• ବେତାର ବ୍ୟୁରୋ

ଘରେ ବାସ୍ତୁ ଦୋଷ ଲାଗି ରହୁଛି କି? ଏହି 8 ଉପାୟରେ କରନ୍ତୁ ପ୍ରତିକାର


(ବେତାର ବ୍ୟୁରୋ) ଅନେକ ସମୟରେ ଆପଣଙ୍କ ଘରେ ଲାଗି ରହିଥିବା ସମସ୍ୟା ବହୁ ଚେଷ୍ଟା ପରେ ମଧ୍ୟ ସମାଧାନ ହୋଇନଥାଏ। ଏହା ସହିତ ଯେତେ ଅର୍ଥ ଉପାର୍ଜନ କଲେ ମଧ୍ୟ ଆପଣ ନିଜ ପାଇଁ ଅର୍ଥ ସଞ୍ଚୟ କରି ପାରି ନଥାନ୍ତି। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହାର ମୁଖ୍ୟ କାରଣ ଆପଣଙ୍କ ଘରର ବାସ୍ତୁ ଦୋଷ ହୋଇଥାଏ। ଘରର ମୁଖ୍ୟ ଦ୍ଵାର ଦେଇ ବାସ୍ତୁର ନକରାତ୍ମକ ପ୍ରଭାବ ଘର ମଧ୍ୟକୁ ପ୍ରବେଶ କରିଥାଏ।

ଘରେ ବାସ୍ତୁଦୋଷ ଉତ୍ପନ୍ନ ହେବାର ମୁଖ୍ୟ କାରଣ କଣ ଓ ଏହାକୁ ଆପଣ କିପରି ଦୂର କରିବେ ଆସନ୍ତୁ ଜାଣିବା।

୧.ରାମାୟଣ ପାଠ : ଘରୁ ବାସ୍ତୁଦୋଷକୁ ଦୂର କରିବା ପାଇଁ ଘରେ ନଅ ଦିନ ପର୍ଯ୍ୟନ୍ତ ରାମଚରିତ ମାନସ ପାଠ କରାନ୍ତୁ। ଏହାସହିତ ନଅ ଦିନ ପର୍ଯ୍ୟନ୍ତ ଅଖଣ୍ଡ କୀର୍ତ୍ତନ ମଧ୍ୟ କରିପାରିବେ। ଏହି କୀର୍ତ୍ତନରେ ବାସ୍ତୁ ଜନିତ ଦୋଷ ଦୂର ହୋଇଥାଏ।

୨. ସ୍ଵସ୍ତିକ ଚିହ୍ନ : ଭାରତୀୟ ସଂସ୍କୃତିରେ ସ୍ଵସ୍ତିକ ଚିହ୍ନର ବିଶେଷ ମହତ୍ତ୍ଵ ରହିଛି। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟ ଦ୍ଵାରରେ ସିନ୍ଦୁରରେ ନଅ ଆଙ୍ଗୁଳି ଲମ୍ବା ଓ ନଅ ଆଙ୍ଗୁଳି ଚଉଡା ସ୍ଵସ୍ତିକ ଚିହ୍ନ ତିଆରି କରନ୍ତୁ। ଏହାଦ୍ଵାରା ଆପଣଙ୍କ ଘର ମଧ୍ୟକୁ ନକରାତ୍ମକ ଶକ୍ତି ପ୍ରବେଶ କରିପାରିନଥାଏ ଓ ବାସ୍ତୁ ଦୋଷ ଦୂର ହୋଇଥାଏ।

୩.ରୋଷେଇ ଘର : ଘରେ ସୁଖସମୃଦ୍ଧି ବୃଦ୍ଧି କରିବା ପାଇଁ ରୋଷେଇ ଘର ମୁଖ୍ୟ ଭୂମିକା ନିଭାଇଥାଏ। ଯଦି ଆପଣଙ୍କ ରୋଷେଇ ଘର ଭୁଲ ସ୍ଥାନରେ ନିର୍ମିତ ହୋଇଛି ତେବେ ଏହାର ଅଗ୍ନିକୋଣରେ ଏକ ଇଲେକ୍ଟ୍ରି ବଲ୍ବ ଲଗାନ୍ତୁ। ଏହାକୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ନିଶ୍ଚିତ ଭାବରେ ଲଗାନ୍ତୁ।

୪.ଘୋଡା ନାଲ : ବାସ୍ତୁ ଅନୁସାରେ ଘରେ ଘୋଡା ନାଲ ରଖିବା ଶୁଭ ହୋଇଥାଏ। କଳାରଙ୍ଗର ଘୋଡା ନାଲ ଘରର ମୁଖ୍ୟ ଦ୍ଵାରରେ ଲଗାଇବା ଦ୍ଵାରା ଘରକୁ ସୁରକ୍ଷା ମିଳିଥାଏ ଓ ନକରାତ୍ମକ ଶକ୍ତି ଦୂରେଇ ରହିଥାଏ।

୫.ପୂର୍ଣ୍ଣ କୁମ୍ଭ : ଘରୁ ବାସ୍ତୁ ଦୋଷ ଦୂର କରିବା ପାଇଁ ଘରର ଉତ୍ତର-ପୂର୍ବ କୋଣରେ ପୂର୍ଣ୍ଣକୁମ୍ଭ ବସାନ୍ତୁ। ଏହି କଳସ କୌଣସି ସ୍ଥାନରୁ ଭାଙ୍ଗି ନଥିବା ଉଚିତ।

୬. ପବିତ୍ର ଚିତ୍ର : ଘରେ ଯେଉଁ ସ୍ଥାନରେ ସମସ୍ତେ ଏକାଠି ବସାଉଠା କରନ୍ତି ସେହି ସ୍ଥାନର କାନ୍ଥରେ ପର୍ବତ ଚିତ୍ର ଲଗାଇବା ଶୁଭ ହୋଇଥାଏ। ଏହାଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହେବ ଓ ଘରର ସଦସ୍ୟଙ୍କର ଇଚ୍ଛାଶକ୍ତି ଓ ଆତ୍ମବିଶ୍ଵାସ ବୃଦ୍ଧି ପାଇବ।

୭.ଡଷ୍ଟବିନ୍ : ଘରର ଉତ୍ତର ପଶ୍ଚିମ ଦିଗରେ ଅଳିଆ ଆବର୍ଜନାପୂର୍ଣ୍ଣ ଡଷ୍ଟବିନ ରଖନ୍ତୁ ନାହିଁ। ଏହାସହିତ ଭାରି ଫର୍ଣ୍ଣିଚର ମଧ୍ୟ ଏହି ଦିଗରେ ରଖନ୍ତୁ ନାହିଁ। ବାସ୍ତୁଦୋଷ ଦୂର କରି ଘର ମଧ୍ୟରେ ସକାରାତ୍ମକ ଶକ୍ତି ଜାତ କରିବା ପାଇଁ ମୁଖ୍ୟ ଦ୍ଵାରର ଦୁଇ ପାଖରେ ଅଶୋକ ବୃକ୍ଷ ଲଗାନ୍ତୁ।

୮. ଶୌଚଳୟ : ଯଦି ଘରର ଟଏଲେଟ ପୂର୍ବ ଦିଗରେ ହୋଇଛି ତେବେ ଏହାର ଟଏଲେଟ ସିଟ୍ ଏପରି ଦିଗକୁ ରଖନ୍ତୁ ଯେମିତି ଏହା ଉତ୍ତର ବା ଦକ୍ଷିଣ ଦିଗକୁ ମୁହଁକରି ରହୁଥିବ। ଏହାଦ୍ଵାରା ଘରେ ସକାରାତ୍ମକ ଶକ୍ତି ଜାତ ହେବ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

#astrology #vastutips #vastu

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon