• padmabati kund

ମେକଅପ ବ୍ରସ କିଣିବା ଆଗରୁ ଜାଣନ୍ତୁ ଏହି ଜରୁରୀ କଥା


(ବେତାର ବ୍ୟୁରୋ) ଚିତ୍ର ଆଙ୍କିବା ପରି ସଠିକ ଭାବରେ ମେକଅପ କରିବା ମଧ୍ୟ ଏକ କଳା ଅଟେ। ତେବେ ଭଲ ଭାବରେ ମେକଅପ କରିବା ପାଇଁ କିଛିଟା ସାଧାରଣ କଥା ଜାଣିବା ଜରୁରୀ। ଏଥିପାଇଁ ପ୍ରଥମ କଥା ହେଉଛି ଆପଣଙ୍କ ପାଖରେ ମେକଅପ କରିବା ପାଇଁ ଅବଶ୍ୟକୀୟ ଉପକରଣ ଥିବା ଜରୁରୀ। ମେକଅପ ସାମଗ୍ରୀ ସହିତ ମେକଅପ ବ୍ରସ ମଧ୍ୟ ଥିବା ଜରୁରୀ। କାରଣ ମେକଅପ ବ୍ରସ ବିନା ସଠିକ ମେକଅପ ହୋଇପାରି ନଥାଏ। ଯଦି ଆପଣ ଭଲ କ୍ଵାଲିଟିର ମେକଅପ ବ୍ରସ କିଣୁଛନ୍ତି ତେବେ ଏହା  ୭ରୁ ୮ବର୍ଷ ପର୍ଯ୍ୟନ୍ତ ବ୍ୟବହାର ହୋଇଥାଏ।

ମେକଅପ ବ୍ରସକୁ ଅଧିକ ଦିନ ପର୍ଯ୍ୟନ୍ତ ବ୍ୟବହାର କରିବା ପାଇଁ ମେକଅପ ବ୍ରସ କିଣିବା ସମୟରେ କିଛି ଜରୁରୀ କଥା ଉପରେ ଧ୍ୟାନ ଦିଅନ୍ତୁ।

.ପ୍ରଥମେ ବ୍ରସ କିଣିବା ସମୟରେ ଏଥିରେ ଲାଗିଥିବା ସିନ୍ଥେଟିକ ଓ ପ୍ରାକୃତିକ କେଶ ମଧ୍ୟରେ ତଫାତ ଜାଣନ୍ତୁ। ଯେଉଁ ମେକଅପ ବ୍ରସରେ ପ୍ରାକୃତିକ କେଶ (ଛେଳି କେଶ) ଲାଗିଥାଏ ତାହାକୁ ପାଉଡର ଲଗାଇବା ପାଇଁ ବ୍ୟବହାର କରାଯାଇଥାଏ। ସେହିପରି ସିନ୍ଥେଟିକ କେଶ ଲାଗିଥିବା ମେକଅପ ବ୍ରସକୁ ତରଳ କିମ୍ବା କ୍ରିମ ପ୍ରଡ଼କ୍ଟ ଲଗାଇବାରେ ବ୍ୟବହାର କରାଯାଇଥାଏ।

.ମେକଅପ ବ୍ରସର ଆକାର ମଧ୍ୟ ବହୁତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ। ଆଇସ୍ୟାଡୋ ଲଗାଇବା ପାଇଁ, ବ୍ଲସ ଲଗାଇବା ପାଇଁ ଓ ଲିପଷ୍ଟିକ ଲଗାଇବା ପାଇଁ ଭିନ୍ନ ଭିନ୍ନ ଆକାରର  ବ୍ରସ ବ୍ୟବହର କରାଯାଇଥାଏ। ତେଣୁ ଆପଣ କଣ ଲଗାଇବା ପାଇଁ ବ୍ରସ କିଣୁଛନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ।

.ବ୍ଲଶ, ପାଉଡର ଓ ବ୍ଲଞ୍ଜର ପାଇଁ ମୋଟା ବ୍ରଶର ବ୍ୟବହାର କରନ୍ତୁ। ସେହିପରି ଆଇବ୍ରୋ ହାଇଲାଇଟ ଓ ଲିପଷ୍ଟିକ ଲଗାଇବା ପାଇଁ ପତଳା ବ୍ରସର ବ୍ୟବହାର କରନ୍ତୁ।

.ଅଧିକ ଦିନ ପର୍ଯ୍ୟନ୍ତ ମେକଅପ ବ୍ରସକୁ ବ୍ୟବହାର କରିବା ପାଇଁ ଚାହୁଁଥିଲେ ଅଲଗା ଅଲଗା ମେକଅପ ପ୍ରଡ଼କ୍ଟ ପାଇଁ ଅଲଗା ଅଲଗା ବ୍ରସ ବ୍ୟବହାର କରନ୍ତୁ। ଗୋଟିଏ ବ୍ରସରେ ସବୁ ପ୍ରକାରର ପ୍ରଡ଼କ୍ଟ ଲଗାନ୍ତୁ ନାହିଁ।

.ସଠିକ ମେକଅପ କରିବା ପାଇଁ ଆପଣଙ୍କ ମେକଅପ ବ୍ରସ ସେଟରେ ଅତି କମରେ ୮ପ୍ରକାରର ବ୍ରସ ଥିବା ଜରୁରୀ। ସେଗୁଡିକ ହେଉଛି ବ୍ଲଶ ବ୍ରସ, ପାଉଡର ବ୍ରସ, ଫାଉଣ୍ଡେସନ ବ୍ରସ, କନ୍ସିଲର ବ୍ରସ, ଶ୍ୟାଡୋ ବ୍ରସ, ଆଇବ୍ରୋ ବ୍ରସ, ଲିପ ବ୍ରସ ଓ ଆଇଲାଇନର ବ୍ରସ।

.ମେକଅପ ବ୍ରସକୁ ଅଧିକ ଦିନ ପର୍ଯ୍ୟନ୍ତ ବ୍ୟବହାର କରିବା ପାଇଁ ବ୍ୟବହାର କରୁଥିବା ମେକଅପ ବ୍ରସକୁ ସଫା କରନ୍ତୁ। ବହୁ ଦିନ ପର୍ଯ୍ୟନ୍ତ ମେକଅପ ବ୍ରସ ସଫା ନକରିବା ଦ୍ଵାରା ଏହା ଶୀଘ୍ର ନଷ୍ଟ ହୋଇଯାଇଥାଏ ଓ ଏଥିରେ ବ୍ରସ କରିବା ଦ୍ଵାରା ଆପଣଙ୍କର ତ୍ଵଚା ମଧ୍ୟ ଖରାପ ହୋଇଥାଏ।

#makeuptips #brush

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon