• padmabati kund

ବାରମ୍ବାର ପରିସ୍ରା ଲାଗୁଛି କି? ଜାଣନ୍ତୁ ଘରୋଇ ଉପାୟ


(ବେତାର ବ୍ୟୁରୋ) ଅନେକ ସମୟରେ କମ ପାଣି ପିଇଥିଲେ ମଧ୍ୟ ବାରମ୍ବାର ପରିସ୍ରା ଲାଗିଥାଏ। ଅଫିସରେ ବସି କାମ କରୁଥିବା ସମୟରେ ପ୍ରତି 15 ମିନିଟରେ ପରିସ୍ରା ଲାଗିବା ବା ଅଧିକ ଥଣ୍ଡା ଲାଗିଲେ ବାରମ୍ବାର ପରିସ୍ରା ଯିବା ଏକ ସମସ୍ୟା ଅଟେ। ଏଥିପାଇଁ ଆପଣଙ୍କୁ ଅନ୍ୟମାନଙ୍କ ଆଗରେ ଲଜ୍ଜିତ ମଧ୍ୟ ହେବାକୁ ପଡିଥାଏ। ଏହି ସମସ୍ୟା ଯେକୌଣସି ବ୍ୟକ୍ତିଙ୍କ ପାଖରେ ଦେଖାଯାଇପାରେ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ପାଖରେ ଏହି ସମସ୍ୟା ବହୁତ ଅଧିକ ଦେଖାଦେଇଥାଏ।

ଏହି ସମସ୍ୟାକୁ ଦୂର କରିବା ପାଇଁ ନିଜ ଖାଦ୍ୟପେୟରୁ କିଛି ସାମଗ୍ରୀକୁ ଦୂରକରିବାକୁ ପଡିବ। ଯଦି ଆପଣଙ୍କୁ ମଧ୍ୟ ଏପରି ଅଳ୍ପ ସମୟ ବ୍ୟବଧାନରେ ପରିସ୍ରା ଲାଗୁଛି ତେବେ କେଉଁ କେଉଁ ଖାଦ୍ୟପେୟକୁ ଖାଇବେ ନାହିଁ ଆସନ୍ତୁ ଜାଣିବା।

୧.ପାନୀୟ ପଦାର୍ଥ: କ୍ଷୀର, ପାଣି ଓ ଅନ୍ୟାନ୍ୟ ପାନୀୟ ପଦାର୍ଥ କାରଣରୁ ଏହି ସମସ୍ୟା ଦେଖାଦେଇଥାଏ। ତେବେ ଏହି ସବୁ ପାନୀୟକୁ ସଂପୂର୍ଣ୍ଣ ଭାବରେ ଦୂର କରିବା ଅନୁଚିତ। କିଛି ମାତ୍ରାରେ ଏହାର ପରିମାଣକୁ କମ କରନ୍ତୁ।

୨.ମଦ୍ୟ ପାନୀୟ: ଏହା ଏକ ମୂତ୍ରବର୍ଦ୍ଧକ ପାନୀୟ ଅଟେ ଓ ଆପଣଙ୍କ ମୂତ୍ରାଶୟ ଉପରେ ପ୍ରଭାବ ପକାଇଥାଏ। ମଦ ବା ନିଶାଜାତୀୟ ପାନୀୟ ପିଇବା ଦ୍ଵାରା ବାରମ୍ବାର ଅଳ୍ପ ସମୟ ବ୍ୟବଧାନରେ ପରିସ୍ରା ଯିବାର ସମସ୍ୟା ଦେଖାଦେଇଥାଏ। ତେଣୁ ଏହାକୁ ପିଇବା ଠାରୁ ଦୂରେଇ ରୁହନ୍ତୁ।

୩.କଫି: ମଦ ପରି କଫି ମଧ୍ୟ ଏକ ମୂତ୍ରବର୍ଦ୍ଧକ ପାନୀୟ ଅଟେ ଓ ଏହା ମୂତ୍ରାଶୟକୁ ପ୍ରଭାବିତ କରିଥାଏ। ଏହାକୁ ଅଧିକ ମାତ୍ରାରେ ପିଇବା ଦ୍ଵାରା ମୂତ୍ରାଶୟରେ ଜଳାପୋଡା ହୋଇଥାଏ। ତେଣୁ କଫି ପିଇବାର ମାତ୍ରାକୁ କମ କରନ୍ତୁ।

୪.ଚକୋଲେଟ, ମିଠା ଓ କୋଲ୍ଡଡ୍ରିଂକ୍ସ: ଏଥିରେ kafen ଓ ମିଠାର ମାତ୍ରା ଅଧିକ ରହୁଥିବାର ଏଗୁଡ଼ିକୁ ଖାଇବା ଦ୍ଵାରା ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ। କମ ମିଠା ଖାଇ ଏହି ସମସ୍ୟାକୁ ନିୟନ୍ତ୍ରଣ କରିପାରିବେ। ଏହାସହିତ ମହୁ, କର୍ନ ସିରପ ଓ ଫୃକ୍ଟୋଜ ଯୁକ୍ତ ଖାଦ୍ୟ ମଧ୍ୟ କମ ଖାଆନ୍ତୁ।

୫.ମସଲାଯୁକ୍ତ ଖାଦ୍ୟ: ମସଲାଯୁକ୍ତ ଖାଦ୍ୟ ଯଥା ଗୋଲମରିଚ ଓ ଲଙ୍କାଗୁଣ୍ଡ ମିଶ୍ରିତ ଖାଦ୍ୟ ଅଧିକ ଖାଇବା ଦ୍ଵାରା ବାରମ୍ବାର ପରିସ୍ରା ଯିବା ସମସ୍ୟା ଦେଖାଦେଇଥାଏ। ତେଣୁ ମସଲାଯୁକ୍ତ ଖାଦ୍ୟ ଖାଇବା କମ କରନ୍ତୁ।

୬.ଖଟା ଫଳ: ଯେଉଁମାନଙ୍କୁ ଅଳ୍ପ ସମୟ ବ୍ୟବଧାନରେ ପରିସ୍ରା ଲାଗିବାର ସମସ୍ୟା ରହିଥାଏ ସେମାନଙ୍କୁ ଖଟା ଫଳ ଖାଇବା ଅନୁଚିତ। ଅମ୍ଲୀୟ ଖାଦ୍ୟ ପଦାର୍ଥ ଓ ପାନୀୟ ପଦାର୍ଥ ଅଧିକ ସମସ୍ୟା ସୃଷ୍ଟି କରିପାରେ।

୭.କ୍ରେନବେରି ରସ: ଏଥିରେ ଆସିଡିକ ପି.ଏଚ ସ୍ତର ଅଧିକ ରହିଥାଏ। ଯେଉଁଲୋକଙ୍କର ମୂତ୍ରାଶୟରେ ଆଗରୁ କିଛି ସମସ୍ୟା ରହିଥାଏ ସେମାନେ ଏହାକୁ ଖାଆନ୍ତୁ ନାହିଁ।

#health #urinaryincontinence

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon