- ବେତାର ବ୍ୟୁରୋ
ହଟ୍ ଷ୍ଟାରରେ ଧୋନୀ କହିବେ ନିଜ ଜୀବନର ଅକୁହା କାହାଣୀ

(ବେତାର ବ୍ୟୁରୋ) କ୍ୟାପଟେନ କୁଲ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନିଙ୍କ ବିଷୟରେ ସମସ୍ତଙ୍କୁ ଉଣାଅଧିକେ ଜଣା। ତାଙ୍କ ଜୀବନକୁ ନେଇ ଏଲ ଫିଲ୍ମ ମଧ୍ୟ ପ୍ରସ୍ତୁତ ହେଇସାରିଛି। ତେବେ ନିଜ ଜୀବନର ଏପରି କିଛି ଆହୁତି କଥା ରହିଛି ଯାହାକୁ ଧୋନି ଫିଲ୍ମ ମାଧ୍ୟମରେ ନୁହଁ, ନିଜେ କହିବାକୁ ସ୍ଥିର କରିଛନ୍ତି। ନିଜ ଜୀବନର କାହାଣୀକୁ ନେଇ ପ୍ରସ୍ତୁତ ହେଇଥିବା ଡକ୍ୟୁ-ଡ୍ରାମା ଶୋ' "ରୋର ଅଫ ଦି ଲାୟନ" ଆଗାମୀ ମାର୍ଚ୍ଚ 20 ତାରିଖରେ ହଟଷ୍ଟାର ଆପରେ ପ୍ରସାରିତ ହେବ।
ଏହି ଶୋ'ର ଏକ ଟିଜରରେ କୁହାଯାଇଛି ଧୋନୀଙ୍କ ଅନେକ ନାମ: ମାହି, କ୍ୟାପଟେନ କୁଲ, ଥଲା(ତାମିଲ) । ତେବେ ଏପରି କିଛି ତାଙ୍କ ଜୀବନ କଥା ନାହିଁ ଯାହାକୁ କେହି ଜାଣି ନାହାନ୍ତି। ତେବେ ଏହି ଶୋ' ରେ ଧୋନି ନିଜ ଜୀବନ ବିଷୟରେ ଏପରି କିଛି କହିବେ ଯାହା ତାଙ୍କର ନିକଟତମ ବନ୍ଧୁ ମଧ୍ୟ ଜାଣି ନାହାନ୍ତି। କଣ ଥିଲା ତାଙ୍କ ଜୀବନର ସବୁଠୁ କଷ୍ଟକର ମୁହୂର୍ତ୍ତ ? ଖେଳାଳୀ, କ୍ୟାପଟେନ, ସ୍ୱାମୀ ନା ପିତା! ହଟଷ୍ଟାର ଆଗକୁ ଏହିଭଳି ଅନେକ ବିଶେଷ ଉପସ୍ଥାପନା କରିବାକୁ ଯାଉଛି ଯେଉଁଥିରେ ଅନେକ ପ୍ରତିଭାବାନ ବ୍ୟକ୍ତିତ୍ବ ନିଜ ସମ୍ପର୍କରେ କହିବେ ଓ କାହାଣୀ ଦେଖାଇବେ ମଧ୍ୟ। କ୍ୟାପଟେନ ପଦ ତ୍ୟାଗ
ଧୋନୀଙ୍କ ଅନ୍ଦାଜ ସବୁବେଳେ ଜୋରଦାର ଚର୍ଚ୍ଚାର ବିଷୟବସ୍ତୁ ହେଇଥାଏ । ସବୁବେଳେ ନିଜର ଏକ ନିିଆରା ଅନ୍ଦାଜ୍ ପାଇଁ ଚର୍ଚ୍ଚାରେ ଥାନ୍ତି ମାହି । ଠିକ୍ ସେହିଭଳି ଭାବେ ୨୦୧୪ରେ ତାଙ୍କ ଅବସର ଘୋଷଣା ବି ସମସ୍ତଙ୍କୁ ଚକିତ କରିଥିଲା । ଅଷ୍ଟ୍ରେଲିଆ ସହ ଶେଷ ଟେଷ୍ଟ ମ୍ୟାଚରେ ଧୋନି ଅମ୍ପାୟରଙ୍କ ହାତରୁ ଷ୍ଟମ୍ପ ନେଇଥିଲେ ଏବଂ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।
ଏହାପରେ ସେ ଅଧିନାୟକ ଦାୟିତ୍ଵରୁ ନିଜକୁ ମୁକ୍ତ କରିଥିଲେ । ତେବେ ଏହି ଘଟଣା ପଛର କାହାଣୀ ଏ ଯାଏଁ ସାମ୍ନାକୁ ଆସିନି ।
ତେବେ ଗତ ବର୍ଷ ଏସିଆ କପ ୨୦୧୮ରେ ଭାରତ ଦଳର ଅଧିନାୟକ ଥିବା ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିଲା। ରୋହିତ ଶର୍ମାଙ୍କ ସ୍ଥାନରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏହି ମ୍ୟାଚରେ ଅଧିନାୟକ ଭାର ସମ୍ଭାଳିଥିଲେ।
ମହେନ୍ଦ୍ର ସିଂ ଧୋନି ପ୍ରାୟ ୬୯୬ଦିନ ପରେ ଭାରତୀୟ ଦଳର ଅଧିନାୟକ ଭାର ତୁଲାଇଥିଲେ। ଏହି ମ୍ୟାଚ ଥିଲା ଧୋନିଙ୍କର ଅଧିନାୟକ ଭାବରେ ୨୦୦ତମ ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚ। ଧୋନି ସମସ୍ତଙ୍କ ଆଗରେ ନିଜର ନରମ ଓ ଶାନ୍ତ ସ୍ଵଭାବ ପାଇଁ ପରିଚିତ। ଅଧିନାୟକ ହୋଇନଥିବା ବେଳେ ମଧ୍ୟ ସେ ବୋଲର ମାନଙ୍କ ସହ କଥାବାର୍ତ୍ତା କରିଥାଆନ୍ତି ଓ ପ୍ରୋତ୍ସାହିତ କରିଥାଆନ୍ତି।
ଟେଷ୍ଟ କ୍ରିକେଟରୁ ଓ କ୍ୟାପଟେନ ପଦବୀରୁ ଅବ୍ୟାହତି ନେଇ ଥିଲେ ମଧ୍ୟ ଆଗାମୀ ବିଶ୍ଵକପ କ୍ରିକେଟ ଖେଳିବେ ବୋଲି ଧୋନୀ ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି ।