• padmabati kund

ଭାରତ ଅଷ୍ଟ୍ରେଲିଆ ପଞ୍ଚମ ଦିନିକିଆ : ଏମିତି ରହିବ ଭାରତୀୟ ଦଳ ରଣକୌଶଳ


(ବେତାର ବ୍ୟୁରୋ) କ୍ରିକେଟ ବିଶ୍ଵକପ ପୂର୍ବରୁ ଶେଷ ଆନ୍ତର୍ଜାତୀୟ ଦିନିକିଆ ସିରିଜ ଖେଳୁଥିବା ଭାରତୀୟ ଦଳ ସିରିଜର ଅନ୍ତିମ ମ୍ୟାଚ ବୁଧବାର ଦିଲ୍ଲୀରେ ଖେଳିବ। ଅଷ୍ଟ୍ରେଲିଆ ବିରୁଦ୍ଧରେ ଏହି ସିରିଜରେ ପ୍ରଥମ ଦୁଇଟି ମ୍ୟାଚ ଜିତିଥିବା ଭାରତୀୟ ଦଳ, ସିରିଜର ତୃତୀୟ ଓ ଚତୁର୍ଥ ମ୍ୟାଚ ଜିତିବାରେ ଅସଫଳ ରହିଥିଲା। ତେଣୁ ଏହି ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚରେ ବିଜୟ ହାସଲ କରି ଭାରତୀୟ ଦଳ ସିରିଜ ଜିତବାର ଲକ୍ଷ୍ୟ ରଖିବ।

ସିରିଜର ପ୍ରଥମ ଦୁଇଟି ମ୍ୟାଚ ଜିତିଥିବା ଭାରତୀୟ ଦଳ ତୃତୀୟ ଚତୁର୍ଥ ମ୍ୟାଚରେ ବିଜୟୀ ହୋଇପାରି ନଥିଲା। ଯାହାଫଳରେ ସିରିଜ 2-2ରେ ସମାନ ରହିଛି ଓ ପଞ୍ଚମ ମ୍ୟାଚଟି ନିର୍ଣ୍ଣାୟକ ହୋଇଯାଇଛି। ଏପରି ସମୟରେ ଭାରତୀୟ ଦଳ ପାଇଁ ସିରିଜ ଜିତିବା ମୁଖ୍ୟ ଲକ୍ଷ୍ୟ ହୋଇଯାଇଛି, କାରଣ ଗତ ତିନିବର୍ଷ ମଧ୍ୟରେ ଭାରତ ଖେଳିଥିବା ଦ୍ଵିପାକ୍ଷିକ ଦିନିକିଆ ସିରିଜରେ କେବଳ ଗୋଟିଏ ସିରିଜ ହିଁ ହାରିଛି। ତିନିବର୍ଷ ମଧ୍ୟରେ ମୋଟ 13ଟି ସିରିଜ ଖେଳିଥିବା ବେଳେ ସେଥିରୁ 12ଟି ସିରିଜରେ ବିଜୟୀ ହୋଇଛି।

ଅନ୍ୟପଟେ ରାଞ୍ଚି ଓ ମୋହାଲିରେ ଖେଳାଯାଇଥିବା ଦୁଇଟି ଯାକ ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ବିଜୟୀ ହୋଇ ଭାରତୀୟ ଦଳକୁ କଡା ଟକ୍କର ଦେଇଛି। ଏଥିରେ ଅଷ୍ଟ୍ରେଲିଆ ଦଳର ମନୋବଳ ବୃଦ୍ଧି ପାଇଛି କିନ୍ତୁ ସ୍ପିନରଙ୍କ ପାଇଁ ଅନୁକୂଳ ଥିବା ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କୁ ଜିତିବା ପାଇଁ କଠିନ ପରୀକ୍ଷା ଦେବାକୁ ପଡିପାରେ।

ତୃତୀୟ ନମ୍ବରରେ ଖେଳିପାରନ୍ତି କୋହଲି

ମୋହାଲିରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଚତୂର୍ଥ ନମ୍ବରରେ ବ୍ୟାଟିଙ୍ଗ କରିବା ଆସିଥିଲେ। ମାତ୍ର ଦିଲ୍ଲୀରେ ଏହି ମ୍ୟାଚ ନିର୍ଣ୍ଣାୟକ ମ୍ୟାଚ ହୋଇଥିବାରୁ, ମ୍ୟାଚର ଗୁରୁତ୍ଵ ଦୃଷ୍ଟିରୁ ବିରାଟ କୋହଲି ତୃତୀୟ ନମ୍ବରରେ ବ୍ୟାଟିଙ୍ଗ କରିପାରନ୍ତି। ଲଗାତର ଭଲ ପ୍ରଦର୍ଶନ କରିଆସୁଥିବା ବିଜୟ

ଶଙ୍କରଙ୍କୁ ଚତୁର୍ଥ ସ୍ଥାନରେ ସୁଯୋଗ ମିଳିପାରେ।

ସିରିଜର ଚତୁର୍ଥ ମ୍ୟାଚରେ ଭୁବନେଶ୍ଵର କୁମାରଙ୍କ ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଥିଲା। ଏଥିପାଇଁ ତାଙ୍କ ସ୍ଥାନରେ ଦଳରେ ମହମ୍ମଦ ଶାମିଙ୍କୁ ସୁଯୋଗ ମିଳିପାରେ। ଏହାସହିତ ରିଷଭ ପନ୍ଥ, ୟୁଜବେନ୍ଦ୍ର ଚହଲ ଓ କେ.ଏଲ ରାହୁଲଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିବ।

ଏହି ସିରିଜର ଆରମ୍ଭରେ ଅନୁମାନ କରାଯାଉଥିଲା ଯେ, ଏହି ସିରିଜରେ ଖେଳାଳୀଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଚୟନକର୍ତ୍ତା ମାନଙ୍କୁ ଆସନ୍ତା ମେ’ ମାସରେ ଇଂଲଣ୍ଡରେ ହେବାକୁ ଥିବା ବିଶ୍ଵକପ ପାଇଁ ଖେଳାଳୀ ବାଛିବାକୁ ସହଜ ହେବ। ଏହା ମଧ୍ୟ ଅନୁମେୟ କରଯାଇଥିଲା ଯେ ବିଶ୍ଵକପ ପାଇଁ ଭାରତୀୟ ଦଳରେ 13ଜଣ ଖେଳାଳୀଙ୍କ ସ୍ଥାନ ସ୍ଥିର ହୋଇସାରିଛି ଓ କେବଳ ଦୁଇଟି ସ୍ଥାନ ପାଇଁ ଖେଳାଳୀଙ୍କୁ ବାଛିବାକୁ ପଡିବ। ମାତ୍ର ଚାରିଟି ମ୍ୟାଚ ସାରିବା ପରେ ଭାରତୀୟ ଦଳର ଅନେକ ଦୁର୍ବଳତା ସାମ୍ନାକୁ ଆସିଛି, ଯାହାକି ବିଶ୍ଵକପ ପାଇଁ ଦଳ ଚୟନରେ ସାମାନ୍ୟ ଅସ୍ପଷ୍ଟତା ଆଣିଛି। ତେବେ ଗୋଟିଏ ଦୃଷ୍ଟିରୁ ଦେଖିଲେ ଚୟନକର୍ତ୍ତାଙ୍କ ପାଇଁ ଏକ ଭଲ ସୁଯୋଗ ରହିଛି, ଯାହାଫଳରେ ସେମାନେ ବିଶ୍ଵକପ ପାଇଁ ସଠିକ ଖେଳାଳୀ ଚୟନ କରିବାକୁ ସମୟ ପାଇଛନ୍ତି।

#ccricket #indiavsaustralia

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon