• padmabati kund

ଶିଶୁଙ୍କୁ ହିନ୍ଦୀ ଓ ଇଂରାଜୀ ଶିଖାଇବା ପାଇଁ ଆସିଲା ଆପ୍ : ‘ଗୁଗୁଲ ବୋଲୋ’


(ବେତାର ବ୍ୟୁରୋ) ଆଣ୍ଡ୍ରଏଡ ଅପରେଟିଙ୍ଗ ସିଷ୍ଟମ ପ୍ରସ୍ତୁତ କରୁଥିବା କମ୍ପାନୀ ‘ଗୁଗୁଲ’ ତରଫରୁ ବୁଧବାର ଏକ ‘google BOLO’ ଆପ୍ ଲଞ୍ଚ କରାଯାଇଛି। ଏହି ଆପ୍ ପ୍ରାଇମେରୀ ସ୍କୁଲର ପିଲାମାନଙ୍କୁ ହିନ୍ଦୀ ଓ ଇଂରାଜୀ ଶିଖାଇବାରେ ସାହାଯ୍ୟ କରିବ। ଏହା ସହିତ ପିଲାମାନଙ୍କର ଉଚ୍ଚାରଣ ସମ୍ବନ୍ଧୀୟ ତ୍ରୁଟିକୁ ଦୂର କରିବା ପାଇଁ ମଧ୍ୟ ଏହି ଆପ୍ ସାହାଯ୍ୟ କରିବ।

ଏହି ଆପକୁ ବର୍ତ୍ତମାନ କେବଳ ଆଣ୍ଡ୍ରଏଡ ସ୍ମାର୍ଟଫୋନ ପାଇଁ ଲଞ୍ଚ କରାଯାଇଛି। ପ୍ଲେ ଷ୍ଟୋରରୁ ଏହି ଆପକୁ ଡାଉନଲୋଡ କରିପାରିବେ। ଆଣ୍ଡ୍ରଏଡ କିଟକାଟ ଭର୍ସନ 4.4 ଉପରକୁ ସମସ୍ତ ଅପରେଟିଙ୍ଗ ସିଷ୍ଟମରେ ଏହାକୁ ବ୍ୟବହାର କରିପାରିବେ। ଏହି ଆପକୁ ବିନା ଇଣ୍ଟରନେଟରେ ମଧ୍ୟ ବ୍ୟବହାର କରିପାରିବେ।

କମ୍ପାନୀର କହିବା ମୁତାବକ, ଏହି ଆପରେ ଗୁଗୁଲ speech recognization ଓ text-to-speech ଟେକ୍ନୋଲୋଜିର ବ୍ୟବହାର କରାଯାଇଛି। ଏହାକୁ  କେବଳ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଲଞ୍ଚ କରାଯାଇଛି। ଏହାକୁ ଇନଷ୍ଟଲ କରିବା ପରେ ଏଥିରେ ଏକ ଆନିମେସନ ଚରିତ୍ର ‘ଦିୟା’ ଆସିବା ଓ ପିଲାମାନଙ୍କୁ କାହାଣୀ ପଢିବା ପାଇଁ ପ୍ରେରଣା ଯୋଗାଇବ। ଯଦି ପିଲାମାନେ କାହାଣୀ ପଢିବା ସମୟରେ କିଛି ଭୁଲ ଉଚ୍ଚାରଣ କରନ୍ତି ତେବେ ସେହି ବାକ୍ୟର ସଠିକ ଉଚ୍ଚାରଣ କରିବା ପାଇଁ ଏହି ଆନିମେସନ ଚରିତ୍ର ‘ଦିୟା’ ସାହାଯ୍ୟ କରିବ।

ଏହି ‘Goolgle BOLO’ ଆପରେ ପିଲାମାନଙ୍କର ସୁରକ୍ଷା ନିଶ୍ଚିତ କରିବା ପାଇଁ ଏହାର ସମସ୍ତ ତଥ୍ୟ କୌଣସି ସର୍ଭରରେ ଷ୍ଟୋର ହେବ ନାହିଁ। ଏହାର ସମସ୍ତ ଡାଟା ବ୍ୟବହାରକାରୀଙ୍କ ମୋବାଇଲରେ ଗଚ୍ଛିତ ହୋଇ ରହିବ। ସେଥିପାଇଁ ମୋବାଇଲରେ ଅଧିକ ମେମୋରୀ ରହିବା ଆବଶ୍ୟକ।

ଏହି ଆପକୁ ବ୍ୟବହାର କରିବା ପାଇଁ ଇ-ମେଲ ଆଇଡି ଓ ବ୍ୟବହାରକାରୀ ଜଣକ ମହିଳା ନା ପୁରୁଷ ତାହା ସୂଚନା ଦେବାକୁ ପଡିବ।

Google Indiaର ପ୍ରୋଜେକ୍ଟ ମ୍ୟାନେଜର ନିତିନ କଶ୍ୟପ କହିଛନ୍ତି ଯେ, ଏହି ଆପକୁ ଏପରି ଭାବରେ ଡିଜାଇନ କରାଯାଇଛି ଯାହାକି ଇଣ୍ଟରନେଟ ନଥିଲେ ମଧ୍ୟ କାମ କରିବ। ଏଥିପାଇଁ କେବଳ 50MBର ଏହି ଆପକୁ ଡାଉନଲୋଡ କରିବାକୁ ପଡିବ। ଏଥିରେ ହିନ୍ଦୀ ଓ ଇଂରାଜୀରେ ପ୍ରାୟ 100ଟି କାହାଣୀ ରହିଛି। ଏହାସହିତ ପରବର୍ତ୍ତୀ ସମୟରେ ଏହି ଆପରେ ବଙ୍ଗାଳୀ, ମରାଠି ଭାଷାକୁ ସ୍ଥାନ ଦିଆଯିବାର ଯୋଜନା ମଧ୍ୟ ରହିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପିଲାମାନଙ୍କ ମଧ୍ୟରେ ପଢିବାର କ୍ଷମତା କମ ହେଉଥିବାରୁ ଏହା ପିଲାମାନଙ୍କର ଶିକ୍ଷାକୁ ପ୍ରଭାବିତ କରିଥାଏ ଓ ପିଲାମାନେ ନିଜ କ୍ଷମତାକୁ ସଠିକ ଭାବରେ ଜାଣିପାରିନଥାନ୍ତି। Annual status of educationର 2018ବର୍ଷ ରିପୋର୍ଟ ମୁତାବକ ଭାରତର ଗ୍ରାମୀଣ ଅଞ୍ଚଳରେ ପଞ୍ଚମ ଶ୍ରେଣୀର ଅଧା ପିଲା ଦ୍ଵିତୀୟ ଶ୍ରେଣୀ ପିଲାଙ୍କର ପାଠ୍ୟପୁସ୍ତକକୁ ଠିକ ସେ ପଢିପାରୁ ନାହାନ୍ତି। ଏହି ଆପ୍ ସେହି ପିଲାମାନଙ୍କୁ ସଠିକ ଭାବରେ ଇଂରାଜୀ ଓ ହିନ୍ଦୀ ପଢିବାରେ ସାହାଯ୍ୟ କରିବ।

#mobileapp #googleboloapp

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon