- ବେତାର ବ୍ୟୁରୋ
ମାଟ୍ରିକ ପାସଙ୍କ ପାଇଁ 4,392ଟି ଡାକ ସେବକ ନିଯୁକ୍ତି;ଦରମା ଟ.10,000

(ବେତାର ବ୍ୟୁରୋ) ଭାରତୀୟ ଡାକସେବା ତରଫରୁ ଏହାର ଓଡିଶା ପୋଷ୍ଟାଲ ସର୍କଲରେ 4,392ଟି ଗ୍ରାମୀଣ ଡାକ ସେବକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦରେ ଆବେଦନ ପାଇଁ ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ଅନଲାଇନରେ ଆବେଦନ କରିପାରିବେ।
ଆବେଦନ ତାରିଖ
ଏହି ପଦରେ ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ମାର୍ଚ୍ଚ 15 ତାରିଖରୁ ଏପ୍ରିଲ 15 ତାରିଖ ମଧ୍ୟରେ ଆବେଦନ କରିପାରିବେ।
ପଦବୀ ସଂଖ୍ୟା
ଏହି ବିଜ୍ଞପ୍ତିରେ ଓଡିଶା ପୋଷ୍ଟାଲ ସର୍କଲରେ ଗ୍ରାମୀଣ ଡାକ ସେବକ ନିଯୁକ୍ତି ପାଇଁ ମୋଟ 4392ଟି ପଦବୀ ପ୍ରକାଶ ପାଇଛି। ଯୋଗ୍ୟ ପ୍ରାର୍ଥୀଙ୍କୁ ବ୍ରାଞ୍ଚ ପୋଷ୍ଟ ମାଷ୍ଟର (BPM), ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର (ABPM) ଓ ଡାକ ସେବକ ପଦରେ ନିଯୁକ୍ତି କରାଯିବ।
ଦରମା
ବ୍ରାଞ୍ଚ ପୋଷ୍ଟ ମାଷ୍ଟର (BPM) ପଦବୀ ପାଇଁ ଯୋଗ୍ୟବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.12,000-ଟ.29,380 ମଧ୍ୟରେ ଦରମା ପ୍ରଦାନ କରାଯିବ। ସେହିପରି ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର (ABPM) ଓ ଡାକ ସେବକ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଟ.10,000-ଟ.24,470 ମଧ୍ୟରେ ଦରମା ପ୍ରଦାନ କରାଯିବ।
ବୟସସୀମା
ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ମାର୍ଚ୍ଚ 15, 2019 ସୁଦ୍ଧା ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 40ବର୍ଷ ହେବା ଆବଶ୍ୟକ। ଅନୁସୂଚିତ ଜାତି,ଜନଜାତି ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ, ଓ.ବି.ସି ପ୍ରାର୍ଥୀଙ୍କ ପାଇଁ 3ବର୍ଷ ଓ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ 10ବର୍ଷ କୋହଳ କରାଯାଇଛି।
ଶିକ୍ଷାଗତ ଯୋଗ୍ୟତା
ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବୋର୍ଡରୁ ମାଟ୍ରିକ ପାସ କରିଥିବା ଆବଶ୍ୟକ। ଏହାସହିତ କମ୍ପ୍ୟୁଟରରେ କାମ ଶିଖିଥିବା ଆବଶ୍ୟକ ଓ ଆଞ୍ଚଳିକ ଭାଷାରେ ଯଥେଷ୍ଟ ଜ୍ଞାନ ଥିବା ଆବଶ୍ୟକ।
ଆବେଦନ ଫି
ଆବେଦନ କରିବା ପାଇଁ ଫି ବାବଦରେ ପ୍ରାର୍ଥୀଙ୍କୁ ଟ.100 ପଇଠ କରିବାକୁ ପଡିବ। ଅନୁସୂଚିତ ଜାତି,ଜନଜାତି, ଶାରୀରିକଭାବେ ଅକ୍ଷମ ଓ ମହିଳା ପ୍ରାର୍ଥୀଙ୍କୁ ଆବେଦନ ଫି ଦେବାକୁ ପଡିବ ନାହିଁ। ଏହାକୁ ଆପଣ ଅନଲାଇନରେ ପଇଠ କରିପାରିବେ।
କିପରି ଆବେଦନ କରିବେ
ଏହି ପଦରେ ଆବେଦନ କରିବା ପାଇଁ ପ୍ରଥମେ ଭାରତୀୟ ଡାକର ଅଫିସିଆଲ ୱେବସାଇଟ www.indianpost.gov.in ରେ ଲଗଇନ କରି ନାମ ରେଜିଷ୍ଟ୍ରେଶନ କରିବାକୁ ପଡିବ। ରେଜିଷ୍ଟ୍ରେଶନ କରିବା ପରେ ସମସ୍ତ ଆବଶ୍ୟକୀୟ ତଥ୍ୟ, ଆବଶ୍ୟକୀୟ ପ୍ରମାଣପତ୍ରର ସ୍କାନ କପି ଅପଲୋଡ କରି ସବମିଟ କରିବେ।
ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଭାରତୀୟ ଡାକର ଅଫିସିଆଲ ୱେବସାଇଟ www.indianpost.gov.in ରେ ଲଗଇନ କରନ୍ତୁ।