• padmabati kund

ଫଟୋ ବେତାର : ଦେଖନ୍ତୁ ତାରକା ଖଚିତ ଅମ୍ବାନୀଙ୍କ ପୁଅ ରିସେପ୍ସନ ପାର୍ଟି


(ବେତାର ବ୍ୟୁରୋ) ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀ ନିଜ ପିଲାଦିନର ସାଙ୍ଗ ଶ୍ଳୋକ ମେହେତାଙ୍କ ସହିତ ମାର୍ଚ୍ଚ 9 ତାରିଖ ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ ରବିବାର ଦିନ ମୁମ୍ବାଇସ୍ଥିତ ଜିଓ ୱାର୍ଲ୍ଡ ସେଣ୍ଟରରେ ଅମ୍ବାନୀ ପରିବାର ଦ୍ଵାରା ମଙ୍ଗଳପର୍ବ ଓ ଏକ ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ଅନେକ ବଲିଉଡ କଳାକାରଙ୍କ ସମେତ ଆମେରିକାର ପପ୍ ରକ୍ ବ୍ୟାଣ୍ଡ ‘ମରୁନ 5’ଙ୍କୁ ସଙ୍ଗୀତ ପରିବେଷଣ କରୁଥିବାର ଦେଖିବାକୁ ମିଳିଥିଲା।

ଏହି ରିସେପ୍ସନ ପାର୍ଟିର ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ସେଥିମଧ୍ୟରୁ ଗୋଟିଏ ଭିଡିଓରେ ‘ମରୁନ 5’ର ଗାୟକ ଏଡମ ଲେବିନଙ୍କୁ ସଙ୍ଗୀତ ପରିବେଷଣ କରୁଥିବାର ଦେଖିବାକୁ ମିଳିଛି। ଏହାବ୍ୟତୀତ ଆକାଶ ଅମ୍ବାନୀ ଓ ଶ୍ଳୋକା ‘ମରୁନ 5’ର ଏକ ଗୀତରେ ରୋମାଣ୍ଟିକ ନୃତ୍ୟ ପରିବେଷଣ କରିଥିଲେ ।

ଆକାଶ ଓ ଶ୍ଳୋକାଙ୍କ ବିବାହ ପରେ ଆୟୋଜିତ ଏହି ପାର୍ଟିରେ ବଲିଉଡର ବହୁ ଲୋକପ୍ରିୟ କଳାକାରଙ୍କୁ ଦେଖିବାକୁ ମିଳିଥିଲା। ଆକାଶ ଅମ୍ବାନୀଙ୍କ ମା’ ନିତା ଅମ୍ବାନୀଏହି ପାର୍ଟିରେ କୃଷ୍ଣ ଭଜନ ‘ଅଚ୍ୟୁତମ୍ କେଶବମ୍’ର ପରିବେଷଣ କରିଥିଲେ। ଏହି ପାର୍ଟିରେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ତାଙ୍କ ପରିବାର ସହିତ ପହଞ୍ଚିଥିଲେ।

ଏହାବ୍ୟତୀତ କରନ ଜୋହର, ଧର୍ମେନ୍ଦ୍ର, ଏକତା କପୁର, କିଆରା ଆଡଭାନୀ, ଶାହରୁଖ ଖାନ, ଗୌରୀ ଖାନ, ସୁନୀଲ ଶେଟ୍ଟୀ, ରିତେଶ ଦେଶମୁଖ, ଶଙ୍କର ମହାଦେବନ, ବିଧୁ ବିନୋଦ ଚୋପ୍ରା, ରେଖା,ଅକ୍ଷୟ କୁମାର ଓ ଟ୍ଵିଙ୍କିଲ ଖାନ୍ନା ଇତ୍ୟାଦିଙ୍କୁ ଦେଖିବାକୁ ମିଳିଥିଲା।

ବଲିଉଡର ଚର୍ଚ୍ଚିତ ଯୋଡି ମଲାଇକା ଅରୋରା ଓ ଅର୍ଜୁନ କପୁରଙ୍କୁ ଏକତ୍ର ଦେଖିବାକୁ ମିଳିଥିଲା । ଏଥି ସହିତ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ବେହେଲ ତାଙ୍କ ସ୍ଵାମୀ ଗୋଲ୍ଦି ବେହେଲଙ୍କ ସହିତ ଏହି ପାର୍ଟିରେ ନଜର ଆସିଥିଲେ। ଏହାସହିତ ଗାୟକ ସୋନୁ ନିଗମ, କାଜୋଲ, ସିଦ୍ଧାର୍ଥ ମଲହୋତ୍ରା, କୃତି ସେନନ, ସାହିଦ କପୁର, ମୀରା ରାଜପୁତ, ଶିଲ୍ପା ଶେଟ୍ଟୀ, ରାଜ କୁନ୍ଦ୍ରା ପ୍ରମୁଖ ଯୋଗ ଦେଇଥିଲେ।

ଆକର୍ଷଣୀୟ ପୁଷ୍ପସଜ୍ଜା

ବାହାଘର ଦିନ ମଧ୍ୟ ଜିଓ ୱାର୍ଲ୍ଡ ସେଣ୍ଟରରେ ଖୁବ ଆକର୍ଷଣୀୟ ସାଜସଜ୍ଜା ହୋଇଥିଲା। ବିଭିନ୍ନ ରଙ୍ଗର ଫୁଲରେ ଉକ୍ତ ସ୍ଥାନକୁ ସଜାଯାଇଥିଲା। ଫୁଲରେ ଘୋଡା, କୃଷ୍ଣ ଓ ମୟୂରର ପ୍ରତିମୂର୍ତ୍ତି ମଧ୍ୟ ପ୍ରସ୍ତୁତ କରାଯାଇଥିଲା।

ମାର୍ଚ୍ଚ 11 ତାରିଖ ସନ୍ଧ୍ୟାରେ ଜିଓ ୱାର୍ଲ୍ଡସେଣ୍ଟରରେ ଏହି ବିବାହର ରିସେପ୍ସନ ଅନୁଷ୍ଠିତ ହେବ। ଏହି ପାର୍ଟିରେ ମଧ୍ୟ ଅଲଗା ଅଲଗା କ୍ଷେତ୍ରର ଜଣାଶୁଣା ଲୋକମାନେ ଯୋଗ ଦେବେ।

#entertainment #akashambaniwedding

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon