• ବେତାର ବ୍ୟୁରୋ

ଜାଣନ୍ତୁ : କିପରି ରହିବ ମୀନରାଶିରେ ସୂର୍ଯ୍ୟଙ୍କ ପ୍ରବେଶ


(ବେତାର ବ୍ୟୁରୋ) ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ସବୁ ଗ୍ରହର ପ୍ରଧାନ ବୋଲି ବିଚାର କରାଯାଏ। ସୂର୍ଯ୍ୟ ଗ୍ରହଙ୍କ ରାଶି ପରିବର୍ତ୍ତନ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଯେତେବେଳେ ସୂର୍ଯ୍ୟ ଗ୍ରହ କୌଣସି ରାଶିରେ ପ୍ରବେଶ କରିଥାନ୍ତି ସେହି ସମୟ ଧାର୍ମିକ କାର୍ଯ୍ୟ ପାଇଁ ଅନୁକୂଳ ହୋଇଥାଏ। ସୂର୍ଯ୍ୟ ଗ୍ରହ ମାର୍ଚ୍ଚ 15, 2019 (ଶୁକ୍ରବାର) ସକାଳ 5.36ରୁ କୁମ୍ଭରାଶିରୁ ବାହାରି ମୀନ ରାଶିରେ ପ୍ରବେଶ କରିଛନ୍ତି ଓ ଏହି ଅବସ୍ଥାରେ ଅପ୍ରେଲ 14, 2019 (ରବିବାର) ଅପରାହ୍ନ 2.05 ପର୍ଯ୍ୟନ୍ତ ରହିବେ। ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବା ଦ୍ଵାରା ଏହାର ପ୍ରଭାବ ସମସ୍ତ ବାରଟି ରାଶିଙ୍କ ଉପରେ ପଡିବ।

ମେଷ: ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ଓ ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ। ନିଜକୁ ବହୁତ ଏକୁଟିଆ ମନେ କରିବେ। ବ୍ୟୟ ବୃଦ୍ଧି ପାଇବ। ଅନାବଶ୍ୟକ ଜିନିଷ କ୍ରୟ କରନ୍ତୁ ନାହିଁ।

ବୃଷ: ଆର୍ଥିକ ଲାଭ ମିଳିବ। ଅନେକ ଦିନରରୁ ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ ଓ ପରିଶ୍ରମର  ସୁଫଳ ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ନୂତନ ଲୋକଙ୍କ ସହିତ ବନ୍ଧୁତା କରିବେ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ କିଛି ପରିବର୍ତ୍ତନ ହୋଇପାରେ। ଆପଣଙ୍କ ଭଲ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ। ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ। ସହକର୍ମୀଙ୍କ ସହଯୋଗ ପାଇବେ। ଶୁଭଫଳ ପାଇଁ ଭଗବାନ ବିଷ୍ଣୁଙ୍କ ଉପାସନା କରନ୍ତୁ।

କର୍କଟ: ଏହି ଗୋଚର ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ। ଆପଣଙ୍କ ବ୍ୟକ୍ତିତ୍ଵରେ ସକାରାତ୍ମକ ପରିବର୍ତ୍ତନ ଦେଖାଦେବ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢିବ। ଦୂରସ୍ଥାନକୁ ଯାତ୍ରା ଯୋଗ ର୍ରହିଛି। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଶୁଭଫଳ ପାଇଁ ମା’ ଗୌରୀଙ୍କ ପୂଜା କରନ୍ତୁ।

ସିଂହ: ଏହି ସମୟରେ ଆପଣଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପଡିବ। ଯାନବାହାନ ଚଳାଚଳ ସମୟରେ ବିଶେଷ ଧ୍ୟାନ ଦିଅନ୍ତୁ। ଉଭୟ  ନକରାତ୍ମକ ଓ ସକାରାତ୍ମକ ଫଳାଫଳ ମିଳିବ। ଦାମ୍ପତ୍ୟ ଜୀବନ ପ୍ରଭାବିତ ହେବ। ଶୁଭଫଳ ପାଇଁ ଭଗବାନ ରାମଙ୍କ ପୂଜା କରନ୍ତୁ।

କନ୍ୟା: ବୈବାହିକ ଜୀବନରେ ଅଶାନ୍ତି ଦେଖାଦେବ। ଜୀବନସାଥୀଙ୍କ ସହିତ ଉତ୍ତମ ବୁଝାମଣା ରଖିବାକୁ ଚେଷ୍ଟା କରନ୍ତୁ। ଭାଗୀଦାରୀ ବ୍ୟବସାୟରେ ସାମାନ୍ୟ ସମସ୍ୟା ଦେଖାଦେବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ସମସ୍ୟାକୁ ଦୂର କରିବା ପାଇଁ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରନ୍ତୁ।

ତୁଳା: ଅର୍ଥହାନୀର ଯୋଗ ରହିଛି। କୋର୍ଟ କଚେରୀ ମାମଲାରେ ଫଶି ପାରନ୍ତି। ପରିବାରିକ ଜୀବନରେ ଅଶାନ୍ତି ଦେଖାଦେବ। ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ଝଗଡା ହୋଇପାରେ। ଦୁରସ୍ଥାନକୁ ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।  

ବିଛା: ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। ଘରେ ପୂଜାପାଠର ଆୟୋଜନ କରିବେ। ବୈବାହିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଚାକିରୀରେ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଏହା ଉପଯୁକ୍ତ ସମୟ ଅଟେ। ଖାଦ୍ୟପେୟ  ପ୍ରତି ସଚେତନ ରୁହନ୍ତୁ।

ଧନୁ: ନୂତନ ଯାନବାହାନ, ଜମିବାଡି କିଣିବା ପାଇଁ ଏହା ଉପଯୁକ୍ତ ସମୟ ଅଟେ। ମାତାଙ୍କ ସହିତ ସମ୍ପର୍କରେ ସୁଧାର ଆସିବ। ସନ୍ତାନଙ୍କ ସଫଳତାକୁ ନେଇ ଗର୍ବ କରିବେ। ସୁସ୍ଥ ଓ ଫିଟ ରହିବା ପାଇଁ ଉପଯୁକ୍ତ ଦିନଚର୍ଯ୍ୟା ଆପଣାନ୍ତୁ।

ମକର: କୌଣସି ବିଶେଷ କାର୍ଯ୍ୟ ପାଇଁ ଦୁରସ୍ଥାନକୁ ଯାତ୍ରା କରିବେ। ଛୋଟ ଭାଇଭଉଣୀଙ୍କୁ ସହଯୋଗ କରନ୍ତୁ। ସାହସ ବୃଦ୍ଧି ପାଇବ। ଶତ୍ରୁ ଆପଣଙ୍କ ସାମ୍ନା କରିବାକୁ ଭୟ କରିବେ। କାନ୍ଧ ପାଖରେ କିଛି ସମସ୍ୟା ଦେଖାଦେଇପାରେ ଏଥିପାଇଁ ସାବଧାନ ରୁହନ୍ତୁ।

କୁମ୍ଭ: ଏହି ଗୋଚର ସମୟରେ ଆପଣଙ୍କୁ ଆର୍ଥିକ ଲାଭ ମିଳିବ। ଘରେ ଅତିଥିଙ୍କ ଆଗମନ ହେବ। ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ଅର୍ଥ ଖର୍ଚ୍ଚ କରିବେ। ପରିବାର ମଧ୍ୟରେ ସୁଖଶାନ୍ତି ବଜାୟ ରହିବ। ଚର୍ମରୋଗ ଜନିତ ସମସ୍ୟା ଦେଖାଦେଇପାରେ।

ମୀନ: ଆପଣଙ୍କ ବିଚାରଶକ୍ତିରେ ପରିବର୍ତ୍ତନ ଦେଖାଦେବ। କର୍ମକ୍ଷେତ୍ରରେ ଉନ୍ନତି ହେବ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ଆପଣଙ୍କ ମଧ୍ୟରେ ନେତୃତ୍ଵ କ୍ଷମତା ବୃଦ୍ଧି ପାଇବ।

(ବି ଦ୍ର : ଗ୍ରହ ଚଳନର ଫଳାଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ରାଶି ତଥା ଦଶା ଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

#astrology #suntransits #pisces

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon