• padmabati kund

ଖରାଦିନେ ଦହି ଖାଇବାର 7 ଫାଇଦା


(ବେତାର ବ୍ୟୁରୋ) ଖରାଦିନେ ଶରୀରକୁ ଥଣ୍ଡା ରଖିବା ପାଇଁ ଆମେ ଥଣ୍ଡା ପାଣି, ଲେମ୍ବୁ ପାଣି ପିଇବା ସହିତ ତରଭୁଜ, କାକୁଡି ଇତ୍ୟାଦି ଖାଇଥାଉ। ଏହିସବୁ ଖାଇବା ଦ୍ଵାରା ଖରାଦିନେ ଆମେ ଫିଟ ରହିଥାଉ ଓ ଚେହେରାରେ ଚମକ ରହିଥାଏ। ଏହାବ୍ୟତୀତ ଖରାଦିନେ ଦହି ବହୁତ ଉପକାରୀ ଅଟେ। ଏଥିରେ ଭିଟାମିନ, ପ୍ରୋବାୟୋଟିକ୍ସ ଓ ଜିଙ୍କ୍ ଭରପୁର ମାତ୍ରାରେ ରହିଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହିତ ଅନେକ ରୋଗକୁ ମଧ୍ୟ ଦୂରେଇ ରଖିଥାଏ।

ଏଥିପାଇଁ ଖରାଦିନେ ନିୟମିତ ଭାବରେ ଦହି ଖାଆନ୍ତୁ ବା ଦହିରେ ଲସି ପ୍ରସ୍ତୁତ କରି ପିଅନ୍ତୁ। ଏହାଦ୍ଵାରା କଣ କଣ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା।

୧.ପାଚନ କ୍ଷମତା ବୃଦ୍ଧି କରେ: ଦହି ଖାଇବାକୁ ସ୍ଵାଦିଷ୍ଟ ହେବା ସହିତ ଏହା ଶରୀରରେ ପାଚନ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ଦହି ଖାଇବା ଦ୍ଵାରା ଆମ ଶରୀର ବିଭିନ୍ନ ପୋଷଣକୁ ଅବଶୋଷଣ କରିବାରେ ସକ୍ଷମ ହୋଇଥାଏ ଓ ଏହାସହିତ ପେଟରେ ବିଭିନ୍ନ ସଂକ୍ରମଣରୁ ମଧ୍ୟ ଏହା ରକ୍ଷା କରିଥାଏ।

୨.ଚେହେରାର ଚମକ ବଢାଇଥାଏ: ଖରାଦିନେ ବାହାରେ ବୁଲିବା କାରଣରୁ ଚେହେରାର ଚମକ କମ ହୋଇଯାଇଥାଏ। ନିୟମିତ ଦହି ଖାଇବା ଦ୍ଵାରା ଆପଣଙ୍କ ଚେହେରାର ଚମକ ବଢିଥାଏ। ଏଥିରେ ଭିଟାମିନ-ଇ, ଜିଙ୍କ୍, ଫସଫରସ ରହିଥାଏ ଓ ଚେହେରାର ରଙ୍ଗକୁ ମଧ୍ୟ ଉଜ୍ଜ୍ଵଳ କରିବାରେ ଏହା ସାହାଯ୍ୟ କରିଥାଏ।

୩.ଓଜନ କମ କରିଥାଏ: ଦହିରେ କମ ଫ୍ୟାଟ ଓ ଉଚ୍ଚ ମାତ୍ରାରେ ପ୍ରୋଟିନ ରହିଥିବାରୁ ଏହା ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଖରାଦିନେ ଦୈନିକ ଗୋଟିଏ ଗ୍ଳାସ ଦହି ପିଇବା ଦ୍ଵାରା ଫିଟ୍ ରହିବା ସହିତ ଓଜନ ମଧ୍ୟ ନିୟନ୍ତ୍ରିତ ରହିଥାଏ।

୪.ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ: ଏଥିରେ ବହୁ ମାତ୍ରାରେ ପ୍ରୋବୟୋଟିକ ରହିଥାଏ ଯାହାକି ଆମ ଶରୀରରେ ରୋଗ ପ୍ରତିରୋଧକ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏହି ପ୍ରୋବାୟୋଟିକ ପ୍ରକୃତରେ ବ୍ୟାକ୍ଟେରିଆ ଅଟେ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।

୫.ଦାନ୍ତ ଓ ହାଡ ମଜଭୁତ କରେ: ଦହିରେ ଭିଟାମିନ-ସି ଓ ଭିଟାମିନ-ଡି ପ୍ରଚୁର ପରିମାଣରେ ରହିଥାଏ ଯାହାକି ଆମ ଶରୀରର ହାଡ ଓ ଦାନ୍ତକୁ ମଜଭୁତ ରଖିଥାଏ। ନିୟମିତ ଦହି ଖାଇବା ଦ୍ଵାରା ଆଣ୍ଠୁଗଣ୍ଠି ଜନିତ ରୋଗରୁ ମୁକ୍ତି ମିଳିଥାଏ।

୬.ଶରୀର ଫିଟ୍ ରହିଥାଏ: ଖରାଦିନେ ତାପମାତ୍ରା ବୃଦ୍ଧି ଯୋଗୁଁ ଅନେକ ଲୋକ ଅଂଶୁଘାତର ଶିକାର ହୋଇଥାନ୍ତି। ଖରାରେ ବାହାରୁ ଆସିବା ପରେ ଗୋଟିଏ ଗ୍ଳାସ ଦହି ପିଇଲେ ଶରୀରକୁ ଆରାମ ମିଳିଥାଏ ଓ ଅଂଶୁଘାତ ପରି ସମସ୍ୟା ମଧ୍ୟ ଦୂରେଇ ଯାଇଥାଏ।

୭.ହୃଦରୋଗ ପାଇଁ ଉପକାରୀ: ଦହି ଖାଇବା ଦ୍ଵାରା ହୃଦରୋଗ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଦହି ଖାଇବା ଦ୍ଵାରା ଶରୀରରେ କମ କୋଲେଷ୍ଟ୍ରଲ ସୃଷ୍ଟି ହୋଇଥାଏ। ଏହାସହିତ ଉଚ୍ଚ ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ରହିଥାଏ।

#lifestyle #helath #summercare #curd

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon