• padmabati kund

ଏମିତି ସଫା କରନ୍ତୁ କାଠ ତିଆରି ବାସନକୁସନ


(ବେତାର ବ୍ୟୁରୋ) କାଠ ବାସନର ଚାହିଦା ପ୍ରାୟ ଲୋକଙ୍କ ଘରେ ଦିନକୁ ଦିନ ବଢିବାରେ ଲାଗିଛି। ଖାଇବା ପାଇଁ ଏହି ବାସନକୁ ବ୍ୟବହାର କରାନଗଲେ ମଧ୍ୟ ଖାଦ୍ୟ ରାନ୍ଧିବା ଓ ଖାଦ୍ୟ ପରଷିବା ପାଇଁ ଏହି କାଠ ବାସନର ବ୍ୟବହାର କରାଯାଉଛି। ଏହି କାଠ ବାସନରେ ଯଦି କିଛି ଦାଗ ଲାଗିଯାଇଥାଏ ତେବେ ତାହା ସହଜରେ ଛାଡିନଥାଏ। ସଠିକ ଭାବରେ ଏହାକୁ ସଫା କରାନଗଲେ ଏଥିରୁ ଦୁର୍ଗନ୍ଧ ମଧ୍ୟ ବାହାରିଥାଏ ଓ ଶୀଘ୍ର ଏହା ନଷ୍ଟ ହୋଇଯାଇଥାଏ।

ତେବେ କିଛି ସହଜ ଘରୋଇ ଉପଚାର ବ୍ୟବହାର କରି ଏହି ବାସନକୁ ନୂଆ ପରି ସଫା ରଖିପାରିବେ। ଆସନ୍ତୁ ଜାଣିବା କାଠ ବାସନକୁ ସଫା ରଖିବା ପାଇଁ କଣ କଣ ଘରୋଇ ଉପଚାର ଆପଣେଇବା।

୧.ଲୁଣ: ଆଲୁମିନିୟମ ବାସନକୁ ସଫା କରିବା ପାଇଁ ଯେପରି ଲୁଣର ବ୍ୟବହାର କରାଯାଇଥାଏ ଠିକ ସେହିପରି କାଠ ବାସନ ସଫା କରିବା ପାଇଁ ମଧ୍ୟ ଲୁଣର ବ୍ୟବହାର କରିପାରିବେ। ଗୋଟିଏ ପାତ୍ରରେ ପାଣି ନେଇ ସେଥିରେ ଲୁଣ ମିଶାନ୍ତୁ ଓ ଏହାକୁ ଗରମ କରନ୍ତୁ। ଏହି ପାଣିରେ କାଠ ବାସନକୁ ୪-୫ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ। ଏହାପରେ ବାସନକୁ ଶୁଖିଲା କପଡାରେ ପୋଛି ଦିଅନ୍ତୁ।

୨.ଲେମ୍ବୁ: କାଠ ବାସନକୁ ସଫା କରିବା ପାଇଁ ଲେମ୍ବୁ ମଧ୍ୟ ବ୍ୟବହାର କରିପାରିବେ। ପ୍ରଥମେ ଗରମ ପାଣିରେ

ଅଳ୍ପ ଲେମ୍ବୁ ରସ ମିଶାନ୍ତୁ। ସେହି ଗରମ ପାଣିରେ ବାସନକୁ ୧୫ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ। ଯଦି ପାଣି ଥଣ୍ଡା ହୋଇଯାଏ ତେବେ ଏଥିରେ ଗରମ ପାଣି ମିଶାଇ ପାରିବେ। ଏହାପରେ ବାସନକୁ କପଡାରେ ପୋଛି ଦିଅନ୍ତୁ।

୩.ଭିନେଗାର : କାଠ ବାସନକୁ ସଫା କରିବା ପାଇଁ ଅଧା କପ୍ ଭିନେଗାରରେ ଅଳ୍ପ ମହୁ ମିଶାଇ ଏକ ମିଶ୍ରମ ପ୍ରସ୍ତୁତ କରନ୍ତୁ। ଏହାପରେ ଏକ ତୁଳା ସାହାଯ୍ୟରେ ଉକ୍ତ ମିଶ୍ରଣକୁ ନେଇ ବାସନକୁ ଭଲ ଭାବରେ ରଗଡିକି ସଫା କରନ୍ତୁ। ଏହାପରେ ବାସନକୁ ଖରାରେ ଶୁଖାଇ ଦିଅନ୍ତୁ। ଏପରି କରିବା ଦ୍ଵାରା ବାସନ ଭଲଭାବରେ ସଫା ହୋଇଯିବ ଓ ଦୁର୍ଗନ୍ଧ ମଧ୍ୟ ଦୂର ହୋଇଯିବ।

୪.ବେକିଙ୍ଗ ସୋଡା: ଲେମ୍ବୁ ରସରେ ବେକିଙ୍ଗ ସୋଡା ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ କଥା ବାସନରେ ଲଗାଇ କିଛି ସମୟ ପାଇଁ ରଖନ୍ତୁ। ଏହାପରେ ଗରମ ପାଣି ସାହାଯ୍ୟରେ ବାସନକୁ ସଫା କରନ୍ତୁ।

୫.ସାଇଟ୍ରିକ ଫୁଡ: ଯେଉଁ ଫଳ ଖଟା ହୋଇଥାଏ ସେଥିରେ ସାଇଟ୍ରିକ ଏସିଡର ମାତ୍ରା ବହୁତ ରହିଥାଏ। ଏହି ଏସିଡ ବାସନକୁ ସଫା କରିବାରେ ସାହାଯ୍ୟ କରିଥାଏ। ତେଣୁ ଖଟା ଫଳର ରସରେ ଗରମ ପାଣି ମିଶାନ୍ତୁ ଓ ସେଥିରେ ବାସନକୁ କିଛି ସମୟ ପର୍ଯ୍ୟନ୍ତ  ବଡଇ ରଖନ୍ତୁ। ଏହାପରେ ବାସନକୁ ଶୁଖିଲା କପଡା ପୋଛି ଦିଅନ୍ତୁ।

#lifestyle #woodenutensil #tips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon