• padmabati kund

ଦାନ୍ତ ବିନ୍ଧା ଦୂର କରିବା ପାଇଁ ଘରୋଇ ଉପଚାର


(ବେତାର ବ୍ୟୁରୋ) ଦାନ୍ତ ବିନ୍ଧା ହେବା ବହୁତ କଷ୍ଟଦାୟକ ହୋଇଥାଏ। ବେଳେବେଳେ ଏହି ଯନ୍ତ୍ରଣା ଏତେ ଅଧିକ ହୋଇଥାଏ ଯେ, ମଣିଷର ବୁଝିବା ଓ ଚିନ୍ତା କରିବା ଶକ୍ତି ଉପରେ ଏହା ପ୍ରଭାବ ପକାଇଥାଏ। ଦାନ୍ତ ବିନ୍ଧା ଅନେକ ପ୍ରକାରର କାରଣରୁ ହୋଇଥାଏ। ଦାନ୍ତମୂଳରେ ସଂକ୍ରମଣ ହେଲେ, ମଧୁମେହ ହୋଇଥିଲେ ବା ଦାନ୍ତକୁ ଠିକ ଭାବରେ ସଫା ନକଲେ ଏହା ବିନ୍ଧା ହୋଇଥାଏ। ଦାନ୍ତ ବିନ୍ଧା ଆରମ୍ଭ ହେଲେ ଆପଣ ଏହାକୁ ଦୂର କରିବା ପାଇଁ ଔଷଧ କିଣି ଖାଇଥାନ୍ତି। ମାତ୍ର ଏହାର କିଛି କୁପ୍ରଭାବ ମଧ୍ୟ ପଡିଥାଏ।

ତେଣୁ ଦାନ୍ତ ବିନ୍ଧା ସମସ୍ୟା ଦେଖାଦେଲେ ଏହାକୁ ଘରୋଇ ଉପାୟରେ ଦୂର କରିବାକୁ ଚେଷ୍ଟା କରନ୍ତୁ।

ଦାନ୍ତବିନ୍ଧାକୁ ଦୂର କରିବା ପାଇଁ କେଉଁ କେଉଁ ଘରୋଇ ଉପଚାର ଆପଣେଇବେ ଆସନ୍ତୁ ଜାଣିବା।

୧.ହେଙ୍ଗୁ: ଦାନ୍ତବିନ୍ଧାରୁ ମୁକ୍ତି ଦେବା ପାଇଁ ହେଙ୍ଗୁ ବହୁତ ଉପଯୋଗୀ ହୋଇଥାଏ। ଏହା ତୁରନ୍ତ କାମ କରିଥାଏ ଓ ଦାନ୍ତବିନ୍ଧାରୁ ମୁକ୍ତି ଦେଇଥାଏ। ଅଳ୍ପ ହେଙ୍ଗୁରେ କମଳାଲେମ୍ବୁର ରସ ମିଶାନ୍ତୁ। ଏହି ମିଶ୍ରଣକୁ ଯନ୍ତ୍ରଣା ହେଉଥିବା ଦାନ୍ତମୂଳରେ ଲଗାନ୍ତୁ। ଅଳ୍ପ ସମୟ ମଧ୍ୟରେ ଆପଣଙ୍କୁ ଉପଶମ ମିଳିବ।

୨.ଲବଙ୍ଗ: ଲବଙ୍ଗରେ ଥିବା ଔଷଧୀୟ ଗୁଣ ଦାନ୍ତ ମୂଳରେ ଥିବା ବ୍ୟାକ୍ଟେରିଆ ଓ କୀଟାଣୁକୁ ନାଶ କରିଥାଏ। ଗୋଟିଏ ଲବଙ୍ଗ ନେଇ ଏହାକୁ ଦାନ୍ତ ବିନ୍ଧା ହେଉଥିବା ସ୍ଥାନରେ କିଛି ସମୟ ପାଇଁ ରଖନ୍ତୁ। ଏହାବ୍ୟତୀତ ଲବଙ୍ଗ ତେଲର ମଧ୍ୟ ବ୍ୟବହାର କରିପାରିବେ। ଏକ ତୁଳା ସାହାଯ୍ୟରେ ଲବଙ୍ଗ ତେଲ ନେଇ ଏହାକୁ ଦାନ୍ତମୂଳରେ ରଖନ୍ତୁ। କିଛି ସମୟପରେ ଆପଣଙ୍କୁ ଉପଶମ ମିଳିଯିବ।

୩.ପିଆଜ: ଦାନ୍ତବିନ୍ଧାର ଯନ୍ତ୍ରଣାକୁ ଦୂରକରିବା ପାଇଁ ପିଆଜ ମଧ୍ୟ ବ୍ୟବହାର କରିପାରିବେ। ନିୟମିତ ଭାବରେ ପିଆଜ ଖାଇଲେ ଦାନ୍ତବିନ୍ଧା ସମସ୍ୟା ଦୂର ହୋଇଥାଏ। ଦାନ୍ତବିନ୍ଧା ହେଉଥିଲେ କଞ୍ଚା ପିଆଜ  ଖଣ୍ଡେ ନେଇ ଦାନ୍ତମୂଳରେ ରଖନ୍ତୁ ବା ଏହାକୁ ଚୋବାନ୍ତୁ। ଏପରି କିଛି ସମୟ ରଖିବା ପରେ ଯନ୍ତ୍ରଣାରୁ ଉପଶମ ମିଳିବ।

୪.ଗୋଲମରିଚ ଗୁଣ୍ଡ: ଦାନ୍ତବିନ୍ଧା ଯନ୍ତ୍ରଣାକୁ ଦୂର କରିବା ପାଇଁ ଗୋଲମରିଚ ଗୁଣ୍ଡ ବହୁତ ଉପଯୋଗୀ ଅଟେ। ଏହାକୁ ନେଇ ଦାନ୍ତମୂଳରେ କିଛି ସମୟ ପାଇଁ ରଗଡନ୍ତୁ। ଏହିପରି ୧୦ମିନିଟ ପର୍ଯ୍ୟନ୍ତ କରିବା ପରେ ଉପଶମ ମିଳିବ।

୫.ରସୁଣ: ରସୁଣରେ ଆଣ୍ଟିବାୟୋଟିକ ଗୁଣ ରହିଥାଏ ଯାହାକି ଅନେକ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ। ଯଦି କୌଣସି ପ୍ରକାରର ସଂକ୍ରମଣରୁ ଦାନ୍ତବିନ୍ଧା ହେଉଛି ତେବେ ରସୁଣକୁ କଞ୍ଚା ଚୋବାନ୍ତୁ। ଏହାଛଡା ରସୁଣକୁ କାଟି ଏହାକୁ ଦାନ୍ତମୂଳରେ ରଖିପାରିବେ। ଏହାଦ୍ଵାରା ଦାନ୍ତ ପାଖରେ ଥିବା ଜୀବାଣୁ ନଷ୍ଟ ହୋଇଯିବ।

୬.ଗହମ ଗଛର ରସ: ଦାନ୍ତବିନ୍ଧା ଯନ୍ତ୍ରଣାକୁ ଦୂର କରିବା ପାଇଁ ଗହମ ଗଛକୁ ଆଣି ତାହାକୁ ଭଲ ଭାବରେ ପେଷ୍ଟ କରି ସେଥିରୁ ରସ ବାହାର କରନ୍ତୁ। ଏହି ରସକୁ ପାଟିରେ ପୁରାଇ କୁଳି କରନ୍ତୁ। ଏହା ଦାନ୍ତମୂଳରୁ ଜୀବାଣୁ ନଷ୍ଟ କରିଦେଇଥାଏ।        

#lifestyle #tootheache #homeremedies

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon