• padmabati kund

ଫଟୋ ବେତାର : ଅମ୍ବାନୀଙ୍କ ପୁଅ ବରଯାତ୍ରୀରେ ଅମିର, ଶାହରୁଖ


(ବେତାର ବ୍ୟୁରୋ) ଦେଶର ସବୁଠାରୁ ବଡ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ବଡପୁଅ ଆକାଶ ଅମ୍ବାନୀ ନିଜ ପିଲାଦିନର ସାଙ୍ଗ ତଥା ପ୍ରସିଦ୍ଧ ହୀରା ବ୍ୟାପାରୀ ରସେଲ ମେହେତାଙ୍କ ଝିଅ ଶ୍ଳୋକା ଅମ୍ବାନୀଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ଶନିବାର ସନ୍ଧ୍ୟାରେ ଦୁହିଁଙ୍କର ବିବାହ ମୁମ୍ବାଇସ୍ଥିତ ଜିଓ ୱାର୍ଲ୍ଡ ସେଣ୍ଟରରେ ଅନୁଷ୍ଠିତ ହେବ ଯେଉଁଥିରେ ଅନେକ ବଲିଉଡ କଳାକାର ଯୋଗଦାନ କରିଥିଲେ। 

ବିବାହ ପୂର୍ବରୁ ଦିନ ୩.୩୦ରେ ଆକାଶଙ୍କ ବରଯାତ୍ରୀ ବାହାରିଥିଲା। ଜିଓୱାର୍ଲ୍ଡ ସେଣ୍ଟରରେ ଆକାଶ ଅମ୍ବାନୀ, ପିତା ମୁକେଶ ଅମ୍ବାନୀ, ମାତା ନିତା ଅମ୍ବାନୀ, ଭଉଣୀ ଇଶା ଅମ୍ବାନୀଙ୍କ ସହିତ ପହଞ୍ଚିଥିଲେ। ଏହି ସମୟର ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି। ସମସ୍ତଙ୍କୁ ପିଙ୍କ୍ ରଙ୍ଗର ପୋଷାକରେ ଦେଖିବାକୁ ମିଳିଥିଲା।

ଆକାଶ ଅମ୍ବାନୀଙ୍କ ବିବାହ ପାଇଁ ଜିଓ ୱାର୍ଲ୍ଡ ସେଣ୍ଟରରେ ଆକାଶଙ୍କ ଜେଜେମା ତଥା ମୁକେଶଙ୍କ ମାତା କୋକିଲାବେନ ଆମ୍ବାନୀ ମଧ୍ୟ ପହଞ୍ଚିଥିଲେ।

ଏହି ବିବାହ ଉତ୍ସବରେ ଦେଶର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ବଲିଉଡ ଇଣ୍ଡଷ୍ଟ୍ରୀର ଅନେକ କଳାକାରଙ୍କୁ ଦେଖିବାକୁ ମିଳିବ। ତେବେ ଆକାଶ ଅମ୍ବାନୀଙ୍କ ବିବାହରେ ଯୋଗ ଦେବା ପାଇଁ ବଲିଉଡ ଅଭିନେତା ଅମିର ଖାନ, ତାଙ୍କ ପତ୍ନୀଙ୍କ ସହିତ ଏଠାରେ ପ୍ରଥମେ ପହଞ୍ଚିଥିଲେ। ସେହିପରି ଶାହରୁଖ ଖାଁ ମଧ୍ୟ ନିଜ ପତ୍ନୀଙ୍କ ସହିତ ଏକ ପାରମ୍ପରିକ ପୋଷାକରେ ଆସିଥିଲେ। ଏହା ସହିତ ବଲିଉଡ ଡ୍ରେସ ଡିଜାଇନର ମନିଷ ମଲହୋତ୍ରା, ଗାୟକ ବିଶାଲ-ଶେଖର ମଧ୍ୟ ପହଞ୍ଚିଥିଲେ।

ଜିଓ ୱାର୍ଲ୍ଡ ସେଣ୍ଟରରେ ଶନିବାର ସନ୍ଧ୍ୟା 7ଟାରୁ ବିବାହ ଉତ୍ସବ ଅନୁଷ୍ଠିତ ହେଇଥିଲା । ଏହାପରେ ଉଭୟ ଅମ୍ବାନୀ ଓ ମେହେତା ପରିବାର ମାର୍ଚ୍ଚ 10ରେ ପ୍ରଥମ ରିସେପ୍ସନ ଓ ମାର୍ଚ୍ଚ 11ରେ ଜିଓ ୱାର୍ଲ୍ଡ ସେଣ୍ଟରରେ ଦ୍ଵିତୀୟ ରିସେପ୍ସନ ଦେବେ। ବିବାହ ଓ ରିସେପ୍ସନରେ ଦେଶ ଓ ବିଦେଶର ଅନେକ ସେଲିବ୍ରିଟି ଯୋଗ ଦେବେ।

ଅନ୍ନସେବା

ବିବାହର ଦୁଇଦିନ ଆଗରୁ ମାର୍ଚ୍ଚ ୬ ରେ ଅମ୍ବାନୀ ପରିବାର ତରଫରୁ ଅନ୍ନସେବା କରଯାଇଥିଲା। ଏଥିରେ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନର ୨,୦୦୦ ଅନାଥ ପିଲାଙ୍କୁ ଅମ୍ବାନୀ ପରିବାର ତରଫରୁ ଖାଇବାକୁ ଦିଆଯାଇଥିଲା। ଏଥିରେ ଅମ୍ବାନୀ ପରିବାରର ସମସ୍ତ ସଦସ୍ୟ ଓ ଆକାଶ ଅମ୍ବାନୀ, ଶ୍ଳୋକା ମେହେତା ଛୋଟ ପିଲାମାନଙ୍କୁ ଖାଇବାକୁ ପରସିଥିଲେ। ଏହାସହିତ ପୁଅ ବିବାହର ଖୁସିରେ ମୁକେଶ ଅମ୍ବାନୀ ମୁମ୍ବାଇର ୫୦ହଜାର ପୋଲିସ କର୍ମଚାରୀଙ୍କୁ ମିଠା ମଧ୍ୟ ଦେଇଥିଲେ।

ଏହାପୂର୍ବରୁ ସ୍ଵିଜରଲାଣ୍ଡରେ ଆକାଶ ଆମ୍ବାନୀ ଓ ଶ୍ଳୋକା ମେହେତାଙ୍କ ପ୍ରି-ୱେଡିଙ୍ଗ ପାର୍ଟି ଅନୁଷ୍ଠିତ ହୋଇଥିଲା। ସ୍ଵିଜରଲ୍ୟାଣ୍ଡର ସେଣ୍ଟ ମୋରିତ୍ସ (St Moritz)ରେ ଥିବା ସବୁଠାରୁ ଦାମୀ ହୋଟେଲ ବେଡରଟ ପ୍ୟାଲେସ (badrutt palace)ରେ ଏହି ପାର୍ଟି ଅନୁଷ୍ଠିତ ହୋଇଥିଲା।

ଏହି ପାର୍ଟିରେ ବଲିଉଡର ବହୁ କଳାକାରଙ୍କୁ ଦେଖିବାକୁ ମିଳିଥିଲା। ସ୍ଵିଜରଲ୍ୟାଣ୍ଡ ଯିବା ପୂର୍ବରୁ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ବାସଭବନ ‘ଏଣ୍ଟିଲିୟା’’ରେ ‘ଗରୱା ନାଇଟ୍ସ’ ଅନୁଷ୍ଠିତ ହୋଇଥିଲା। ଏଥିରେ ଫାଲ୍ଗୁନୀ ପାଠକ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଉତ୍ସବର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା।

#entertainment #akashambaniwedding

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon