• ବେତାର ବ୍ୟୁରୋ

କର୍ମଚାରୀ ବୀମା ନିଗମରେ 2,258ଟି ଷ୍ଟେନୋ ଓ କ୍ଲର୍କ ନିଯୁକ୍ତି ସୁଯୋଗ, ଦରମା ଟ.25,500


(ବେତାର ବ୍ୟୁରୋ) କର୍ମଚାରୀ ରାଜ୍ୟ ବୀମା ନିଗମ (Employees State Insurance Corporation) ତରଫରୁ ଦେଶର ବିଭିନ୍ନ ରାଜ୍ୟରେ ଷ୍ଟେନୋଗ୍ରାଫର ଓ ଅପର ଡିଭିଜନ କ୍ଲର୍କ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସାରା ଦେଶରେ ମୋଟ 2258ଟି ପଦବୀ ରହିଥିବା ବେଳେ ଓଡିଶାରେ ମୋଟ 31ଟି ପଦବୀ ରହିଛି। ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ମାର୍ଚ୍ଚ 16 ତାରିଖରୁ ଏପ୍ରିଲ 15 ତାରିଖ ମଧ୍ୟରେ  ଆବେଦନ କରିପାରିବେ। 

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 2258ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ଷ୍ଟେନୋଗ୍ରାଫର ପାଇଁ 486ଟି ଓ ଅପର ଡିଭିଜନ କ୍ଲର୍କ ପାଇଁ 1772ଟି ପଦବୀ ରହିଛି। ମୋଟ ପଦବୀ ମଧ୍ୟରୁ ଓଡିଶା ପାଇଁ 31ଟି ପଦବୀ ରହିଛି। ଏହି 31ଟି ପଦବୀ ମଧ୍ୟରୁ ଅପର ଡିଭିଜନ କ୍ଲର୍କ ପାଇଁ 28ଟି ଓ ଷ୍ଟେନୋଗ୍ରାଫର ପାଇଁ 3ଟି ପଦବୀ ରହିଛି।

ଦରମା

ଏହି ଷ୍ଟେନୋଗ୍ରାଫର ଓ ଅପର ଡିଭିଜନ କ୍ଲର୍କ ପଦବୀ ପାଇଁ ଯୋଗ୍ୟବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.25,500 ଦରମା ପ୍ରଦାନ କରାଯିବ।

ବୟସସୀମା

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଏପ୍ରିଲ 15, 2019 ସୁଦ୍ଧା ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 27ବର୍ଷ ହେବା ଆବଶ୍ୟକ। ଅନୁସୂଚିତ ଜାତି,ଜନଜାତି ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ, ଓ.ବି.ସି ପ୍ରାର୍ଥୀଙ୍କ ପାଇଁ 3ବର୍ଷ ଓ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ 10ବର୍ଷ କୋହଳ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ଅପର ଡିଭିଜନ କ୍ଲର୍କ ପଦ ପାଇଁ ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବୋର୍ଡ ବା ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ। ଷ୍ଟେନୋଗ୍ରାଫର ପଦ ପାଇଁ ପ୍ରାର୍ଥୀ ସ୍ଵୀକୃତିପ୍ରାପ୍ତ ବୋର୍ଡରୁ ଯୁକ୍ତଦୁଇ ପାସ କରିଥିବା ଆବଶ୍ୟକ। ଏହାସହିତ କମ୍ପ୍ୟୁଟରରେ ଅଫିସ କାମ ଶିଖିଥିବା ଆବଶ୍ୟକ। ଷ୍ଟେନୋଗ୍ରାଫର ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ପ୍ରତି ମିନିଟକୁ ଇଂରାଜୀ ଓ ହିନ୍ଦୀରେ 80ଟି ଶବ୍ଦ ଷ୍ଟେନୋଗ୍ରାଫି କରିପାରୁଥିବା ଆବଶ୍ୟକ।

ଆବେଦନ ଫି

ଆବେଦନ କରିବା ପାଇଁ ଫି ବାବଦରେ ପ୍ରାର୍ଥୀଙ୍କୁ ଟ.500 ପଇଠ କରିବାକୁ ପଡିବ। ଅନୁସୂଚିତ ଜାତି,ଜନଜାତି, ଶାରୀରିକଭାବେ ଅକ୍ଷମ ଓ ମହିଳା ପ୍ରାର୍ଥୀଙ୍କୁ ଟ.250 ଆବେଦନ ଫି ଦେବାକୁ ପଡିବ ନାହିଁ। ଏହାକୁ ଆପଣ ଅନଲାଇନରେ ପଇଠ କରିପାରିବେ। 

କିପରି ଆବେଦନ କରିବେ

ଏହାକୁ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ କର୍ମଚାରୀ ରାଜ୍ୟ ବୀମା ନିଗମ(ESIC)ର ଅଫିସିଆଲ ୱେବସାଇଟ www.esic.nic.in ରେ ଲଗଇନ କରନ୍ତୁ। ଏହାପରେ "APPLY ONLINE FOR RECRUITMENT TO THE POST OF STENOGRAPHER / UPPER DIVISION CLERK IN ESIC "ରେ କ୍ଲିକ କରନ୍ତୁ। ଏହାପରେ ରେଜିଷ୍ଟ୍ରେଶନ କରି ଓ ସମସ୍ତ ଆବଶ୍ୟକୀୟ ତଥ୍ୟ ପୂରଣ କରି ସବମିଟ କରିପାରିବେ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ କର୍ମଚାରୀ ରାଜ୍ୟ ବୀମା ନିଗମ(ESIC)ର ଅଫିସିଆଲ ୱେବସାଇଟ www.esic.nic.in ରେ ଲଗଇନ କରନ୍ତୁ।  

#jobs #govtjobs #ESICrecruitment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon