• padmabati kund

ଚତୁର୍ଥ ଦିନିକିଆରେ ଭାରତ ହାରିବାର 3ଟି ମୁଖ୍ୟ କାରଣ


(ବେତାର ବ୍ୟୁରୋ) ମୋହାଲିରେ ରବିବାର ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଦିନିକିଆରେ ଭାରତୀୟ ଦଳର ମଜଭୁତ ଆରମ୍ଭ, ବିଶାଳ ସ୍କୋର ଏବଂ ପ୍ରଥମ ଚାରି ଓଭରରେ ଅଷ୍ଟ୍ରେଲିଆର ଦୁର୍ବଳ ବ୍ୟାଟିଙ୍ଗ ପରେ ମଧ୍ୟ ଭାରତ ଏହି ମ୍ୟାଚକୁ ଜିତିବାରେ ସଫଳ ହୋଇପାରି ନ ଥିଲା । ମ୍ୟାଚରେ ଭାରତୀୟ ଖେଳାଳୀମାନଙ୍କ ଦ୍ଵାରା ଅନେକ ସୁଯୋଗ ହାତଛଡା ହୋଇଥିଲା ଓ ଯାହା ପରବର୍ତ୍ତୀ ସମୟରେ ଦଳ ଉପରେ ଭାରି ପଡିଥିଲା।

ଭାରତ ପ୍ରଥମ ଇନିଙ୍ଗ୍ସରେ ବ୍ୟାଟିଙ୍ଗ କରି 358ରନର ବଡସ୍କୋର କରିବା ପରେ ମଧ୍ୟ ଅଷ୍ଟ୍ରେଲିଆ ମ୍ୟାଚକୁ 4 ୱିକେଟରେ ଜିତିଯାଇ ଥିଲା । ଭାରତୀୟ ଖେଳାଳୀମାନେ ଅଷ୍ଟ୍ରେଲିଆ ଖେଳାଳୀଙ୍କୁ ଅନେକ ସୁଯୋଗ ଦେଇଥିଲେ। ଷ୍ଟମ୍ପିଙ୍ଗ ଠାରୁ ଆରମ୍ଭ କରି କ୍ୟାଚ ଧରିବାରେ ଭାରତୀୟ ଖେଳାଳୀ ଅସଫଳ ହୋଇଥିଲେ। ଆସନ୍ତୁ

ଜାଣିବା କ'ଣ ରହିଥିଲା ଭାରତର ଏହି ବୃହତ ପରାଜୟ ପଛରେ ଥିବା ମୁଖ୍ୟ କାରଣ ।

ରିଷଭ ପନ୍ଥ ଛାଡିଥିଲେ ଷ୍ଟମ୍ପିଙ୍ଗ ସୁଯୋଗ

ମହେନ୍ଦ୍ର ସିଂହ ଧୋନୀଙ୍କୁ ଶେଷ ଦୁଇ ଦିନିକିଆରୁ ବିଶ୍ରାମ ଦିଆଯାଇବା ପରେ ତାଙ୍କ ସ୍ଥାନରେ ଯୁବ ଖେଳାଳୀ ରିଷଭ ପନ୍ଥଙ୍କୁ ସୁଯୋଗ ଦିଆଯାଇଥିଲା। ତେବେ ରିଷଭ ପନ୍ଥ ଏହି ମ୍ୟାଚରେ ଦୁଇଥର ଷ୍ଟମ୍ପିଙ୍ଗ କରିବାର ସୁଯୋଗ ହାତଛଡା କରିଛନ୍ତି। ଯାହାକି ଭାରତ ହାରିବାର ମୁଖ୍ୟ କାରଣ ବୋଲି କୁହାଯାଇପାରେ।

ଅଷ୍ଟ୍ରେଲିଆ ବ୍ୟାଟିଙ୍ଗ କରୁଥିବା ସମୟରେ 38.5 ଓଭରରେ ଭାରତୀୟ ୱିକେଟ କିପର ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ପିଟର ହ୍ୟାଣ୍ଡସ୍କମ୍ବଙ୍କୁ ଷ୍ଟମ୍ପିଙ୍ଗ କରିବାର ସୁଯୋଗ ହାତଛଡା କରିଥିଲେ। ସେହି ସମୟରେ ଅଷ୍ଟ୍ରେଲିଆକୁ ଜିତିବା ପାଇଁ 68ବଲରେ 11 ରନର ଆବଶ୍ୟକତା ଥିଲା।

ଏହାବ୍ୟତୀତ ଅଷ୍ଟ୍ରେଲିଆ ଖେଳାଳୀ ଏଷ୍ଟନ ଟର୍ଣ୍ଣରଙ୍କୁ ଷ୍ଟମ୍ପିଙ୍ଗ କରିବାର ସୁଯୋଗ ମଧ୍ୟ ରିଷଭ ପନ୍ଥ ଛାଡିଥିଲେ। 43 ବଲରେ 84 ରନର ବ୍ୟାଟିଙ୍ଗ କରି ଟର୍ଣ୍ଣର ଅଷ୍ଟ୍ରେଲିଆକୁ ମ୍ୟାଚ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। 43.1 ଓଭରରେ ୟୁଜବେନ୍ଦ୍ର ଚହଲ ବୋଲିଂ କରିବା ସମୟରେ ରିଷଭ ପନ୍ଥ ବଲକୁ ସଠିକ ଭାବରେ ଧରି ପାରିନଥିଲେ। ଏହି ସମୟରେ ଅଷ୍ଟ୍ରେଲିଆକୁ ଜିତିବା ପାଇଁ 42 ବଲରେ 72 ରନର ଆବଶ୍ୟକତା ରହିଥିଲା।

ଟର୍ଣ୍ଣରଙ୍କ କ୍ୟାଚ ଛାଡିଥିଲେ କେଦାର ଓ ଧାୱନ

ଏଷ୍ଟନ ଟର୍ଣ୍ଣରଙ୍କ ଦୁଇଟି କ୍ୟାଚ ଧରିବାରେ ଭାରତୀୟ ଖେଳାଳୀ ଅସମର୍ଥ ହୋଇଥିଲେ। 47ତମ ଓଭରରେ କେଦାର ଯାଦବ ଏକ କଠିନ କାର୍ଯ୍ୟ ଧରିବାରେ ଅସଫଳ ହୋଇଥିବା ବେଳେ ସେହି ଓଭରରେ ଶିଖର ଧାୱନ ଏକ ସହଜ କ୍ୟାଚ ଛାଡି ଦେଇଥିଲେ।

ଭୁବନେଶ୍ଵର କୁମାରଙ୍କ ବଲରେ ଏଷ୍ଟନ ଟର୍ଣ୍ଣର ପୁଲ୍ ଶଟ୍ ଖେଳିଥିଲେ। ଟର୍ଣ୍ଣର ଏହାକୁ ସେତେ ଭଲ ଭାବରରେ ହିଟ୍ କରିପାରିନଥିଲେ। ମାତ୍ର କେଦାର ଯାଦବ ଏହାକୁ ସଠିକ ଭାବରେ ପରଖି ପାରିନଥିଲେ ଓ ପ୍ରତିକ୍ରିୟା କରିବାରେ ବିଳମ୍ବ କରିଥିଲେ। ଏହି ଓଭରରେ ଶିଖର ଧାୱନ ଏକ ସହଜ କ୍ୟାଚ ଛାଡିଥିଲେ।

ମହଙ୍ଗା ରହିଥିଲା ଭାରତର ଶେଷ ତିନିଓଭର

ଅଷ୍ଟ୍ରେଲିଆ ବ୍ୟାଟିଙ୍ଗ କରୁଥିବା ସମୟରେ ଭାରତ 45 ଓଭରରୁ ଖୁବ ଅଧିକ ରନ ଦେଇଥିଲେ। ଭୁବନେଶ୍ଵର କୁମାର 45ଓଭରରେ 20ରନ ଦେଇଥିବା ବେଳେ ଜସପ୍ରିତ ବୁମରାହ 46ତମ ଓଭରରେ 16 ରନ ଦେଇଥିଲେ। ଏହାପରେ 47ତମ ଓଭରରେ ଭୁବନେଶ୍ଵର ପୁଣି 18 ରନ ଦେଇଥିଲେ। ଏହି ତିନିଓଭରରେ ଭାରତ ମୋଟ 54ରନ ଦେଇଥିଲା, ଯାହାକି ଭାରତ ହାତରୁ ମ୍ୟାଚକୁ ଛଡାଇ ନେଇଥିଲା।

ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ଜିତିବା ସହିତ ପାଞ୍ଚଟିକିଆ ସିରିଜକୁ 2-2ରେ ସମାନ କରିଛି। ଆସନ୍ତା ବୁଧବାର ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ ଫିରୋଜ ଶାହ କୋଟଲା ଷ୍ଟାଡିୟମ, ଦିଲ୍ଲୀରେ ଖେଳାଯିବ।

#ccricket #indiavsaustralia

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon