• ବେତାର ବ୍ୟୁରୋ

ପାକିସ୍ତାନ ଷ୍ଟ୍ରାଇକ ସଂଶୟ ଉପରେ ଭାରତର ଜବାବ : ଲେଜର ବୋମା ଆତଙ୍କବାଦୀ ମାରେ, ଘର ଭାଙ୍ଗେନି


(ବେତାର ବ୍ୟୁରୋ) ପାକିସ୍ତାନରେ ହେଇଥିବା ଏୟାର ଷ୍ଟ୍ରାଇକ ଘଟଣାରେ ଉପଗ୍ରହ ଫୋଟୋ ଆଧାରରେ ଆତଙ୍କବାଦୀଙ୍କ ଆଡ୍ଡାର କୌଣସି କ୍ଷତି ଘଟି ନ ଥିବା କୁହାଯାଉଥିବା ବେଳେ ଭାରତ ସରକାର ଏହାକୁ ଖଣ୍ଡନ କରି କହିଛନ୍ତି, ଛଡା ଯାଇଥିବା ବୋମା ଘରର କୌଣସି କ୍ଷତି ନ କରି କେବଳ ଆତଙ୍କବାଦୀଙ୍କୁ ମାରିବାକୁ ସକ୍ଷମ ଅଟେ ।

ଏ ସମ୍ପର୍କରେ ଏନଡ଼ିଟିଭିରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ,”ଇସ୍ରାଏଲି ନିର୍ମିତ SPICE ଲେଜର ବୋମା ଘର ଛାତ କଣା କରି ଅତି ଅଳ୍ପ ଛିଦ୍ରରେ ପଶି ଗୃହ ଭିତରେ ଥିବା ମନୁଷ୍ୟକୁ ମାରିବାକୁ ସକ୍ଷମ । ଏଥିରେ ଉକ୍ତ ଗୃହ ଭାଙ୍ଗିପାରେ ବା ନ ପାରେ।"

ଏହାର ଏକ ଉଦାହରଣ ଦେବାକୁ ଯାଇ NDTV ଏକ ଦୁଇ ବର୍ଷ ତଳର ଫୋଟୋ ଚିତ୍ର ପ୍ରକାଶ କରିଛି ଯେଉଁଥିରେ ଦେଖାଯାଇଛି ଯେ ଭାରତର ଯୁଦ୍ଧ ଅଭ୍ୟାସ ବେଳେ ଏକ SPICE ଲେଜର ବୋମା ଘର ଛାତ କଣା କରି ଭିତରେ ପଶି କ୍ଷୟକ୍ଷତି ଘଟାଉଛି ।

ଫାଇଲ ଫୋଟୋ : ପୋଖରାନରେ 2016 ମସିହାରେ ଭାରତର ଯୁଦ୍ଧ ଅଭ୍ୟାସ ବେଳେ ଲେଜର ବୋମା ଛାତକଣା କରିଥିବାର ଦୃଶ୍ୟ

ଏଥିରେ ସ୍ପଷ୍ଟ ଭାବେ ଦର୍ଶାଯାଉଛି ବୋମାଟି ଛାତ କଣା କରି ଭିତରରକୁ ପ୍ରବେଶ କରିଛି ଅଥଚ ଘରର କୌଣସି କ୍ଷତି ହେଇ ନାହିଁ ।

ପାକିସ୍ତାନୀ ଏୟାର ଷ୍ଟ୍ରାଇକ ଘଟଣା ପରେ ଅଷ୍ଟ୍ରେଲିଆର ଏକ ବ୍ୟବସାୟିକ ଉପଗ୍ରହ ଫୋଟୋ ସଂସ୍ଥା ପ୍ଲାନେଟ କହିଥିଲା ଯେ ଭାରତୀୟ ବୋମା ସଂପୂର୍ଣ୍ଣ ରୂପେ ଆତଙ୍କବାଦୀ ଠିକଣାକୁ ନଷ୍ଟ କରି ପାରି ନାହିଁ ।

କ'ଣ ଥିଲା ଘଟଣାକ୍ରମ

ଭାରତୀୟ ବିମାନ ଫେବୃୟାରୀ 26 ଭୋର ପ୍ରାୟ 3ଟା ସମୟରେ ନିୟନ୍ତ୍ରଣ ରେଖା ପାର କରି 20କିମି ଭିତରକୁ ଯାଇଥିଲେ। ପାକିସ୍ତାନ ହାତରେ ସହଜରେ ଧରା ନପଡିବା ପାଇଁ ଅଲଗା ଅଲଗା ଲଞ୍ଚ ପଏଣ୍ଟ ପର୍ଯ୍ୟନ୍ତ ଉଡି ଯାଇଥିଲେ। ସେଠାରେ ବାୟୁସେନାର କିଛି ମିରାଜ 2000 ବିମାନ ନିୟନ୍ତ୍ରଣ ରେଖା ପାର କରି ଏକ ନିର୍ଦ୍ଧିଷ୍ଟ ଉଚ୍ଚତା ପର୍ଯ୍ୟନ୍ତ ଯାଇଥିଲେ ଓ ସେହି ଉଚ୍ଚତାରୁ ବିମାନରେ ଲାଗିଥିବା ସିଷ୍ଟମ ସ୍ପାଇସ ଗ୍ଲାଇଡ ବମକୁ କମ୍ପ୍ୟୁଟର ମାଧ୍ୟମରେ ରିଲିଜ କରାଯାଇଥିଲା।

ଫ୍ରାନ୍ସରେ ପ୍ରସ୍ତୁତ ହୋଇଥିବା ମିରାଜ ବିମାନ ମଧ୍ୟରୁ ଗୋଟିଏ ବିମାନ ବମ୍ ନ ପକାଇ ଫେରି ଆସିଥିଲା କାରଣ ସେଥିରେ ଲାଗିଥିବା କମ୍ପ୍ୟୁଟର ଏପରି କରିବା ପାଇଁ ଅନୁମତି ଦେଇନଥିଲା।

ଆକାଶ ମାର୍ଗରୁ ବମ୍ ପକାଯିବା ପରେ ଏହା ଆଗରୁ ସ୍ଥିର ହୋଇଥିବା ଜିପିଏସ ସାହାଯ୍ୟରେ କିଛି କିଲୋମିଟର ଦୂରତା ଅତିକ୍ରମ କରିଥିଲା। ଏଥିରେ ପୂର୍ବରୁ ଆତଙ୍କବାଦୀ ଟ୍ରେନିଙ୍ଗ କ୍ୟାମ୍ପର ଗୁପ୍ତ ଫଟୋ ଲୋଡ୍ କରାଯାଇଥିଲା। ଲକ୍ଷ୍ୟସ୍ଥଳ ନିକଟରେ ପହଞ୍ଚିବା ମାତ୍ରେ ସେହି ସ୍ଥାନକୁ ଖୋଜିବାକୁ ଲାଗିଥିଲା ଓ ନିର୍ଦ୍ଧାରିତ ସ୍ଥାନ ଉପରେ ଏହା ପଡିଥିଲା।

ଏହି ଆକ୍ରମଣର କିଛି ଘଣ୍ଟା ପର୍ଯ୍ୟନ୍ତ ବାଲାକୋଟର ଆକାଶରେ ବାଦଲ ଭରି ରହିଥିଲା। ଏଥିପାଇଁ ସେହି ସମୟରେ ଭାରତୀୟ ସାଟେଲାଇଟ ହାଇ ରିଜୋଲ୍ୟୁସନର ଫଟୋ ଉଠାଇ ପାରିନଥିଲା। ତେବେ ଭାରତର ଏକ ଶୁଭ ଚିନ୍ତକ ରାଷ୍ଟ୍ର ହାଇ ରିଜୋଲ୍ୟୁସନର ଫଟୋ ଭାରତକୁ ପଠାଇଥିଲା , ଯାହା ଫଳରେ ବୋମା ଗୁଡିକ ନିର୍ଦ୍ଦିଷ୍ଟ ଲକ୍ଷ ଭେଦ କରିବାରେ ସଫଳ ହେଇଥିଲେ ।

ପାକିସ୍ତାନର ଗାଲୁ ଗପ

ପାକିସ୍ତାନ ସେନା ତରଫରୁ କୁହାଯାଇଥିଲା ଯେ ଭାରତୀୟ ବୋମା ଗୁଡିକ ଜନଶୂନ୍ୟ ଇଲାକାରେ ଏକ ପାହାଡ ଉପରେ ପଡିଥିଲା ଓ ଏକ ଗର୍ତ୍ତ ସୃଷ୍ଟି କରିଥିଲା । ଭାରତ ପକ୍ଷରୁ ଏ ନେଇ କୁହାଯାଇଛି ଯେ ଉକ୍ତ ଗର୍ତ୍ତ କୌଣସି ଅନ୍ୟ ବୋମାରୁ ସୃଷ୍ଟି ହେଇପାରି ଥାଏ, କିନ୍ତୁ ଲେଜର ବୋମାରୁ ନୁହେଁ କାରଣ ଲେଜର ବୋମା ଭିତରକୁ ପଶି ବିସ୍ଫୋରିତ ହେଉଥିବାରୁ ଏଥିରେ ଗର୍ତ୍ତ ସୃଷ୍ଟି ହେଇ ନ ଥାଏ ବରଂ ଏକ ମାଟିର ପାହାଡ ଗଦା ହେଇଥାଏ ।

ଜଣେ ଇଟାଲୀ ସାମ୍ବାଦିକା ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ ପରେ ବାଲାକୋଟର ସ୍ଥାନୀୟ ଲୋକଙ୍କ ଅଧାରରେ ଏକ ରିପୋର୍ଟ ପ୍ରକାଶ କରି କହିଥିଲେ ଘଟଣା ଦିନ ସେଠାରେ ପ୍ରାୟ 30-35 ଶବକୁ ଆମ୍ବୁଲାନ୍ସ ନେଇ ଯାଉଥିବାର ଦେଖାଯାଇଥିଲା । ସେହିପରି ଅନ୍ୟ ଜଣେ ପାକିସ୍ତାନୀ ମହିଳା ସାମ୍ବାଦିକ ତାହା ସିଦ୍ଦକି ଏକ ଅଡିଓ ରିପୋର୍ଟ ପ୍ରକାଶ କରିଛନ୍ତି ଯେଉଥିରେ ମାସୁଦ ଅଝାରର ସହଯୋଗୀ ଜୈଶ-ଏ-ମହମ୍ମଦ ଠିକଣା ଉପରେ ଭାରତୀୟ ସେନାର ଆକ୍ରମଣ ବିଷୟରେ ସ୍ଵୀକାର କରୁଥିବାର ଶୁଣାଯାଇଛି ।

#indiaairstrike #Pakistan #balakot #Modi

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon