• padmabati kund

ଆରମ୍ଭ ହେଲା ୟୁଟ୍ୟୁବ ମ୍ୟୁଜିକ ସେବା, ଏବେ ମାଗଣାରେ ଶୁଣନ୍ତୁ ଗୀତ


(ବେତାର ବ୍ୟୁରୋ) ଗୁଗୁଲର ଅନଲାଇନ ଭିଡିଓ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ ୟୁଟ୍ୟୁବ ଏହାର ବ୍ୟବହାରକାରୀଙ୍କ ପାଇଁ ଅନଲାଇନ ମ୍ୟୁଜିକ ଷ୍ଟ୍ରିମିଙ୍ଗ ସେବା youtube music ଓ youtube premium ଭାରତରେ ଆରମ୍ଭ କରିଛି। ୟୁଟ୍ୟୁବର ଏହି ସେବା ଗତବର୍ଷ ଜୁନ ମାସରେ ଆମେରିକା ସମେତ 17ଟି ଦେଶରେ ଆରମ୍ଭ କରାଯାଇଥିଲା।

ଏହି ଆପକୁ ବ୍ୟବହାର କରିବା ପାଇଁ ଅଲଗା ଆପ୍ ଡାଉନଲୋଡ କରିବାକୁ ପଡିବ। ଏହି ଆପକୁ ଆପଣ ନିଜର ସ୍ମାର୍ଟଫୋନ ବ୍ୟତୀତ ଡେକ୍ସଟପରେ ମଧ୍ୟ ଆକ୍ସେସ କରିପାରିବେ। ଏହି ୟୁଟ୍ୟୁବ ମ୍ୟୁଜିକ ଆପରେ ଓରିଜିନାଲ ଗୀତ, ଆଲବମ୍, ହଜାରରୁ ଅଧିକ ପ୍ଲେଲିଷ୍ଟ, ଆର୍ଟିଷ୍ଟ ରେଡିଓ, ରିମିକ୍ସ, ଲାଇଭ ସଙ୍ଗୀତ ପରିବେଷଣ, କଭର୍ସ ଓ ମ୍ୟୁଜିକ ଭିଡିଓ ଶୁଣିପାରିବେ।

ଏହି ୟୁଟ୍ୟୁବ ମ୍ୟୁଜିକରେ ସବସ୍କ୍ରାଇବ କରିବା ପାଇଁ ବ୍ୟବହାରକାରୀଙ୍କୁ ଦୁଇ ପ୍ରକାରର ପ୍ଳାନ ମିଳିବ। ୟୁଟ୍ୟୁବ ମ୍ୟୁଜିକ ସେବା ମାଗଣାରେ ବ୍ୟବହାର କରିପାରିବେ କିନ୍ତୁ ୟୁଟ୍ୟୁବ ପ୍ରିମିୟମ ସେବା ଦେୟଯୁକ୍ତ ରହିବ। ଏହି ପ୍ଳାନ ଅନୁସାରେ ୟୁଟ୍ୟୁବ ପ୍ରିମିୟମ ପାଇଁ ପ୍ରତିମାସକୁ ଟ.99 ଦେବାକୁ ପଡିବ। ଫ୍ୟାମିଲି ପ୍ଳାନ ଜରିଆରେ ଟ.149 ଦେଇ ଗୋଟିଏ ମାସ ପର୍ଯ୍ୟନ୍ତ ଛଅ ଜଣ ଏହାକୁ ବ୍ୟବହାର କରିପାରିବେ। ତେବେ ଆରମ୍ଭରୁ ତିନିମାସ ପର୍ଯ୍ୟନ୍ତ କମ୍ପାନୀ ଏହାକୁ ମାଗଣାରେ ଯୋଗାଇବ।

ଏହି ଯୂଟ୍ୟୁବ ପ୍ରିମିୟମରେ ବ୍ୟବହାରକାରୀମାନେ ଭିଡିଓକୁ ବ୍ୟାକଗ୍ରାଉଣ୍ଡରେ ପ୍ଲେ କରିପାରିବେ। ଅର୍ଥାତ ଆପଣ ଚ୍ୟାଟ କରୁଥିବା ସମୟରେ ଏହି ଗୀତ ଶୁଣିପାରିବେ। ଏହାବ୍ୟତୀତ ଆପଣ ଅଫଲାଇନ ମ୍ୟୁଜିକ ଷ୍ଟ୍ରିମ ମଧ୍ୟ କରିପାରିବେ ଓ ନିଜ ମନପସନ୍ଦ ଗୀତକୁ ଡାଉନଲୋଡ କରିପାରିବେ।

ଅନ୍ୟପଟେ ୟୁଟ୍ୟୁବ ମ୍ୟୁଜିକରେ ମାଗଣାରେ ଅନଲାଇନ ମ୍ୟୁଜିକ ପ୍ଲେ କରିପାରିବେ ମାତ୍ର ଏଥିରେ ଅଫଲାଇନ ମ୍ୟୁଜିକ ଶୁଣିବାର ସୁବିଧା ରହିବ ନାହିଁ। ଏହାସହିତ ଆପଣ ନିଜ ମନପସନ୍ଦର ଗୀତକୁ ଡାଉନଲୋଡ ମଧ୍ୟ କରିପାରିବେ ନାହିଁ। ଏହାସହିତ ଏଥିରେ ଗୀତ ଶୁଣିବା ସମୟରେ ବିଜ୍ଞାପନ ମଧ୍ୟ ରହିବ।

ନିକଟରେ ଦୁନିଆର ସବୁଠାରୁ ବଡ ଅନଲାଇନ ମ୍ୟୁଜିକ ଷ୍ଟ୍ରିମିଙ୍ଗ ସେବା spotify ମଧ୍ୟ ଭାରତରେ ଲଞ୍ଚ କରା ଯାଇଥିଲା। ଏହାକୁ ମଧ୍ୟ ଲୋକମାନ ଖୁବ ପସନ୍ଦ କରୁଛନ୍ତି। ଏହାପୂର୍ବରୁ ମଧ୍ୟ ଭାରତରେ ଆମାଜନ ମ୍ୟୁଜିକ, ଜିଓ ସାୱନ, ଗାନା, ଏୟାରଟେଲ ୱିଙ୍କ ପରି ଅନେକ ଅନଲାଇନ ମ୍ୟୁଜିକ ଷ୍ଟ୍ରିମିଙ୍ଗ ଆପ୍ ରହିଛି। ଏହାକୁ କଡା ଟକ୍କର ଦେବା ପାଇଁ ୟୁଟ୍ୟୁବ ମ୍ୟୁଜିକକୁ ଲଞ୍ଚ କରାଯାଇଛି।

#mobileapp #youtubemusic #youtubepremium

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon