• padmabati kund

ନୌସେନାରେ ଆଟିଆଇ ପାସଙ୍କ ପାଇଁ 554ଟି ନିଯୁକ୍ତି ସୁଯୋଗ, ଦରମା ଟ.18,000


ଭାରତୀୟ ନୌସେନା ତରଫରୁ ଟ୍ରେଡ୍ସମ୍ୟାନ ମେଟ ପଦରେ ନିଯୁକ୍ତି ପାଇଁ ଆଗ୍ରହୀ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଇଛି। ଦଶମ ଶ୍ରେଣୀ ପାସ କରିଥିବା ଓ 

ଆଇଟିଆଇ ପ୍ରାର୍ଥୀ ମାନେ ଏହି ପଦ ପାଇଁ ଆବେଦନ କରିପାରିବେ। 

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାପାଇଁ ଆବେଦନ ପ୍ରକ୍ରିୟା ମାର୍ଚ୍ଚ 2 ତାରିଖରୁ ଆରମ୍ଭ ହୋଇଯାଇଛି।  ଇଚ୍ଛୁକ ଥିବା ପ୍ରାର୍ଥୀମାନେ ମାର୍ଚ୍ଚ 15 ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ଟ୍ରେଡ୍ସମ୍ୟାନ ମେଟ୍ ପଦ ପାଇଁ ମୋଟ 554ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ବିଶାଖାପାଟଣା ପାଇଁ 46ଟି, ମୁମ୍ବାଇ ପାଇଁ 502ଟି ଓ , କୋଚି ପାଇଁ 6ଟି ପଦବୀ ରହିଛି।

ଦରମା

ଟ୍ରେଡମ୍ୟାନ ମେଟ୍ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ପରେ ଟ.18,000-ଟ.56,900 ମଧ୍ୟରେ ଦରମା ପ୍ରଦାନ କରାଯିବ।

ବୟସସୀମା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 25ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ, ଓବିସି ପ୍ରାର୍ଥୀଙ୍କ ପାଇଁ 3ବର୍ଷ ଓ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ 10ବର୍ଷ କୋହଳ କରାଯିବ। 

ଶିକ୍ଷାଗତ ଯୋଗ୍ୟତା

ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ସ୍ଵୀକୃତିପ୍ରାପ୍ତ ବୋର୍ଡରୁ ମାଟ୍ରିକ ପାସ କରିଥିବା ଆବଶ୍ୟକ, କିମ୍ବା ଆଇଟିଆଇ ପାସ କରିଥିବା ଆବଶ୍ୟକ। 

ଆବେଦନ ଫି'

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଟ.205ର ଆବେଦନ ଫି' ଦେବାକୁ ପଡିବ। ଅନୁସୂଚିତ ଜାତି, ଜନଜାତି, ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କୁ କୌଣସି ଫି' ଦେବାକୁ ପଡିବ ନାହିଁ। ଏହାକୁ ଅନଲାଇନରେ ପଇଠ କରିପାରିବେ। 

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ଭାରତୀୟ ନୌସେନାର ଅଫିସିଆଲ ୱେବସାଇଟ www.joinindiannavy.gov.in ରେ ଲଗଇନ କରନ୍ତୁ। ଏହାପରେ Join Navy ଅପ୍ସନ ଉପରେ କ୍ଲିକ କରନ୍ତୁ। ଏହାପରେ ways to join ଉପରେ କ୍ଲିକ କରି civilian ଟ୍ୟାବ ଉପରେ କ୍ଲିକ କରନ୍ତୁ। ଏହାପରେ tredsman mate ଉପରେ କ୍ଲିକ କରନ୍ତୁ। ପ୍ରଥମେ ରେଜିଷ୍ଟ୍ରେଶନ କରିବା ପରେ ଆବେଦନ କରିପାରିବେ। 

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଭାରତୀୟ ନୌସେନାର ଅଫିସିଆଲ ୱେବସାଇଟ www.joinindiannavy.gov.in ରେ ଲଗଇନ କରନ୍ତୁ। ତେବେ ଆବେଦନ କରିବା ଆଗରୁ ୱେବସାଇଟରେ ଥିବା ସମସ୍ତ ଅନୁଦେଶକୁ ଭଲଭାବରେ ପଢିନିଅନ୍ତୁ।

#jobs #govtjobs #indiannavy

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon