• ବେତାର ବ୍ୟୁରୋ

ଏଲଆଇସିରେ ପ୍ରକାଶ ପାଇଲା 590ଟି ଆସିଷ୍ଟାଣ୍ଟ  ଅଫିସର ନିଯୁକ୍ତି,ଏତିକି ମିଳିବ ଦରମା


(ବେତାର ବ୍ୟୁରୋ) ଲାଇଫ ଇନସୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆ (LIC)ରେ ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ ଅଫିସର (AAO) ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଅନଲାଇନରେ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ମାର୍ଚ୍ଚ 22 ତାରିଖ ମଧ୍ୟରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 590ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ଜେନେରାଲିଷ୍ଟ ପଦ ପାଇଁ 350ଟି, ଆଇ.ଟି ପାଇଁ 150ଟି ପଦ, ସି.ଏ (ଚାର୍ଟଡ଼ ଅକାଉଣ୍ଟାଣ୍ଟ) ପାଇଁ 50ଟି, actuarial ପାଇଁ 30ଟି, ରାଜଭାଷା ପାଇଁ 10ଟି ପଦବୀ ରହିଛି।

ଦରମା

ଏହି ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.32,795-ଟ.62,315 ମଧ୍ୟରେ ଦରମା ପ୍ରଦାନ କରାଯିବ।

ବୟସସୀମା

ଏହି ପଦ ଗୁଡିକରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ମାର୍ଚ୍ଚ 1, 2019 ସୁଦ୍ଧା ସର୍ବନିମ୍ନ 21ବର୍ଷ ଓ ସର୍ବାଧିକ 30ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5 ବର୍ଷ, ଓବିସି ପ୍ରାର୍ଥୀଙ୍କ ପାଇଁ 3 ବର୍ଷ ଏବଂ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ 10ବର୍ଷ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଜେନେରାଲିଷ୍ଟ, actuarial ଓ ରାଜଭାଷା ପଦ ପାଇଁ ପ୍ରାର୍ଥୀ ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନ ବା ବିଶ୍ଵ ବିଦ୍ୟାଳୟରୁ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ। ଆଇ.ଟି ପଦ ପାଇଁ ପ୍ରାର୍ଥୀ କମ୍ପ୍ୟୁଟର ସାଇନ୍ସ ଓ ITରେ ଇଞ୍ଜିନିୟରିଙ୍ଗ ପାସ କରିଥିବା ଆବଶ୍ୟକ।

ସେହିପରି ଚାଟାର୍ଡ ଆକାଉଟାଣ୍ଟ ପଦ ପାଇଁ ପ୍ରାର୍ଥୀ କମର୍ସରେ ଗ୍ରାଜୁଏସନ ପାସ କରିଥିବା ସହିତ ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଆକାଉଟାଣ୍ଟ ଅଫ ଇଣ୍ଡିଆର ଆସୋସିଏଟ ମେମ୍ବର ଥିବା ଆବଶ୍ୟକ।

ଆବେଦନ ଫି

ଏହି ପଦରେ ଆବେଦନ କରିବା ପାଇଁ ଫି’ ବାବଦରେ ପ୍ରାର୍ଥୀଙ୍କୁ ଟ.600 ପଇଠ  କରିବାକୁ ପଡିବ। ଅନୁସୂଚିତ ଜାତି,ଜନଜାତି ଓ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କୁ ଟ.100 ଦେବାକୁ ପଡିବ। ଏହାକୁ ଅନଲାଇନରେ ପଇଠ କରିପାରିବେ।

କିପରି ଆବେଦନ କରିବେ

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଲାଇଫ ଇନସୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆର ଅଫିସିଆଲ ୱେବସାଇଟ www.licindia.in ରେ ଲଗଇନ କରନ୍ତୁ। ପ୍ରଥମେ careers ଅପସନ ଉପରେ କ୍ଲିକ କରନ୍ତୁ ଓ ଏହାପରେ recruitment of assistant administrative officer 2019 ଉପରେ କ୍ଲିକ କରନ୍ତୁ। ଏହାପରେ ଆପଣଙ୍କୁ ଏହି ୱେବସାଇଟରେ ନାମ ପଞ୍ଜୀକରଣ କରିବାକୁ ପଡିବ।

ଏହାପରେ ସମସ୍ତ ଅବଶ୍ୟକୀୟ ତଥ୍ୟ ଓ ପାସପୋର୍ଟ ସାଇଜ ଫଟୋ, ଦସ୍ତଖତ, ବୁଢା ଆଙ୍ଗୁଳି ଚିହ୍ନ ସ୍କାନ କରି ଅପଲୋଡ କରିବାକୁ ପଡିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଲାଇଫ ଇନସୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆର ଅଫିସିଆଲ ୱେବସାଇଟ www.licindia.in ରେ ଲଗଇନ କରନ୍ତୁ।

#jobs #licrecruitment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon