• padmabati kund

ଆସୁଛି ଆଇପିଏଲ : ଏଥର ଫ୍ୟାନ ଗ୍ୟାଲେରୀରେ କ୍ୟାଚ ଧରିଲେ ମିଳିବ SUV ଗାଡି


(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ମ୍ୟାଚ ଦେଖିବା ପାଇଁ ଯଦି ଆପଣ ଟିକେଟ କିଣିଛନ୍ତି ତେବେ ଆପଣଙ୍କ ପାଖରେ ପୁରସ୍କାର ଜିତିବାର ସୁବର୍ଣ୍ଣ ସୁଯୋଗ ରହିଛି। ଷ୍ଟାଡିୟମ ଷ୍ଟାଣ୍ଡରୁ ମ୍ୟାଚ ଦେଖୁଥିବା ସମୟରେ ଗୋଟିଏ ହାତରେ ବଲକୁ କ୍ୟାଚ ଧରିଲେ SUV କାର ଜିତିବାର ସୁଯୋଗ ପାଇପାରିବେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ଆଗାମୀ ଆଇପିଏଲ ସିଜିନରେ Harrier Fan Catchର ଘୋଷଣା କରାଯାଇଛି।

ବିସିସିଆଇର କାର୍ଯ୍ୟକାରୀ ସଚିବ ଅମିତାଭ ଚୌଧୁରୀ ଏହି ପ୍ରତିଯୋଗୀତାର ଘୋଷଣା କରିଛନ୍ତି। ଏହି ପ୍ରତିଯୋଗୀତା ଅନୁଯାୟୀ ମ୍ୟାଚରେ ଷ୍ଟାଣ୍ଡରେ ବସିଥିବା ଦର୍ଶକଙ୍କ ମଧ୍ୟରୁ ଯିଏ ଗୋଟିଏ ହାତରେ କ୍ୟାଚ ଧରିବେ ସେହି ଫ୍ୟାନଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ମିଳିବ। ଏହାସହିତ ସମଗ୍ର ସିଜିନରେ ଫ୍ୟାନମାନେ ଧରିଥିବା କ୍ୟାଚ ମଧ୍ୟରୁ ସବୁଠାରୁ ଆକର୍ଷକ କ୍ୟାଚ ଧରିଥିବା ବ୍ୟକ୍ତିଙ୍କୁ ଟାଟା ମୋଟର୍ସ ତରଫରୁ Harrier luxury SUV ପୁରସ୍କାର ଦିଆଯିବ।

ମ୍ୟାଚ ଚାଲୁଥିବା ସମୟରେ ବ୍ୟାଟ୍ସମ୍ୟାନ ଛକାମାରି ବଲକୁ ବାଉଣ୍ଡ୍ରୀ ବାହାରକୁ ମାରିବା ପରେ ଷ୍ଟାଣ୍ଡରେ ବସିଥିବା ଦର୍ଶକମାନେ ଏହାକୁ କ୍ୟାଚ ଧରିବାକୁ ପସନ୍ଦ କରିଥାନ୍ତି। କିଛି କିଛି ଫ୍ୟାନ ଏହାକୁ ଧରିବାକୁ ସଫଳ ହୋଇନଥିଲେ ମଧ୍ୟ କିଛି ଦର୍ଶକ ଏହି କ୍ୟାଚକୁ ଧରିବାରେ ସଫଳ ହୋଇଥାନ୍ତି। ତେବେ ଆସନ୍ତା ସିଜିନରେ ଦର୍ଶକଙ୍କୁ ଖେଳର ଭରପୁର ମଜା ନେବା ସହିତ ଦର୍ଶକଙ୍କୁ ଖେଳ ସହିତ ଯୋଡିବା ପାଇଁ ବିସିସିଆଇ ଓ ଟାଟା ମୋଟର୍ସ ତରଫରୁ ମିଳିତ ଭାବରେ ଏହି ପ୍ରତିଯୋଗୀତା ଆରମ୍ଭ କରାଯାଇଛି।

ଗତ ସୋମବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତରଫରୁ ଇଣ୍ଡିଆନ ପ୍ରିମିୟର ଲିଗର ଆଧିକାରିକ ପାର୍ଟନର ଟାଟା ମୋଟର୍ସର ନୂତନ ଗାଡି TATA HARRIERକୁ ଆଇପିଏଲର ପ୍ରମୁଖ ବ୍ରାଣ୍ଡ ଭାବେ ଘୋଷଣା କରାଯାଇଥିଲା। ଏହି ଗାଡିକୁ ଗତ ଜାନୁୟାରୀ ୨୩ରେ ବଜାରରେ ଲଞ୍ଚ କରାଯାଇଥିଲା। ଏହାର ପ୍ରାରମ୍ଭିକ ମୂଲ୍ୟ ୧୨ଲକ୍ଷ ୬୯ହଜାର ରହିଛି। କମ୍ପାନୀର ଦାବି ମୁତାବକ ଏହା ସବୁଠାରୁ ଦମଦାର Sports Utility vehicle ଅଟେ। ଏହାର ଇଞ୍ଜିନ ୧୯୫୬CC ରହିଥିବା ବେଳେ ଇନ୍ଧନର କ୍ଷମତା ୫୦ଲିଟର ରହିଛି।

ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଦ୍ଵାଦଶ ସଂସ୍କରଣ ଆସନ୍ତା ମାର୍ଚ୍ଚ ୨୩ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିଜିନର ପ୍ରଥମ ମ୍ୟାଚ ମହେନ୍ଦ୍ର ସିଂ ଧୋନିଙ୍କର ‘ଚେନ୍ନାଇ ସୁପର କିଙ୍ଗ୍ସ’ ଓ ବିରାଟ କୋହଲିଙ୍କ ‘ରୟାଲ ଚ୍ୟାଲେଞ୍ଜର୍ସ  ବାଙ୍ଗାଲୋର’ ମଧ୍ୟରେ ଖେଳାଯିବ।  ଯଦି ଆପଣ ଆସନ୍ତା ଆଇପିଏଲ ସିଜିନ ପାଇଁ ଟିକେଟ କିଣିଛନ୍ତି ତେବେ ଏହି ଆରାମଦାୟକ SUV ଗାଡି ଜିତିବାର ସୁଯୋଗ ନିଶ୍ଚିନ୍ତ ପାଇପାରିବେ।

#cricket #IPL2019 #TATAharrierSUV #IPL

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon