• padmabati kund

ଗାଡିରେ ଲଗାନ୍ତୁ ଏହି ଟ୍ରାକିଂ ଯନ୍ତ୍ର :  ଦେଢ ଲକ୍ଷ ଟଙ୍କା ଯାଏଁ ମିଳିବ ସବସିଡି


(ବେତାର ବ୍ୟୁରୋ) ଭାରତରେ ଇଲେକ୍ଟ୍ରିକ୍ ଗାଡ଼ି ଚଳାଚଳକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ‘ଫେମ୍’ (FAME) ସ୍କିମ୍ ଆରମ୍ଭ କରିଛନ୍ତି। ଏହାର ଦ୍ଵିତୀୟ ପର୍ଯ୍ୟାୟକୁ ମଧ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିଛି। ଫେମର ଦ୍ଵିତୀୟ ପର୍ଯ୍ୟାୟ ଅପ୍ରେଲ୍ ୧ତାରିଖରୁ ଆରମ୍ଭ ହେବ। ଯାହା ଫଳରେ ପ୍ରତ୍ୟେକ ଇଲେକ୍ଟ୍ରିକ୍ ଗାଡ଼ି କିଣିଲେ ଗାଡି ମାଲିକଙ୍କୁ ସବସିଡି ଦିଆଯିବ। କିନ୍ତୁ ଏହି ସବସିଡିର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ନିଜ କାରରେ ଏକ ଖାସ୍ ଯନ୍ତ୍ର ଲଗାଇବାକୁ ପଡ଼ିବ।

ଏହି ଫେମ୍-୨ ସ୍କିମ୍ ଅନୁସାରେ ସବସିଡି ପାଇବା ପାଇଁ ଗାଡ଼ିରେ ଟ୍ରାକିଙ୍ଗ୍ ଯନ୍ତ୍ର ଲଗାଇବା ବାଧ୍ୟତାମୂଳକ ରହିବ। ଯାହା ଦ୍ଵାରା ସରକାର ଏବଂ ଗାଡିମାଲିକ ଉଭୟଙ୍କୁ କାରର ବିଷୟରେ ସୂଚନା ମିଳିବ। ଏହାବ୍ୟତୀତ ଏହି ଯନ୍ତ୍ର ଗାଡ଼ିର ପରଫରମାନ୍ସ ବିଷୟରେ ମଧ୍ୟ ସୂଚନା ଦେବ।ଏହି ଟ୍ରାକିଙ୍ଗ୍ ଯନ୍ତ୍ରକୁ ଏକ ଆପ୍ ଜରିଆରେ ଇଲେକ୍ଟ୍ରିକ୍ କାରରେ ଯୋଡ଼ାଯିବ।

ସବସିଡି ପାଇଁ ଦଶହଜାର କୋଟି ମଞ୍ଜୁର

ଦେଢ଼ ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ନିମନ୍ତେ ପ୍ରତି ବାହନକୁ ସବସିଡି ୨୦,୦୦୦ଟଙ୍କା ମିଳିବ। ସେହିପରି ୫ଲକ୍ଷ ଟଙ୍କାରେ ମିଳୁଥିବା ଇଲେକ୍ଟ୍ରିକ ତିନି ଚକିଆ ଯାନ ପାଇଁ ସବସିଡି ରାଶି ୫୦,୦୦୦ଟଙ୍କା ମିଳିବ। ଏହାବ୍ୟତୀତ ୧୫ଲକ୍ଷ ଟଙ୍କା ମୂଲ୍ୟର ବାହନରେ ଦେଢ଼ ଲକ୍ଷ ଟଙ୍କାର ସବସିଡି ମିଳିବ। ଏହି ଯୋଜନା ପାଇଁ ଗତ ସପ୍ତାହରେ କ୍ୟାବିନେଟ୍ ୧୦ହଜାର କୋଟି ଟଙ୍କା ମଞ୍ଜୁର କରିଥିଲା।

ତେବେ ଇଲେକ୍ଟ୍ରିକ ଚାରି ଚକିଆ ଗାଡି ମାମଲାରେ ସବସିଡି କେବଳ ଭାରତରେ ପ୍ରସ୍ତୁତ ହୋଇଥିବା ଇଲେକ୍ଟ୍ରିକ ବାହନ ପାଇଁ ଉପଲବ୍ଧ ରହିବ। ଭାରତରେ ଇଲେକ୍ଟ୍ରିକ ଚାରି ଚକିଆ ଗାଡି ପ୍ରସ୍ତୁତ କରୁଥିବା କମ୍ପାନୀ ମଧ୍ୟରେ ଟାଟା ମୋଟର୍ସ, ମାରୁତି ସୁଜୁକି ଓ ମହିନ୍ଦ୍ରାର ନାମ ରହିଛି।

ପ୍ରାୟ ୧୫ଲକ୍ଷ ଗାଡି ସାମିଲ ହେବ

ଏହି ସବସିଡି କାର୍ଯ୍ୟକ୍ରମରେ ୧୦ଲକ୍ଷ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ, ୫ଲକ୍ଷ ଇଲେକ୍ଟ୍ରିକ ତିନିଚକିଆ ଯାନ,୩୫ ହଜାର ଇଲେକ୍ଟ୍ରିକ କାର୍ ଏବଂ ୭୦୯୦ଟି ଇଲେକ୍ଟ୍ରିକ ବସ୍ ସାମିଲ ହେବ। ଏହା ବ୍ୟତୀତ ଏଥିରେ ୨୦,୦୦୦ ପୂର୍ଣ୍ଣ ହାଇବ୍ରିଡ ବାହନ ନିମନ୍ତେ ଏକ ବ୍ୟବସ୍ଥା ମଧ୍ୟ ସାମିଲ କରାଯାଇଛି।

#centralgovt #evehicle #batteryvehicle

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon