• ବେତାର ବ୍ୟୁରୋ

ONGCରେ ଆପ୍ରେଣ୍ଟିସ ନିଯୁକ୍ତି ସୁଯୋଗ, କୋଲକାତା ଓ ଭୁବନେଶ୍ଵର ପାଇଁ 48ଟି ପଦବୀ


(ବେତାର ବ୍ୟୁରୋ) ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ କର୍ପୋରେସନ ଲିମିଟେଡ (ONGC) ତରଫରୁ 4014ଟି ଟ୍ରେଡ ଆପ୍ରେଣ୍ଟିସ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।ସେଥିମଧ୍ୟରୁ କଲିକତା ଓ ଏହାର ଅଧୀନରେ ଥିବା ଭୁବନେଶ୍ୱର ଅଫିସ ପାଇଁ 48ଟି ପଦବୀ ପ୍ରକାଶ ପାଇଛି। ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ମାର୍ଚ୍ଚ 28 ତାରିଖ ସନ୍ଧ୍ୟା 5ଟା ମଧ୍ୟରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ସାରା ଦେଶରେ ବିଭିନ୍ନ ରାଜ୍ୟରେ ନିଯୁକ୍ତି ପାଇଁ ମୋଟ 4014ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ONGCର କୋଲକାତା ଓ ଭୁବନେଶ୍ଵର ଅଫିସରେ ନିଯୁକ୍ତି ପାଇଁ ମୋଟ 48ଟି ପଦବୀ ରହିଛି।

ବୟସସୀମା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ମାର୍ଚ୍ଚ 28, 2019 ସୁଦ୍ଧା ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 24ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5 ବର୍ଷ, ଓବିସି ପ୍ରାର୍ଥୀଙ୍କ ପାଇଁ 3 ବର୍ଷ ଏବଂ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ 10ବର୍ଷ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ରହିଛି। ଏହି ପଦବୀ ଗୁଡିକରେ ଆବେଦନ କରିବା ପାଇଁ ପ୍ରାର୍ଥୀ ସ୍ଵୀକୃତିପ୍ରାପ୍ତ ବୋର୍ଡ ବା ଅନୁଷ୍ଠାନରୁ ଆବଶ୍ୟକ ଟ୍ରେଡରେ ଆଇଟିଆଇ ବା କମର୍ସରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ। ଏହାବ୍ୟତୀତ ଡିପ୍ଲୋମା ପାସ କରିଥିବା ଆବଶ୍ୟକ।

ଆବେଦନ ଫି

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ କୌଣସି ଫି’ ଦେବାକୁ ପଡିବ ନାହିଁ।

କିପରି ଆବେଦନ କରିବେ

ଏହି ପଦରେ ଆବେଦନ କରିବା ପାଇଁ ପ୍ରଥମେ ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ କର୍ପୋରେସନ ଲିମିଟେଡ (ONGC)ର ଅଫିସିଆଲ ୱେବସାଇଟ www.ongcindia.com ରେ ଲଗଇନ କରନ୍ତୁ। ଏହାପରେ ସମସ୍ତ  ଆବଶ୍ୟକୀୟ ତଥ୍ୟ ପୂରଣ କରି ଏହି ପଦ ପାଇଁ ଆବେଦନ କରିପାରିବେ।

ଚୟନ ପଦ୍ଧତି

ଯୋଗ୍ୟ ପ୍ରାର୍ଥୀଙ୍କୁ GATE-2019ରେ ରଖିଥିବା ମାର୍କ ଓ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ।

ଉକ୍ତ ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ କର୍ପୋରେସନ ଲିମିଟେଡ (ONGC)ର ଅଫିସିଆଲ ୱେବସାଇଟ www.ongcindia.com ରେ ଲଗଇନ କରନ୍ତୁ।

#jobs #ONGCrecruitment #apprentices

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon