- ବେତାର ବ୍ୟୁରୋ
ଗ୍ରାଜୁଏଟଙ୍କ ପାଇଁ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରେ 181ଟି ସ୍ପେଶିଆଲିଷ୍ଟ ଅଫିସର ପଦବୀ

(ବେତାର ବ୍ୟୁରୋ) ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରେ 181ଟି ସ୍ପେଶିଆଲିଷ୍ଟ ଅଫିସର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦରେ ଆବେଦନ କରିବା ପାଇଁ ଆଗ୍ରହୀ ଥିବା ପ୍ରାର୍ଥୀ ଅନଲାଇନରେ ଆବେଦନ କରିପାରିବେ।
ଆବେଦନ ତାରିଖ
ଏହି ପଦରେ ଆବେଦନ କରିବା ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ମାର୍ଚ୍ଚ 12 ତାରିଖରୁ ଆରମ୍ଭ ହୋଇଯାଇଛି। ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ 29 ତାରିଖ ପର୍ଯ୍ୟନ୍ତ ରହିଛି।
ପଦବୀ ସଂଖ୍ୟା
ଏହି ବିଜ୍ଞପ୍ତିରେ ମୋଟ 181ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ଫାୟାର ଅଫିସର ପାଇଁ ଗୋଟିଏ ପଦ, ଇକୋନୋମିଷ୍ଟ ପାଇଁ ଛଅଟି ପଦ, ସିକ୍ୟୁରିଟି ଅଫିସର ପାଇଁ 19ଟି, ଇଣ୍ଟିଗ୍ରେଟେଡ ଟ୍ରେଜର ଅଫିସର ପାଇଁ 15ଟି, କ୍ରେଡିଟ ଅଫିସର ପାଇଁ 122ଟି ଓ ଫୋରେକ୍ସ ଅଫିସର ପାଇଁ 18ଟି ପଦବୀ ରହିଛି।
ଦରମା
ଫାୟାର ଅଫିସର ଓ ଇକୋନୋମିଷ୍ଟ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.42,020-ଟ.48,570 ଦରମା ପ୍ରଦାନ କରାଯିବ। ସିକ୍ୟୁରିଟି ଅଫିସର, ଇଣ୍ଟିଗ୍ରେଟେଡ ଟ୍ରେଜର ଅଫିସର ଓ କ୍ରେଡିଟ ଅଫିସର ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଟ.23,700-ଟ.30,560 ଏବଂ ଫୋରେକ୍ସ ଅଫିସରଙ୍କୁ ଟ.32,850-ଟ.42,020 ଦରମା ପ୍ରଦାନ କରାଯିବ।
ବୟସସୀମା
ଏହି ପଦ ଗୁଡିକରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ 23ବର୍ଷ ଓ ସର୍ବାଧିକ 40ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5 ବର୍ଷ, ଓବିସି ପ୍ରାର୍ଥୀଙ୍କ ପାଇଁ 3 ବର୍ଷ ଏବଂ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ 10ବର୍ଷ କୋହଳ କରାଯିବ।
ଶିକ୍ଷାଗତ ଯୋଗ୍ୟତା
ଇଣ୍ଟିଗ୍ରେଟେଡ ଟ୍ରେଜରି ଅଫିସର ଓ କ୍ରେଡିଟ ଅଫିସର ପାଇଁ ପାଇଁ ପ୍ରାର୍ଥୀ ସ୍ଵୀକୃତିପ୍ରାପ୍ତ ବୋର୍ଡ ବା ଅନୁଷ୍ଠାନରୁ MBA ପାସ କରିଥିବା ଆବଶ୍ୟକ। ଫୋରେକ୍ସ ଅଫିସର ପାଇଁ ପ୍ରାର୍ଥୀ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ।
ଫାୟାର ଅଫିସର ପାଇଁ ପ୍ରାର୍ଥୀ ସ୍ଵୀକୃତିପ୍ରାପ୍ତ ବୋର୍ଡ ବା ଅନୁଷ୍ଠାନରୁ B.E (fire engineering) ପାସ କରିବା ସହିତ 10ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। ଇକୋନୋମିଷ୍ଟ ପଦ ପାଇଁ ପ୍ରାର୍ଥୀ ଅର୍ଥଶାସ୍ତ୍ରରେ ପି.ଜି. ପାସ କରିଥିବା ସହିତ ତିନିବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। ସିକ୍ୟୁରିଟି ଅଫିସର ପାଇଁ ପ୍ରାର୍ଥୀ ଗ୍ରାଜୁଏସନ ପାସ କରିଥିବା ସହିତ ପାଞ୍ଚବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
ଆବେଦନ ଫି
ଏହି ପଦରେ ଆବେଦନ କରିବା ପାଇଁ ଫି’ ବାବଦରେ ପ୍ରାର୍ଥୀଙ୍କୁ ଟ.600 ପଇଠ କରିବାକୁ ପଡିବ। ଅନୁସୂଚିତ ଜାତି,ଜନଜାତି ଓ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କୁ ଟ.100 ଦେବାକୁ ପଡିବ। ଏହାକୁ ଅନଲାଇନରେ ପଇଠ କରିପାରିବେ। ଅନଲାଇନରେ ଆବେଦନ ଫି’ ପଇଠ କରିବାର ଶେଷ ତାରିଖ ମାର୍ଚ୍ଚ 29 ତାରିଖ ପର୍ଯ୍ୟନ୍ତ ରହିଛି।
କିପରି ଆବେଦନ କରିବେ
ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ପ୍ରଥମେ ୟୁନିଅନ ବ୍ୟାଙ୍କର ଅଫିସିଆଲ ୱେବସାଇଟ www.unionbankofindia.co.in ରେ ଲଗଇନ କରିବାକୁ ପଡିବ। ସମସ୍ତ ଆବଶ୍ୟକୀୟ ତଥ୍ୟ ସହିତ ପାସପୋର୍ଟ ସାଇଜ ଫଟୋ ଓ ଦସ୍ତଖତର ସ୍କାନ କପି ଅପଲୋଡ କରିବାକୁ ପଡିବ।
ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ୟୁନିଅନ ବ୍ୟାଙ୍କର ଅଫିସିଆଲ ୱେବସାଇଟ www.unionbankofindia.co.in ରେ ଲଗଇନ କରନ୍ତୁ।