲ ଓ ଲାଇଟ୍ ଦ୍ଵାରା ସଜାଯାଇଛି। ବିବାହ କାର୍ଡ ମୁତାବକ ବିବାହ ପୂର୍ବରୁ ମାର୍ଚ୍ଚ 7ରେ NSCI ୱର୍ଲିରେ ମେହେନ୍ଦି ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ବଲିଉଡ, ସ୍ପୋର୍ଟ୍ସ ଓ ରାଜନୀତିକ କ୍ଷେତ୍ରର ବହୁ ସେଲିବ୍ରିଟି ମାନଙ୍କୁ ଦେଖିବାକୁ ମିଳିବ।
ଏହାପୂର୍ବରୁ ସ୍ଵିଜରଲାଣ୍ଡରେ ଆକାଶ ଆମ୍ବାନୀ ଓ ଶ୍ଳୋକା ମେହେତାଙ୍କ ପ୍ରିୱେଡିଙ୍ଗ ପାର୍ଟି ଅନୁଷ୍ଠିତ ହୋଇଥିଲା। ସ୍ଵିଜରଲ୍ୟାଣ୍ଡର ସେଣ୍ଟ ମୋରିତ୍ସ (St Moritz)ରେ ଥିବା ସବୁଠାରୁ ଦାମୀ ହୋଟେଲ ବେଡରଟ ପ୍ୟାଲେସ (badrutt palace)ରେ ଏହି ପାର୍ଟି ଅନୁଷ୍ଠିତ ହୋଇଥିଲା।
ଏହି ପାର୍ଟିରେ ବଲିଉଡର ବହୁ କଳାକାର ଯଥା ଅର୍ଜୁନ କପୁର, ମଲାଇକା ଅରୋରା, ରଣବୀର କପୁର, ଅମିର ଖାନ, ଶାହରୁଖ ଖାନ, ଆଲିଆ ଭଟ୍ଟ ଓ କରନ ଜୋହର ଇତ୍ୟାଦିଙ୍କୁ ଦେଖିବାକୁ ମିଳିଥିଲା। ସ୍ଵିଜରଲ୍ୟାଣ୍ଡ ଯିବା ପୂର୍ବରୁ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ବାସଭବନ ‘ଏଣ୍ଟିଲିୟା’’ରେ ‘ଗରୱା ନାଇଟ୍ସ’ ଅନୁଷ୍ଠିତ ହୋଇଥିଲା। ଏଥିରେ ଫାଲ୍ଗୁନୀ ପାଠକ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଉତ୍ସବର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା।
ଜିଓ ୱାର୍ଲଡ଼ରେ ବାହାଘର
ସୂଚନା ମୁତାବକ ଆକାଶ ଆମ୍ବାନୀଙ୍କ ବିବାହ ମୁମ୍ବାଇସ୍ଥିତ ଜିଓ ୱାର୍ଲ୍ଡ ସେଣ୍ଟରରେ ଅନୁଷ୍ଠିତ ହେବ। ବିବାହର ସମସ୍ତ ଉତ୍ସବ ତିନିଦିନ ପର୍ଯ୍ୟନ୍ତ ହେବ। ମାର୍ଚ୍ଚ 9 ତାରିଖ ଅପରାହ୍ନ 3.30ରେ ଆକାଶଙ୍କ ବରଯାତ୍ରୀ ବାହାରିବ ଓ ଜିଓ ୱାର୍ଲ୍ଡ ସେଣ୍ଟରରେ ସନ୍ଧ୍ୟା 7ଟାରୁ ବିବାହର ଅନୁଷ୍ଠିତ ହେବ। ଏହାପରେ ଉଭୟ ଅମ୍ବାନୀ ଓ ମେହେତା ପରିବାର ମାର୍ଚ୍ଚ 10ରେ ପ୍ରଥମ ରିସେପ୍ସନ ଓ ମାର୍ଚ୍ଚ 11ରେ ଜିଓ ୱାର୍ଲ୍ଡ ସେଣ୍ଟରରେ ଦ୍ଵିତୀୟ ରିସେପ୍ସନ ଦେବେ। ବିବାହରେ ଦେଶ ଓ ବିଦେଶର ଅନେକ ସେଲିବ୍ରିଟି ଯୋଗ ଦେବେ।
ଆକାଶ ଅମ୍ବାନୀ ନିଜ ପିଲାଦିନର ସାଙ୍ଗ ତଥା ପ୍ରସିଦ୍ଧ ହୀରା ବ୍ୟାପାରୀ ରସେଲ ମେହେତାଙ୍କ ଝିଅ ଶ୍ଳୋକା ଅମ୍ବାନୀଙ୍କ ସହ ବିବାହ କରିବେ। ଗତ ବର୍ଷ ଡିସେମ୍ବର ମାସରେ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ବିବାହ ମଧ୍ୟ ଖୁବ ଧୂମଧାମରେ ଅନୁଷ୍ଠିତ ହୋଇଥିଲା।