• padmabati kund

ସ୍ମାର୍ଟଫୋନ ହଜିଯାଇଥିଲେ କିପରି ଖୋଜିବେ ଜାଣନ୍ତୁ


(ବେତାର ବ୍ୟୁରୋ) ସ୍ମାର୍ଟଫୋନ ବର୍ତ୍ତମାନ ସମୟରେ ପ୍ରତ୍ୟେକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ଆଜିକାଲି ପ୍ରାୟ ସମସ୍ତ ଜରୁରୀ କାମ ସ୍ମାର୍ଟଫୋନ ମାଧ୍ୟମରେ କରାଯାଉଛି। ତେବେ ଏପରି ପରିସ୍ଥିତିରେ ଯଦି ଆପଣଙ୍କର ମୋବାଇଲ ଫୋନ ଚୋରି ହେଇଯାଉଛି ତେବେ ଆପଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। କାରଣ ମୋବାଇଲ ଫୋନରେ ସମସ୍ତ ଅବଶ୍ୟକୀୟ ଓ ଜରୁରୀ ତଥ୍ୟ ରହିଥାଏ। ମୋବାଇଲ ଚୋରି ହୋଇଗଲେ ଏହା ଫେରସ୍ତ ମିଳିବା ମଧ୍ୟ ପ୍ରାୟ ଅସମ୍ଭବ ହୋଇଥାଏ।

ସାଧାରଣତଃ ଯଦି କାହାର ମୋବାଇଲ ଚୋରୀ ହୋଇଯାଏ ତେବେ ସେ ବ୍ୟସ୍ତ ବିବ୍ରତ ହୋଇଯାଇଥାଏ ଓ କଣ କରିବେ କିଛି ବୁଝି ପାରିନଥାନ୍ତି। ଏପରି ସମୟରେ ଆପଲ ବ୍ୟବହାରକାରୀଙ୍କ ପାଇଁ ‘find my ଫୋନ’ ଓ ଆଣ୍ଡ୍ରଏଡ ବ୍ୟବହାରକାରୀଙ୍କ ପାଇଁ ‘find your phone’ ଫିଚର ବହୁତ ଉପଯୋଗୀ ହୋଇଥାଏ। ତେବେ ଗୁଗୁଲ ମ୍ୟାପରେ ଏପରି ଏକ ଫିଚର ରହିଛି ଯାହା ସାହାଯ୍ୟରେ ଆପଣ ନିଜ ହଜିଯାଇଥିବା ବା ଚୋରି ହୋଇଥିବା ମୋବାଇଲର ଲୋକେସନ ଜାଣିପାରିବେ।

ଗୁଗୁଲ ମ୍ୟାପର ଏହି ଫିଚରର ଫାଇଦା ଉଠାଇବା ପାଇଁ ଆପଣଙ୍କୁ କିଛି ସହଜ ଟିପ୍ସ ଅନୁସରଣ କରିବାକୁ ପଡିବ। ଏହି ଫିଚର ସାହାଯ୍ୟରେ ଚୋରି ହୋଇଥିବା ମୋବାଇଲର ଲୋକେସନ ଜାଣିବା ପାଇଁ ଆପଣଙ୍କ ପାଖରେ ଅନ୍ୟଏକ ସ୍ମାର୍ଟଫୋନ ବା କମ୍ପ୍ୟୁଟର ଥିବା ଆବଶ୍ୟକ। ଏହାସହିତ ହାଇସ୍ପିଡ ଇଣ୍ଟରନେଟ କନେକ୍ସନ ଓ ଚୋରି ହୋଇଥିବା ମୋବାଇଲରେ ଯେଉଁ ଗୁଗୁଲ ଆକାଉଣ୍ଟ ଖୋଲିଥିଲେ ତାହାର ଲଗଇନ ଆଇଡି ଓ ପାସୱାର୍ଡ ଜାଣିଥିବା ଆବଶ୍ୟକ।

. ମୋବାଇଲ ଚୋରି ହୋଇଗଲେ ପ୍ରଥମେ ଅନ୍ୟ ଏକ ସ୍ମାର୍ଟଫୋନ ବା କମ୍ପ୍ୟୁଟରରେ www.maps.google.co.in ସାଇଟ ଖୋଲନ୍ତୁ। ଏହାପରେ ଚୋରି ହୋଇଥିବା ମୋବାଇଲରେ ଖୋଲଥିବା ଗୁଗୁଲ ଆକାଉଣ୍ଟକୁ ଲଗଇନ କରନ୍ତୁ।

.ଏହାପରେ ଉପରେ ଡାହାଣ କଣରେ ଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ କରନ୍ତୁ। ଏଥିରେ ‘your timeline’ ଅପ୍ସନ ଥିବ, ଏହାକୁ କ୍ଲିକ କରନ୍ତୁ।

.ଆପଣ ଯେଉଁ ସମୟରେ ଡିଭାଇସ ଲୋକେସନ ଯାଞ୍ଚ କରିବାକୁ ଚାହୁଁଛନ୍ତି ସେହି ସମୟ ଲେଖନ୍ତୁ।

.ଏହାପରେ ଗୁଗୁଲ ମ୍ୟାପ ଆପଣଙ୍କ ଡିଭାଇସ location history ଦେଖାଇବ। ଏହାସହିତ ଏଥିରେ ଆପଣ ନିଜ ମୋବାଇଲର ବର୍ତ୍ତମାନ ଲୋକେସନ ମଧ୍ୟ ଯାଞ୍ଚ କରିପାରିବେ।

.ଏହି ଫିଚରକୁ ଆପଣଙ୍କ ମୋବାଇଲରେ ସଠିକ ଭାବରେ କାମ କରିବାକୁ ଚାହୁଁଥିଲେ ଆପଣଙ୍କ ଡିଭାଇସରେ ଲୋକେସନ ସର୍ଭିସକୁ ସବୁବେଳେ ‘on’ ରଖନ୍ତୁ।

#mobile #tipsandtricks #googlemap #mobilelocation

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon