• padmabati kund

ଲଞ୍ଚ ହେଲା ସ୍ମାର୍ଟ ଫ୍ୟାନ : ମୋବାଇଲରେ ନିୟନ୍ତ୍ରିତ ହେବ ସ୍ପିଡ


(ବେତାର ବ୍ୟୁରୋ) ନିଜ ଶୋଇବା ଖଟ ଉପରେ ବସି ଫ୍ୟାନ ସ୍ପିଡ ବଢାଇବା ଓ କମାଇବାକୁ ଆପଣ କେବେ ନା କେବେ ଭାବିଥିବେ । ତେବେ ଏବେ ଏହା କରିବା ସମ୍ଭବ ହେବ ।

ହରିୟାଣାର ଗୁରୁଗ୍ରାମ ସ୍ଥିତ ଭାରତୀୟ ହୋମ୍ ସଲ୍ୟୁସନ ବ୍ରାଣ୍ଡ Ottomate ତରଫରୁ ଚଳିତ ସପ୍ତାହରେ

ଏକ ସ୍ମାର୍ଟଫ୍ୟାନ ଲଞ୍ଚ କରାଯାଇଛି। ଏହାକୁ ଲଗାଇବା ପରେ ଆପଣଙ୍କୁ ଫ୍ୟାନର ସ୍ପିଡ କମାଇବା ଓ ବଢାଇବା ପାଇଁ ବାରମ୍ବାର ଉଠିକରି ସ୍ଵିଚ ବୋର୍ଡ ପାଖକୁ ଯିବାକୁ ପଡିବ ନାହିଁ। ଆପଣ ନିଜର ସ୍ମାର୍ଟଫୋନ ମାଧ୍ୟମରେ ଖଟ ଉପରେ ବସି ବା ଶୋଇ ମୋବାଇଲ ଆପ୍ ମାଧ୍ୟମରେ ନିୟନ୍ତ୍ରଣ କରିପାରିବେ।

କିପରି କାମ କରେ

ଏହି ଫ୍ୟାନରେ ବ୍ଲୁ-ଟୁଥ ସପୋର୍ଟ ରହିଛି। ବ୍ଲୁ-ଟୁଥ ସାହାଯ୍ୟରେ ଏହାକୁ ମୋବାଇଲରେ କନେକ୍ଟ କରିପାରିବେ। ଏହି ସ୍ମାର୍ଟ ଫ୍ୟାନଟି ଏକାସାଥିରେ 200ଟି ବ୍ଲୁ-ଟୁଥ ଡିଭାଇସ ସହିତ କନେକ୍ଟ ହୋଇପାରିବ। ଏଥିପାଇଁ ମୋବାଇଲ ଆପକୁ ଆଣ୍ଡ୍ରଏଡ ମୋବାଇଲ ବ୍ୟବହାରକାରୀ ଗୁଗୁଲ ପ୍ଳେଷ୍ଟୋରରୁ ଡାଉନଲୋଡ କରିବାକୁ ପଡିବ।

ଫ୍ୟାନର ଗତି ନିୟନ୍ତ୍ରଣ ପାଇଁ ଏହି ଆପରେ ଏକ ସ୍ଲାଇଡର ଚିତ୍ର ରହିଛି, ଯାହାକୁ ବାମ ବା ଡାହାଣ ଦିଗକୁ ଘୁଞ୍ଚାଇ ସହଜରେ ଫ୍ୟାନର ସ୍ପିଡକୁ କମ ବା ଅଧିକ କରାଯାଇ ପାରିବ। ଏହି ଫ୍ୟାନରେ ସ୍ମାର୍ଟ ଫୋନରେ ବ୍ୟବହାର କରାଯାଉଥିବା କ୍ଵାଲକମ ଚିପସେଟ୍ ବ୍ୟବହାର କରାଯାଇଛି।

ଏହି ମୋବାଇଲ ଆପରେ ଟର୍ବୋ ମୋଡ୍ ମଧ୍ୟ ରହିଛି, ଯାହା ସାହାଯ୍ୟରେ ଫ୍ୟାନର ସ୍ପିଡକୁ ଦଶଗୁଣ ଅଧିକ କରାଯାଇ ପାରିବ। ଏହାବ୍ୟତୀତ ଏଥିରେ ମାନୁଆଲ ମୋଡ ମଧ୍ୟ ରହିଛି। ମାନୁଆଲ ମୋଡରେ ଆପଣ ନିଜର ଆବଶ୍ୟକ ଅନୁଯାୟୀ ସ୍ପିଡ ସେଟ୍ କରିପାରିବେ। ଏଥିରେ OTTO ମୋଡ୍ ମଧ୍ୟ ରହିଛି। ଏହି ମୋଡରେ ସେଟ୍ କରିବା ପରେ ଫ୍ୟାନରେ ଲାଗିଥିବା ସେନ୍ସର ସାହାଯ୍ୟରେ ଫ୍ୟାନଟି ଆପଣଙ୍କ ଘରର ତାପମାତ୍ରା ଅନୁଯାୟୀ ଏହାର ସ୍ପିଡରେ ମଧ୍ୟ ପରିବର୍ତ୍ତନ କରିବ।

ଫ୍ୟାନ ମୂଲ୍ୟ

Ottomate କମ୍ପାନୀର ଏହି ସ୍ମାର୍ଟଫ୍ୟାନର ମୂଲ୍ୟ ରହିଛି ଟ.3,999। ଏହାସହିତ କମ୍ପାନୀ ତରଫରୁ ସ୍ମାର୍ଟ ରେଡି ଫ୍ୟାନ ମଧ୍ୟ ଲଞ୍ଚ କରାଯାଇଛି। ଏହାର ମୂଲ୍ୟ ଟ.2,999 ରହିଛି। ମାତ୍ର ଟ.1,000 ଅଧିକ ଦେଇ 30ମିନିଟ ମଧ୍ୟରେ ଏହି ସ୍ମାର୍ଟରେଡି ଫ୍ୟାନକୁ ସ୍ମାର୍ଟଫ୍ୟାନରେ ପରିବର୍ତ୍ତନ କରାଯାଇପାରିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି। ଏହି ସ୍ମାର୍ଟଫ୍ୟାନ ମାର୍ଚ୍ଚ 20ରୁ କମ୍ପାନୀର ଅଫିସିଆଲ ୱେବସାଇଟରେ ବିକ୍ରି କରାଯିବ। ଏପ୍ରିଲ 2ରୁ ଇ-କମର୍ସ ୱେବସାଇଟ ମାନଙ୍କରେ ଏହା ଉପଲବ୍ଧ ହେବ। ଏହାବ୍ୟତୀତ ଅଫଲାଇନରେ ଦୋକାନରେ ମଧ୍ୟ ଏହା ଉପଲବ୍ଧ ହେବ।

ଏହି ଫ୍ୟାନକୁ ଲଞ୍ଚ କରି Ottomateର କୋ-ଫାଉଣ୍ଡର ଓ ସିଇଓ କହିଛନ୍ତି ଯେ, Ottomateରେ ଆଧୁନିକ ଟେକ୍ନୋଲୋଜି ସାହାଯ୍ୟରେ ଫ୍ୟାନ ଓ ଲାଇଟ ପରି ସାଧାରଣ ଘରୋଇ ଉପକରଣର ପୁନଃନିର୍ମାଣ କରୁଛି। ଏହାର ମୂଲ୍ୟ ମଧ୍ୟ ସମସ୍ତଙ୍କୁ ସୁହାଇଲା ପରି ରହିଛି। ଏହାଦ୍ଵାରା କମ୍ପାନୀ ଲୋକମାନଙ୍କର ଜୀବନକୁ ସରଳ, ସୁନ୍ଦର ଓ ରୋମାଞ୍ଚକର କରିବାର ଲକ୍ଷ୍ୟ ରଖିଛି। ଆଗକୁ କମ୍ପାନୀ ତରଫରୁ ଏହି ସ୍ମାର୍ଟଫୋନରେ ଗୁଗୁଲ ଆସିଷ୍ଟାଣ୍ଟର ସପୋର୍ଟ ଯୋଡିବାର ଯୋଜନା ମଧ୍ୟ ରହିଛି। ଏହାସହିତ ଆଗାମୀ ଦିନରେ କମ୍ପାନୀ ତରଫରୁ ସ୍ମାର୍ଟ ଲାଇଟ୍ସ ଲଞ୍ଚ କରାଯିବାର ଲକ୍ଷ୍ୟ ରହିଛି।

#smartfan #Ottomate

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon