- padmabati kund
ପୁରୁଷଙ୍କ ପାଇଁ : ସଠିକ ଜୋତା କିଣିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

(ବେତାର ବ୍ୟୁରୋ) ଯେକୌଣସି ଋତୁ ହେଉ ନା କାହିଁକି ଜୋତା ଆପଣଙ୍କ ସହିତ ସବୁ ଋତୁରେ ରହିଥାଏ। ଜୋତା ପିନ୍ଧିବା ଦ୍ଵାରା ଆପଣ ସ୍ମାର୍ଟ ଲୁକ୍ ପାଇବା ସହିତ ଏହା ଆପଣଙ୍କ ପାଦକୁ ମଧ୍ୟ ରକ୍ଷା କରିଥାଏ। ଆପଣ ଯେତେ ଭଲ ପୋଷାକ ପିନ୍ଧିଥିଲେ ମଧ୍ୟ ଯଦି ଆପଣଙ୍କ ଜୋତା ଭଲ ନଥାଏ ତେବେ ଏହା ଆପଣଙ୍କ ଲୁକ୍ ବିଗାଡି ଦେଇଥାଏ। ତେଣୁ ନିଜକୁ ଏକ ଷ୍ଟାଇଲିସ ଲୁକ୍ ଦେବା ପାଇଁ ପୋଷାକ ସହିତ ଭଲ ଜୋତା ମଧ୍ୟ ବାଛିବା ଉଚିତ।
ପୁରୁଷମାନେ ନିଜକୁ ଷ୍ଟାଇଲିସ ଲୁକ୍ ଦେବା ପାଇଁ ଜୋତା ବାଛିବା ସମୟରେ କେଉଁ କେଉଁ କଥା ଉପରେ ଧ୍ୟାନ ଦେବେ ଆସନ୍ତୁ ଜାଣିବା।
୧.ଜୋତାର ରଙ୍ଗ ଉପରେ ଧ୍ୟାନ ଦିଅନ୍ତୁ: ଆପଣ ଯେଉଁ ଜୋତା କିଣୁଛନ୍ତି ତାହାର ରଙ୍ଗ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ। ନିଜ ପୋଷାକକୁ ମ୍ୟାଚ କରୁଥିବା ରଙ୍ଗର ଜୋତା କିଣନ୍ତୁ। ଯଦି ଆପଣ ପୋଷାକକୁ ମ୍ୟାଚ ନକରୁଥିବା ପରି ରଙ୍ଗର କିଛି ଜୋତା କିଣୁଛନ୍ତି ତେବେ ଏପରି ରଙ୍ଗର ଜୋତା କିଣନ୍ତୁ ଯାହାକି ସବୁ ରଙ୍ଗର ପୋଷାକକୁ ଯେପରି ମ୍ୟାଚ କରୁଥିବ। ସବୁ ରଙ୍ଗର ପୋଷାକ ସହ ପିନ୍ଧିବା ପାଇଁ ହାଲକା ବ୍ରାଉନ ରଙ୍ଗ ବା କଳା ରଙ୍ଗର ଜୋତା କିଣିପାରିବେ।

୨.ଏହି ରଙ୍ଗର ଜୋତା ନିଶ୍ଚିତ ରଖନ୍ତୁ: ପ୍ରାୟ ପୁରୁଷ ବିଭିନ୍ନ ପ୍ରକାରର ଓ ବିଭିନ୍ନ ରଙ୍ଗର ଜୋତା କିଣି ରଖିବାକୁ ପସନ୍ଦ କରିଥାନ୍ତି। ଯଦି ଆପଣଙ୍କର ମଧ୍ୟ ଏପରି ଅଭ୍ୟାସ ରହିଛି ତେବେ ନିଜ କଲେକ୍ସନରେ କଳା ଲେଦର୍ ଶୁ’, ବ୍ରାଉନ ଲେଦର୍ ଶୁ’ ଓ ଧୂସର ରଙ୍ଗର ଶୁ’ ରଖନ୍ତୁ। ଏହା ଏପରି ରଙ୍ଗ ଅଟେ ଯାହା ଯେକୌଣସି ରଙ୍ଗର ପୋଷାକ ସହିତ ମ୍ୟାଚ କରିଥାଏ। ଏହା ସହିତ ଆପଣ ଧଳା ସ୍ନିକର୍ ମଧ୍ୟ କିଣନ୍ତୁ।
୩.କେଉଁଠାକୁ ପିନ୍ଧିକି ଯିବେ ତାହା ଧ୍ୟାନ ରଖନ୍ତୁ: ଜୋତା କିଣିବା ସମୟରେ ଏହାକୁ କେଉଁଠାକୁ ଓ କେଉଁ ଉତ୍ସବରେ ପିନ୍ଧିକି ଯିବେ ତାହା ମଧ୍ୟ ଧ୍ୟାନ ରଖନ୍ତୁ। ଯଦି ଆପଣ ଅଫିସ ଯାଉଛନ୍ତି ତେବେ ଫର୍ମାଲ୍ ଶୁ’ ପିନ୍ଧିକରି ଯାଆନ୍ତୁ। ସାଙ୍ଗ ମାନଙ୍କ ସହିତ ପାର୍ଟିକୁ ଯାଉଥିଲେ ବା କୌଣସି ସ୍ଥାନକୁ ବୁଲିବାକୁ ଯାଉଥିଲେ ସ୍ନିକର୍ ବା ସ୍ପୋର୍ଟ୍ସ ଶୁ’ ପିନ୍ଧି ପାରିବେ।

୪.ଆରାମ ଉପରେ ଧ୍ୟାନ ଦିଅନ୍ତୁ: ଯେକୌଣସି ଜୋତା କିଣୁଥିଲେ ସର୍ବପ୍ରଥମେ ଏହା ଆପଣଙ୍କୁ ଆରାମ ପ୍ରଦାନ କରିବା କି ନାହିଁ ସେ ବିଷୟରେ ଧ୍ୟାନ ଦିଅନ୍ତୁ। ଯଦି ଆପଣ ଜୋତା ପିନ୍ଧିବାପରେ ଆପଣଙ୍କ ପାଦରେ କଷ୍ଟ ଅନୁଭବ ହୁଏ ତେବେ ଆପଣଙ୍କର ସମସ୍ତ ଧ୍ୟାନ ଜୋତା ଉପରେ ହିଁ ରହିଥାଏ। ତେଣୁ ଜୋତା କିଣିବା ସମୟରେ ଏହାକୁ ଭଲ ଭାବରେ ପିନ୍ଧିକି ଚାଲନ୍ତୁ। ଏହା ଆପଣଙ୍କୁ ଆରାମଦାୟକ ଲାଗୁଥିଲେ କିଣନ୍ତୁ।