• padmabati kund

ଏହି 7 ଟିପ୍ସରେ ପାଆନ୍ତୁ ମେହେନ୍ଦିର ଗାଢ ରଙ୍ଗ


(ବେତାର ବ୍ୟୁରୋ) ଭାରତୀୟ ସମାଜରେ ମେହେନ୍ଦିକୁ ବହୁତ ଶୁଭ ବିବେଚନା କରାଯାଇଥାଏ । ଯେକୌଣସି ପୂଜାପର୍ବାଣୀ ହେଉ ବା ବିବାହ ଉତ୍ସବ ହେଉ, ସବୁ ଖୁସିର ମୂହୁର୍ତ୍ତରେ ମେହେନ୍ଦି ଲଗାଇବାର ନିୟମ ରହିଥାଏ। କଥାରେ ଅଛି ବିବାହରେ କନ୍ୟା ଲଗାଇଥିବା ମେହେନ୍ଦି ଯେତେ ଗାଢ ହୋଇଥାଏ ତାର ସ୍ଵାମୀ ତାକୁ ସେତେ ଅଧିକ ଭଲ ପାଇଥାନ୍ତି। ମାତ୍ର ମେହେନ୍ଦିର ରଙ୍ଗ ଯଦି ଗାଢ ନ ହୋଇଥାଏ ତେବେ ମନ ଖରାପ ହୋଇଯାଇଥାଏ।

ତେବେ ମେହେନ୍ଦିର ଗାଢ ରଙ୍ଗ ପାଇବା ପାଇଁ ମେହେନ୍ଦି ଲଗାଇବା ପୂର୍ବରୁ ଓ ମେହେନ୍ଦି ଲଗାଇବା ପରେ କିଛି ସହଜ ଟିପ୍ସ ଆପଣେଇବା ଆବଶ୍ୟକ। ଆସନ୍ତୁ ଜାଣିବା ସେଗୁଡିକ କଣ କଣ।

.ମେହେନ୍ଦି ଲଗାଇବା ପୂର୍ବରୁ ପ୍ରଥମେ ହାତକୁ ଭଲଭାବରେ ସଫା କରନ୍ତୁ। ଏହାପରେ ହାତରେ ନୀଳଗିରି ତେଲ ବା ମେହେନ୍ଦି ତେଲ ଲଗାନ୍ତୁ। ଏହି ତେଲ ବଜାରରେ ସହଜରେ ଉପଲବ୍ଧ। ମେହେନ୍ଦି ଲଗାଇବା ପୂର୍ବରୁ ଏହି ତେଲ ଲଗାଇଲେ ମେହେନ୍ଦିର ରଙ୍ଗ ଗାଢ ହୋଇଥାଏ।

.ମେହେନ୍ଦି ଲଗାଇବା ପରେ ଧୈର୍ଯ୍ୟ ରଖିବା ଜରୁରୀ। ମେହେନ୍ଦି ଲଗାଇବା ପରେ ଅତିକମରେ ପାଞ୍ଚରୁ ଛଅ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ହାତରେ ଲଗାଇ ରଖନ୍ତୁ।

.ମେହେନ୍ଦି ହାତରେ ଲଗାଇବା ପରେ ଏହା ହାଲକା ହାଲକା ଶୁଖିଯିବା ପରେ ଏଥିରେ ଲେମ୍ବୁ ଓ ଚିନିର ମିଶ୍ରଣକୁ ଲଗାନ୍ତୁ। ଏହି ମିଶ୍ରଣକୁ ଲଗାଇବା ଦ୍ଵାରା ମେହେନ୍ଦି ହାତରେ ଅଧିକ ସମୟ ପର୍ଯ୍ୟନ୍ତ ଲାଗିରହିଥାଏ ଓ ଏହାର ରଙ୍ଗ ଗାଢ ହୋଇଥାଏ।

.ମେହେନ୍ଦିକୁ ହାତରୁ ଛଡାଇବା ସମୟରେ ପାଣିର ବ୍ୟବହାର କରନ୍ତୁ ନାହିଁ। ସାବୁନର ବ୍ୟବହାର ମଧ୍ୟ କରନ୍ତୁ ନାହିଁ। ମେହେନ୍ଦି ଛଡାଇବା ପରେ ହାତରେ ସୋରିଷ ତେଲର ବ୍ୟବହାର କରନ୍ତୁ। ଏହାବ୍ୟତୀତ ଆୟୋଡେକ୍ସ କିମ୍ବା ଭିକ୍ସ ମଧ୍ୟ ଲଗାଇ ପାରିବେ।

.ମେହେନ୍ଦିର ରଙ୍ଗକୁ ଗାଢ କରିବା ପାଇଁ ଲବଙ୍ଗ ମଧ୍ୟ ବ୍ୟବହାର କରିପାରିବେ। ଗୋଟିଏ ପ୍ୟାନକୁ ଗରମ କରି ସେଥିରେ କିଛି ଲବଙ୍ଗ ପକାନ୍ତୁ। ଲବଙ୍ଗ ଗରମ ହୋଇଯିବା ପରେ ସେଥିରୁ ଧୂଆଁ ବାହାରିବ। ଏହି ଧୂଆଁରେ ହାତକୁ ଦେଖାନ୍ତୁ। ମେହେନ୍ଦିର ରଙ୍ଗ ଗାଢ ହୋଇଯିବ।

.ମେହେନ୍ଦିର ରଙ୍ଗକୁ ଗାଢ କରିବା ପାଇଁ ହାତରେ ମେହେନ୍ଦି ଲଗାଇବା ପରେ ହାତକୁ ଏକ କମ୍ବଳରେ କିଛି ସମୟ ଘୋଡାଇ ରଖନ୍ତୁ। ଯଦି ଆପଣ ରାତିରେ ମେହେନ୍ଦି ଲଗାଇଛନ୍ତି ତେବେ ମେହେନ୍ଦି ଶୁଖିବା ପରେ ହାତକୁ ଘୋଡାଇ ଶୁଅନ୍ତୁ। ଏହାଦ୍ଵାରା ହାତରେ ଗରମ ଅନୁଭବ ହେବ ଓ ମେହେନ୍ଦିର ରଙ୍ଗ ଗାଢ ହୋଇଯିବ।

.କୌଣସି ପର୍ବପର୍ବାଣୀ ବା ଉତ୍ସବରେ ଯିବା ପାଇଁ ମେହେନ୍ଦି ଲଗାଉଥିଲେ ଦୁଇଦିନ ଆଗରୁ ମେହେନ୍ଦି ଲଗାନ୍ତୁ। କାରଣ ମେହେନ୍ଦି ଲଗାଇବାର ଦୁଇଦିନ ପରେ ଏହାର ରଙ୍ଗ ଗାଢ ହେବାକୁ ଲାଗିଥାଏ।

#lifestyle #mehndi #darkcolour

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon