• ବେତାର ବ୍ୟୁରୋ

ବୁମରାହଙ୍କ ମନ୍ତ୍ର ଉତ୍ସାହିତ କରିଥିଲା :  ବିଜୟ ଶଙ୍କର


(ବେତାର  ବ୍ୟୁରୋ) ଭାରତ- ଅଷ୍ଟ୍ରେଲିଆ  ଦ୍ଵିତୀୟ ଦିନିକିଆ ମ୍ୟାଚରେ ଖେଳ ଶେଷ ଓଭରରେ ଦୁଇଟି ୱିକେଟ ନେଇ ଭାରତର 500ତମ ବିଜୟରେ ଅଗ୍ରଣୀ ଭୂମିକାରେ ଥିବା ବୋଲର ବିଜୟ ଶଙ୍କର  କହିଛନ୍ତି ଯେ ଶେଷ ଓଭରରେ ଯଶପ୍ରୀତ ବୁମରାହଙ୍କ ଧୈର୍ଯ୍ୟପୂର୍ଣ୍ଣ

ବାଣୀ ଓ ବୋଲିଂ ମନ୍ତ୍ର  ତାଙ୍କୁ ଶାନ୍ତ ଚିତ୍ତରେ ଓ ବିନା କୌଣସି ଚାପର ବଶବର୍ତ୍ତୀ ହେଇ ବୋଲିଂ କରିବା ପାଇଁ ସାହସ ଯୋଗାଇ ଥିଲା।

ମଙ୍ଗଳବାର ମ୍ୟାଚ ପରେ କ୍ରିକେଟ ପ୍ରସାରଣ ସଂସ୍ଥାକୁ ଏକ ସାକ୍ଷାତକାରରେ ସେ କହିଛନ୍ତି," ମ୍ୟାଚର 43ତମ ଓଭରରେ ଅଧିକ ରନ ଦେବା ପରେ ମୁଁ ସାମାନ୍ୟ ଚାପରେ ଥିଲି । ମୁଁ ନିଜକୁ ଆଉଥରେ ପ୍ରମାଣିତ କରିବାକୁ ଆଉ ଏକ ଶେଷ ସୁଯୋଗ ଚାହୁଁଥିଲି ଏବଂ ସେହି ସମୟ ଆସି ପହଁଚିଲା ଶେଷ ଓଭରରେ।"

ବିରାଟ କୋହଲିଙ୍କ ଆକର୍ଷଣୀୟ ଶତକ ଓ ଶେଷ ଓଭର୍‌ରେ ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଶାଣିତ ବୋଲିଂ ବଳରେ ଟିମ୍ ଇଣ୍ଡିଆ ନାଗପୁରଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୮ ରନ୍‌ରେ ପରାସ୍ତ କରିଥିଲା। ଏହି ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୨-୦ର ଅଗ୍ରଣୀ ହାସଲ କରିନେଇଛି ।

ଏହି ମ୍ୟାଚର ଅନ୍ତିମ ଓଭରରେ ଶେଷ ଦୁଇଟି ୱିକେଟ ନେଇ ବିଜୟ ଶଙ୍କର ଅଷ୍ଟ୍ରେଲିଆକୁ ଅଲଆଉଟ କରିଥିଲେ ଓ ଭାରତ ମଥାରେ ବିଜୟଟିକା ପିନ୍ଧାଇଥିଲେ। ଖେଳ ଶେଷ ଆଡକୁ ସଫଳ ବ୍ୟାଟ୍ସମ୍ୟାନ ଷ୍ଟୋଇନିସଙ୍କ ଉପସ୍ଥିତି ଅଷ୍ଟ୍ରେଲିଆ ସପକ୍ଷରେ ଥିଲା। ଏହି ସମୟରେ 48ତମ ଓଭରରେ ବୋଲିଙ୍ଗ ସମାପ୍ତ କରିଥିବା ଯଶପ୍ରୀତ ବୁମରାହ ଆସି ବିଜୟ ଶଙ୍କରଙ୍କୁ ପିଚରେ ସମସ୍ୟା ଥିବା କଥା କହିଥିଲେ।

ଏ ସମ୍ପର୍କରେ ବିଜୟ ଶଙ୍କର କହିଛନ୍ତି "ବୁମରାହ କହିଥିଲେ ବଲ ପିଚରେ ପଡି ରିଭର୍ସ ସ୍ୱିଙ୍ଗ କରୁଛି , ଏଣୁ ସଠିକ ଦୁରତାରେ ବଲ ପଡିବା ଆବଶ୍ୟକ। ଯେତେବେଳେ ବୁମରାହଙ୍କ ପରି ବୋଲର ମୋତେ କୌଶଳ ବତାଉଥାନ୍ତି ସେତେବେଳେ ମୋ ଆତ୍ମବିଶ୍ବାସ ଦ୍ବିଗୁଣିତ ହେଇଗଲା। ଏହା ସହିତ ମୁଁ କୌଣସି ଚାପର ବଶବର୍ତ୍ତୀ ନ ହେଇ ବୋଲିଙ୍ଗ କରିବାକୁ ଚେଷ୍ଟା କରିଥିଲି , ଯାହାର ଫଳ ମିଳିଲା।"

ବିଶ୍ଵକପରେ ସ୍ଥାନ କ୍ରିକେଟ ବିଶ୍ଵକପ ଆଉ ଅଳ୍ପ ଦିନ ଥିବା ବେଳେ ବିଜୟ ଶଙ୍କର ଙ୍କ ଏହି ଉଭୟ ବୋଲିଙ୍ଗ ଓ ବ୍ୟଟିଙ୍ଗରେ ସଫଳତା ତାଙ୍କ ସ୍ଥାନ ଦଳରେ ସୁନିଶ୍ଚିତ କରିସାରିଛି ବୋଲି ଖେଳ ବିଶେଷଜ୍ଞଙ୍କ ମତ। ମଙ୍ଗଳବାର ମ୍ୟାଚ ରେ 5ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ବିଜୟ ଶଙ୍କର ଭଲ ପ୍ରଦର୍ଶମ କରିଥିଲେ। ଅଧିନାୟକ କୋହଲିଙ୍କ ସହ ମିଶି ଚତୁର୍ଥ ୱିକେଟ୍ ପାଇଁ ୮୧ ରନ୍‌ର ଲଢ଼ୁଆ ପାର୍ଟନରଶିପ୍ କରି ଭାରତକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ । ବିଜୟ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରି ମାତ୍ର ୪୧ ବଲ୍‌ରେ ଦ୍ରୁତ ୪୬ (୫ ଚୌକା, ୧ ଛକା) ରନ୍ କରି ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍ ହୋଇଥିଲେ ।

ନିଜ ବ୍ୟାଟିଂ ସମ୍ପର୍କରେ ବିଜୟ ଶଙ୍କର ପ୍ରତିକ୍ରିୟା ରଖି କହିଛନ୍ତି "ଭାରତ A ଟିମ୍ ରେ ଖେଳିବା ବେଳେ ମଧ୍ୟ ମୁଁ 5ମ ସ୍ଥାନରେ ବ୍ୟାଟିଂ କରୁଥିଲି। ତେଣୁ ସ୍ଥାନଟି ମୋର ସୁବିଧାଜନକ ସ୍ଥାନ। ଏହି ସ୍ଥାନରେ ବ୍ୟାଟିଂ କରି ମୁଁ ଏଇୟା ଶିକ୍ଷା ଲାଭ କରିଛି ଯେ ଯେତେ ସମ୍ଭବ ସେତେ ସିଙ୍ଗଲ ନେବା ଓ ସୁବିଧା ଦେଖି ଛକା, ଚଉକା ଲଗେଇବା।' 

#Kohli #BCCI #Cricket

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon