• padmabati kund

ସୁନ୍ଦର ତ୍ଵଚା ପାଇଁ କ୍ରିମ୍ ଖୋଜୁଛନ୍ତି ? ଟୁଥପେଷ୍ଟ ବ୍ୟବହାର କରନ୍ତୁ


(ବେତାର ବ୍ୟୁରୋ) ଯେତେବେଳେ ଟୁଥପେଷ୍ଟ ଆଲୋଚନା କରାଯାଏ ସେତେବେଳେ ମନକୁ ଆସିଥାଏ ଯେ ଏହା କେବଳ ଦାନ୍ତକୁ ସଫା ରଖିବା ପାଇଁ ବ୍ୟବହାର କରାଯାଇଥାଏ। ମାତ୍ର ଏହାକୁ ଆପଣ ଏକ ବିଉଟି ପ୍ରଡ଼କ୍ଟ ଭାବରେ ବ୍ୟବହାର କରିପାରିବେ ଓ ଆପଣଙ୍କ ତ୍ଵଚାକୁ ସୁନ୍ଦର କରିପାରିବେ। ଟୁଥପେଷ୍ଟ ଆପଣଙ୍କ ତ୍ଵଚାର ସମସ୍ତ ସମସ୍ୟା ଯଥା ଦାଗ, ବ୍ରଣ ଇତ୍ୟାଦି ଦୂର କରିବାରେ ସାହାଯ୍ୟ କରିଥାଏ।

ତେବେ ଆସନ୍ତୁ ଜାଣିବା ଟୁଥପେଷ୍ଟର କିପରି ବ୍ୟବହାର କରି ସୁନ୍ଦର ତ୍ଵଚା ପାଇପାରିବେ।

୧.ଫେସପ୍ୟାକ ପରି ବ୍ୟବହାର କରନ୍ତୁ: ସୁନ୍ଦର ତ୍ଵଚା ପାଇବା ପାଇଁ ଆପଣ ଟୁଥପେଷ୍ଟକୁ ଫେସପ୍ୟାକ ଭାବରେ ବ୍ୟବହାର କରିପାରିବେ। ଏଥିପାଇଁ ପ୍ରଥମେ ଚେହେରାକୁ ଭଲ ଭାବରେ ଧୋଇ ଦିଅନ୍ତୁ। ମୁହଁ ଶୁଖିଯିବା ପରେ ଟୁଥପେଷ୍ଟକୁ ଆପଣଙ୍କ ବେକ ଓ ମୁହଁରେ ଫେସପ୍ୟାକ ପରି ଲଗାନ୍ତୁ। ୧୫ମିନିଟ ପର୍ଯ୍ୟନ୍ତ ରଖିବା ପରେ ମୁହଁ ଧୋଇଦିଅନ୍ତୁ। ଫେସପ୍ୟାକ ଭାବରେ ହର୍ବାଲ ଟୁଥପେଷ୍ଟକୁ ବ୍ୟବହାର କରନ୍ତୁ କାରଣ ଏଥିରେ ଲବଙ୍ଗ ଓ ମହୁ ପରି ଉପାଦାନ ରହିଥାଏ।

୨. ବ୍ଲାକହେଡ୍ସ ଦୂର କରେ: ନାକର ଆଖପାଖରେ ବ୍ଲାକହେଡ୍ସ ସମସ୍ୟା ବହୁତ ଦେଖାଯାଇଥାଏ। ଏହାକୁ ଦୂର କରିବା ପାଇଁ ଆପଣ ଟୁଥପେଷ୍ଟର ବ୍ୟବହାର କରିପାରିବେ। ବ୍ଲାକହେଡ୍ସ ହୋଇଥିବା ସ୍ଥାନରେ ଟୁଥପେଷ୍ଟ ଲଗାନ୍ତୁ। ଏହା ଶୁଖିଯିବା ପରେ ଏକ ବ୍ରସ ସାହାଯ୍ୟରେ ଗୋଲାକାର ଆକୃତିରେ ଏହାକୁ ସଫା କରନ୍ତୁ। ଏହାପରେ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ।

୩.କଳାଦାଗ ଦୂର କରେ: ଟୁଥପେଷ୍ଟ ସାହାଯ୍ୟରେ ଆପଣ ମୁହଁରେ ଥିବା କଳାଦାଗକୁ ଦୂର କରିପାରିବେ। ଏଥିପାଇଁ ଟୁଥପେଷ୍ଟ ସହିତ କ୍ଷୀରକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଦାଗ ହୋଇଥିବା ସ୍ଥାନରେ ଲଗାନ୍ତୁ। କିଛିଦିନ ଏହିପରି ବ୍ୟବହାର କରିବା ଦ୍ଵାରା ଆପଣଙ୍କୁ ସୁଫଳ ମିଳିବ।

୪.ଟ୍ୟାନିଙ୍ଗ ଦୂର କରେ: ତ୍ଵଚା ଉପରୁ ସନ୍ ଟ୍ୟାନ ଦୂର କରିବା ପାଇଁ ଟୁଥପେଷ୍ଟର ବ୍ୟବହାର କରିପାରିବେ। ଗୋଟିଏ ପାତ୍ରରେ ଟୁଥପେଷ୍ଟ ନେଇ ସେଥିରେ ଲେମ୍ବୁରସ ମିଶାନ୍ତୁ। ଏହି ମିଶ୍ରଣକୁ ଟ୍ୟାନ ହୋଇଥିବା ସ୍ଥାନରେ ଲଗାନ୍ତୁ। ୩୦ମିନିଟ ପରେ ଏହାକୁ ଧୋଇଦିଅନ୍ତୁ। ତିନିଦିନ ଲଗାତାର ଏହିପରି କରିବା ପରେ ଆପଣଙ୍କ ଚେହେରାରୁ ଦାଗ ଦୂର ହୋଇଯିବ।

୫.ଗଭୀର ଦାଗ ଦୂର କରେ: ଯଦି ଆପଣଙ୍କ ଚେହେରାରେ କିଛି ଗଭୀର ଦାଗ ରହିଛି ତେବେ ଏହାକୁ ମଧ୍ୟ ଟୁଥପେଷ୍ଟ ସାହାଯ୍ୟରେ ଦୂର କରିପାରିବେ। ଟୁଥପେଷ୍ଟରେ ଅଳ୍ପ ପାଣି ମିଶାଇ ଚେହେରାରେ ଲଗାନ୍ତୁ। ଏପରି ଲଗାତର କିଛିଦିନ କରିବା ପରେ ସୁଫଳ ପାଇବେ।

୬.ମୁହଁର କେଶ ଦୂର କରେ: ମୁହଁରେ ଥିବା କେଶକୁ ଦୂର କରିବା ପାଇଁ ଟୁଥପେଷ୍ଟ ସହ ଲେମ୍ବୁରସ ଓ ଚିନି ମିଶାଇ ଲଗାନ୍ତୁ। ଏହାକୁ ଚେହେରାରେ ତଳୁ ଉପର ଆଡକୁ ମାଲିସ କରିବା ପରି ଲଗାନ୍ତୁ।

#lifestyle #beautytips #toothpaste

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon