• padmabati kund

ସାଇବର ଆକ୍ରମଣରୁ  ଲାପଟପ, ମୋବାଇଲକୁ ବଞ୍ଚାଇବା ପାଇଁ ଅପଣାନ୍ତୁ ଏହି ଟିପ୍ସ


(ବେତାର ବ୍ୟୁରୋ) ଇଣ୍ଟରନେଟର ବ୍ୟବହାର ବଢିବା ସହିତ ଲୋକମାନଙ୍କୁ ଅନେକ ସୁବିଧା ମିଳିପାରୁଛି, ମାତ୍ର ଏହାସହିତ ସାଇବର ଅପରାଧ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଅନଲାଇନରେ ନିଜସ୍ୱ ତଥ୍ୟ ଦେଇ ଅନେକ ବ୍ୟକ୍ତି ସାଇବର ଆକ୍ରମଣ ଶିକାର ହେଉଛନ୍ତି। ନିଜକୁ ସାଇବର ଆକ୍ରମଣରୁ ବଞ୍ଚାଇବା ପାଇଁ ଅନଲାଇନରେ ନିଜ ବିଷୟରେ ତଥ୍ୟ ଶେୟାର କରିବା ଆଗରୁ କିଛି କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ।

ଯଦି ଆପଣ ବ୍ୟବହାର କରୁଥିବା ମୋବାଇଲ, ଲାପଟପ, କମ୍ପ୍ୟୁଟର ବର୍ତ୍ତମାନ ସୁରକ୍ଷିତ ଅଛି ତେବେ ଏହାର କୌଣସି ଗ୍ୟାରେଣ୍ଟି ନାହିଁ ଯେ ଆଗକୁ ମଧ୍ୟ ଏହା ସୁରକ୍ଷିତ ରହିବ। ତେଣୁ ଆପଣଙ୍କ ମୋବାଇଲ, ଲାପଟପ ଓ କମ୍ପ୍ୟୁଟରକୁ ସାଇବର ଆକ୍ରମଣକୁ ରୋକିବା ପାଇଁ କଣ କରିବେ ଆସନ୍ତୁ ଜାଣିବା।

୧.ଡାଟାର ବ୍ୟାକଅପ ରଖନ୍ତୁ: ସାଇବର ଆକ୍ରମଣ କରୁଥିବା ଅପରାଧୀଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆପଣଙ୍କ ସିଷ୍ଟମରେ ଥିବା ଡାଟାକୁ ଚୋରୀ କରିବା। ଏଥିପାଇଁ ଆପଣ ନିଜର ଡାଟାକୁ ବ୍ୟାକଅପ ଫାଇଲ ପ୍ରସ୍ତୁତ କରି ରଖନ୍ତୁ ଓ ଏହାକୁ ପେନ୍ ଡ୍ରାଇଭ, ସିଡି କିମ୍ବା ହାର୍ଡ ଡ୍ରାଇଭରେ ରଖନ୍ତୁ। ଯଦି ଆପଣଙ୍କ ସିଷ୍ଟମ ଭାଇରସ ଦ୍ଵାରା ଆକ୍ରମଣ ହୁଏ ତେବେ ଆପଣ ଡାଟାର ବ୍ୟାକଅପ ପାଇପାରିବେ।

୨.ଅଜଣା ଇମେଲକୁ ଖୋଲନ୍ତୁ ନାହିଁ: ଭାଇରସ ବିଭିନ୍ନ ପ୍ରକାରର ହୋଇଥାଏ। ସାଧାରଣତଃ ହ୍ୟାକରମାନେ କୌଣସି ଲିଙ୍କ ବା ଇମେଲ ସାହାଯ୍ୟରେ ଆପଣଙ୍କ ମୋବାଇଲକୁ ଭାଇରସ ପଠାଇଥାନ୍ତି। ଏଥିପାଇଁ କୌଣସି ଅଜଣା ମେଲକୁ କେବେବି ଖୋଲନ୍ତୁ ନାହିଁ। ଯଦି ଆପଣ କୌଣସି ଅଜଣା ଇମେଲ ଖୋଲୁଛନ୍ତି ତେବେ ଏହାକୁ ଖୋଲିବା ମାତ୍ରେ ଆପଣଙ୍କ ସମସ୍ତ ତଥ୍ୟ ହ୍ୟାକରଙ୍କ ନିକଟରେ ପହଞ୍ଚି ଯାଇଥାଏ।

୩.ସଫ୍ଟୱେୟାର ଅପଡେଟ ରଖନ୍ତୁ: ସିଷ୍ଟମର ସଫ୍ଟୱେୟାରକୁ ସବୁବେଳେ ଅପଡେଟ ରଖିବା ଜରୁରୀ। ସାଇବର ଆକ୍ରମଣ ସାଧାରଣତଃ ସେହି କମ୍ପ୍ୟୁଟର ବା ଲାପଟପ ଉପରେ ହୋଇଥାଏ ଯାହାର ସଫ୍ଟୱେୟାର ଅପଡେଟ ହୋଇନଥାଏ। ସଫ୍ଟୱେୟାର ଅପଡେଟରେ ସବୁବେଳେ ସାଇବର ସିକ୍ୟୁରିଟୀ ସହିତ ବିଭିନ୍ନ ଦିଗକୁ ସାମିଲ କରାଯାଇଥାଏ।

୪.ଡାଟାକୁ କେଉଁଥିରେ ରଖିବା ଜରୁରୀ: ସବୁବେଳେ ଇଣ୍ଟରନେଟରେ ସଂଯୋଗ ରହୁଥିବା ସିଷ୍ଟମରେ ସାଇବର ଆକ୍ରମଣ ହୋଇଥାଏ। ଯେଉଁ କମ୍ପ୍ୟୁଟରରେ ଇଣ୍ଟରନେଟ କନେକ୍ସନ ହୋଇନଥାଏ ସେହି କମ୍ପ୍ୟୁଟରରେ ଥିବା ଡାଟାକୁ ହ୍ୟାକ କରିବା ଅସମ୍ଭବ ଅଟେ। ଏହାସହିତ ଏହି କମ୍ପ୍ୟୁଟରରେ ଆପଣଙ୍କ ଡାଟା ମଧ୍ୟ ସୁରକ୍ଷିତ ରହିଥାଏ।

୫.ଆଣ୍ଟି ଭାଇରସ ଇନଷ୍ଟଲ ରଖନ୍ତୁ: ସିଷ୍ଟମରେ ଆଣ୍ଟି ଭାଇରସକୁ ଇନଷ୍ଟଲ କରିବାକୁ କେବେବି ଭୁଲନ୍ତୁ ନାହିଁ। ଏହା ଆପଣଙ୍କ ସିଷ୍ଟମରେ  ଥିବା ଡାଟାକୁ ହ୍ୟାକ ହେବାଠାରୁ ରକ୍ଷା କରିଥାଏ।

#mobile #cyberattack #tricksandtips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon