• ବେତାର ବ୍ୟୁରୋ

ବାସ୍ତୁ ଅନୁଯାୟୀ ଘରେ ଏହି 9ଟି ଜିନିଷ ରଖିଲେ ବଢିଥାଏ ଦୁର୍ଭାଗ୍ୟ


(ବେତାର ବ୍ୟୁରୋ) ଘରେ ବିଭିନ୍ନ ପ୍ରକାରରର ସାମଗ୍ରୀ ରହିଥାଏ। ସେଥିମଧ୍ୟରୁ କିଛି ନୂଆ ସାମଗ୍ରୀ ହୋଇଥିବା ବେଳେ ଆଉ କିଛି ପୁରୁଣା ହୋଇ ଯାଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଥିବା ସମସ୍ତ ସାମଗ୍ରୀ ଘରର ସଦସ୍ୟଙ୍କ ଉପରେ ଶୁଭ ଓ ଅଶୁଭ ଦୁଇ ପ୍ରକାରର ପ୍ରଭାବ ପକାଇଥାଏ। ଘରେ ଥିବା କିଛି କିଛି ଜିନିଷରୁ ନକରାତ୍ମକ ଶକ୍ତି ଜାତ ହୋଇଥାଏ ଓ ଏହା ଘରେ ଅଶାନ୍ତି ସୃଷ୍ଟିର ମୁଖ୍ୟ କାରଣ ହୋଇଥାଏ।

ବାସ୍ତୁ ଶାସ୍ତ୍ରରେ ଏପରି କିଛି ସାମଗ୍ରୀ ବିଷୟରେ ଆଲୋଚନା କରାଯାଇଛି ଯାହାକୁ ଘରେ ରଖିବା ଦ୍ଵାରା ଅଶାନ୍ତି ବଢିବା ସହିତ ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ। ଆସନ୍ତୁ ଜାଣିବା ସେଗୁଡିକ କଣ।

୧.ଶଙ୍ଖ ଓ ରଥ ଚିତ୍ର ଏକାଠି ଥିବା ଫଟୋ: ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଶଙ୍ଖ ଓ ରଥ ଏକାଠି ଥିବା ଫଟୋ ରଖିବା ଅନୁଚିତ। କାରଣ ଶଙ୍ଖ ଓ ରଥ ଏକାଠି ଯୁଦ୍ଧର ପ୍ରତୀକ ହୋଇଥାଏ। ଏପରି ଫଟୋ ଘରେ ରଖିବା ଦ୍ଵାରା କଳହ ଲାଗିରହିଥାଏ।

୨.ମହାଭାରତର ଫଟୋ: ମହାଭାରତ କିମ୍ବା ଏହା ସହିତ ଜଡିତ ଅନ୍ୟକିଛି ଫଟୋ ଘରେ ରଖିବା ଅନୁଚିତ। ଏହା ଅଶୁଭ ହୋଇଥାଏ। ଏପରି ଫଟୋ ଘରେ ଲଗାଇଲେ ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ଦେଖା ଦେଇଥାଏ।

୩.ଭଙ୍ଗା ଚୌକି: ଘରେ ଭାଙ୍ଗି ଯାଇଥିବା ଚୌକିକୁ ଆଦୌ ରଖନ୍ତୁ ନାହିଁ। ବାସ୍ତୁ ଅନୁଯାୟୀ ଏପରି ଚୌକି ଘରେ ରଖିବା ଦ୍ଵାରା ଆପଣଙ୍କ ମାନ ସମ୍ମାନ କ୍ଷୁର୍ଣ୍ଣ ହେବାର ଆଶଙ୍କା ବୃଦ୍ଧି ପାଇଥାଏ। କାରଣ ଚୌକି ମାନ ସମ୍ମାନର ପ୍ରତୀକ ଅଟେ।

୪.ଅନାବଶ୍ୟକ ଔଷଧ: ପ୍ରାୟ ସମସ୍ତଙ୍କ ଘରେ ଅନାବଶ୍ୟକ ଔଷଧ ଦେଖିବାକୁ ମିଳିଥାଏ। ଯେଉଁ ଔଷଧ ଗୁଡିକ ବ୍ୟବହାର କରାଯାଉନାହିଁ ତାହାକୁ ଘରେ ରଖିବା ଦ୍ଵାରା ଘରର ଲୋକମାନେ ରୋଗରେ ପଡିଥାନ୍ତି ବୋଲି ବାସ୍ତୁଶାସ୍ତ୍ରରେ ମାନ୍ୟତା ରହିଛି। ତେଣୁ ବ୍ୟବହାର ହେଉନଥିବା ଔଷଧକୁ ଘରେ ରଖନ୍ତୁ ନାହିଁ।

୫.କଣ୍ଟାଜାତୀୟ ଗଛର ଚିତ୍ର: କଣ୍ଟାଜାତୀୟ ଗଛରୁ ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। କଣ୍ଟାଜାତୀୟ ଗଛ ଥିବା ଫଟୋ ବା କଣ୍ଟାଜାତୀୟ ଗଛକୁ ଘରେ ଲଗାନ୍ତୁ ନାହିଁ।

୬.ଦେବାଦେବୀଙ୍କ ଭଙ୍ଗା ମୂର୍ତ୍ତି: ଯଦି ଘରେ ଥିବା ଦେବୀଦେବତାଙ୍କ ମୂର୍ତ୍ତି ମଧ୍ୟରୁ କୌଣସି ମୂର୍ତ୍ତି ଭାଙ୍ଗି ଯାଇଥାଏ ତେବେ ଏହାକୁ ଘରେ ସାଇତି ରଖନ୍ତୁ ନାହିଁ। ଏଥିରୁ ନକରାତ୍ମକ ଶକ୍ତି ଜାତ ହୋଇଥାଏ ଓ ଏହା ଆପଣଙ୍କ ଉପରେ ଅଶୁଭ ପ୍ରଭାବ ପକାଇଥାଏ। ଏହାକୁ ନଦୀରେ ଭସାଇ ଦିଅନ୍ତୁ।

୭.ନଟରାଜ ମୂର୍ତ୍ତି: ନଟରାଜ ମୂର୍ତ୍ତି ଅର୍ଥାତ ଶିବଙ୍କ ତାଣ୍ଡବ କରୁଥିବାର ମୂର୍ତ୍ତି ଘରେ ରକ୍ଷା ଅନୁଚିତ। ଏହା ବିନାଶର ସଂକେତ ଦେଇଥାଏ।

୮.ବୁଡିଯାଉଥିବା ଜାହାଜ ବା ଡଙ୍ଗାର ଫଟୋ: ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ମଧ୍ୟରେ ବୁଡି ଯାଉଥିବା ଜାହାଜ ବା ଡଙ୍ଗାର ଫଟୋ ରଖିବା ଦ୍ଵାରା ମନରେ ହତାଶା ଭାବ ଜାଗ୍ରତ ହୋଇଥାଏ ଓ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ।

୯.ହିଂସ୍ର ଜନ୍ତୁଙ୍କ ଫଟୋ: ଘର ମଧ୍ୟରେ ହିଂସ୍ର ଜନ୍ତୁଙ୍କର ଫଟୋ ଲଗାନ୍ତୁ ନାହିଁ। ବିଶେଷ କରି ଦୁଇଟି ଜନ୍ତୁ ଲଢେଇ କରୁଥିବା ସମୟର ଫଟୋ ଲଗାନ୍ତୁ ନାହିଁ। ଏହା ଆପଣଙ୍କ ମନରେ ହିଂସା ଭାବ ଜାଗ୍ରତ କରିଥାଏ। ଏହାସହିତ ପୁରୁଣା ବା ଜୀର୍ଣ୍ଣ ଅଟ୍ଟାଳିକାର ଫଟୋ ମଧ୍ୟ ଘର ମଧ୍ୟରେ ଲଗାନ୍ତୁ ନାହିଁ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

#astrology #vastutips #vastu

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon