• ବେତାର ବ୍ୟୁରୋ

ଜୁଲାଇରେ ହେବ କେନ୍ଦ୍ର SSC CHSL 2018-19 ପରୀକ୍ଷା,ଜାଣନ୍ତୁ ଆବେଦନ ପ୍ରକ୍ରିୟା


(ବେତାର ବ୍ୟୁରୋ) ଷ୍ଟାଫ ସିଲେକ୍ସନ କମିଶନ (SSC) ତରଫରୁ କମ୍ବାଇଣ୍ଡ ହାୟର ସେକେଣ୍ଡାରୀ ଲେଭେଲ (CHSL) ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି କରିଦିଆଯାଇଛି। ଏହାସହିତ SSC CHSL 2018-19 ପରୀକ୍ଷା ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ଭାରତ ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ ସରକାରଙ୍କ ଅଧୀନରେ ଥିବା କାର୍ଯ୍ୟାଳୟ ଗୁଡିକରେ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥାଏ।

ଆବେଦନ ତାରିଖ

ଏହି ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ମାର୍ଚ୍ଚ 5 ତାରିଖରୁ ଆରମ୍ଭ ହୋଇସାରିଛି। ଆଗ୍ରହୀ ପ୍ରାର୍ଥୀମାନେ ଏପ୍ରିଲ ମାସ 5 ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ। ଏହି ପରୀକ୍ଷା ଜୁଲାଇ 1, 2019ରୁ ଜୁଲାଇ 26, 2019 ମଧ୍ୟରେ ଅନୁଷ୍ଠିତ ହେବ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ପଦବୀ ସଂଖ୍ୟା ଉଲ୍ଲେଖ କରାଯାଇନାହିଁ। ପରବର୍ତ୍ତୀ ସମୟରେ ଆବଶ୍ୟକତା ଅନୁଯାୟୀ ପଦବୀ ସଂଖ୍ୟା ପ୍ରକାଶିତ କରାଯିବ। ଗତବର୍ଷ 2017-18ରେ ପରୀକ୍ଷା ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ମୋଟ 5,134ଟି ପଦବୀ ପୂରଣ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା।  ତେବେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ ସରକାରଙ୍କ ଅଧୀନରେ ଥିବା କାର୍ଯ୍ୟାଳୟ ଗୁଡିକରେ ସର୍ଟିଙ୍ଗ ଆସିଷ୍ଟାଣ୍ଟ (SA)/ପର୍ସନାଲ ଆସିଷ୍ଟାଣ୍ଟ (PA), ଡାଟା ଏଣ୍ଟ୍ରୀ ଅପରେଟର (DEO), ଲୋୟର ଡିଭିଜନ କ୍ଲର୍କ (LDC) ଓ ଜୁନିୟର ସେକ୍ରେଟେରିଏଟ ଆସିଷ୍ଟାଣ୍ଟ (JSA) ପଦରେ ନିଯୁକ୍ତ କରାଯିବ।

ଦରମା

ଏହି ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.5,200 ରୁ ଟ.20,200 ମଧ୍ୟରେ ଦରମା ପ୍ରଦନ୍ନ କରାଯିବ।

ବୟସସୀମା

ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 27ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସରକାରୀ ମାନଦଣ୍ଡ ଅନୁଯାୟୀ ଆରକ୍ଷଣ ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ବୟସସୀମା କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବୋର୍ଡ ବା ବିଶ୍ଵବିଦ୍ୟାଳୟରୁ ଯୁକ୍ତଦୁଇ ପାସ କରିଥିବା ଆବଶ୍ୟକ।

ଆବେଦନ ଫି’

ଆବେଦନ କରିବା ପାଇଁ ଫି’ ବାବଦରେ ପ୍ରାର୍ଥୀଙ୍କୁ ଟ.100 ପଇଠ କରିବାକୁ ପଡିବ। ଅବନୁସୂଚିତ ଜାତି, ଜନଜାତି, ମହିଳା ପ୍ରାର୍ଥୀ ଓ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କୁ କୌଣସି ଫି’ ଦେବାକୁ ପଡିବ ନାହିଁ। ଏହି ଫି’ ଅନଲାଇନ ବା ଚାଲାଣ ମାଧ୍ୟମରେ ମାଧ୍ୟମରେ ପଇଠ କରିପାରିବେ।

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ଷ୍ଟାଫ ସିଲେକ୍ସନ କମିଶନ (SSC)ର ଅଫିସିଆଲ ୱେବସାଇଟ www.ssc.nic.in ରେ ଲଗଇନ କରନ୍ତୁ। ଏହାପରେ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରି ଏହି ପରୀକ୍ଷା ପାଇଁ ଆବେଦନ କରିପାରିବେ।

ଚୟନ ପଦ୍ଧତି

ଯୋଗ୍ୟ ପ୍ରାର୍ଥୀଙ୍କୁ ଅନଲାଇନ କମ୍ପ୍ୟୁଟର ଆଧାରିତ ପରୀକ୍ଷା ମାଧ୍ୟମରେ ଚୟନ କରାଯିବ। ଏହି ପରୀକ୍ଷା ତିନିଟି ସ୍ତରରେ ହେବ ଯଥା କମ୍ପ୍ୟୁଟର ଆଧାରିତ ପରୀକ୍ଷା (ଟିୟର-1), ବର୍ଣ୍ଣନାତ୍ମକ ପେପର (ଟିୟର-2) ଓ ଟାଇପିଙ୍ଗ ଟେଷ୍ଟ/ ସ୍କିଲ ଟେଷ୍ଟ (ଟିୟର-3)। ଟିୟର-1 ଓ ଟିୟର-2 ପରୀକ୍ଷାରେ ମିଳିତ ଭାବରେ 33%ରୁ ଅଧିକ ମାର୍କ ରଖିଲେ ଟିୟର-3 ପରୀକ୍ଷା ପାଇଁ ଯୋଗ୍ୟବିବେଚିତ ହେବେ। ଏହାସହିତ ପ୍ରାର୍ଥୀଙ୍କୁ ଡକୁମେଣ୍ଟ ଭେରିଫିକେସନ ପାଇଁ ମଧ୍ୟ ଡକାଯିବ।

ଏହି ପରୀକ୍ଷା ବିଷୟରେ ଅଧିକ ବିବରଣୀ ଜାଣିବା ପାଇଁ ନିୟମିତ ଭାବରେ ଷ୍ଟାଫ ସିଲେକ୍ସନ କମିଶନ (SSC) ର ଅଫିସିଆଲ ୱେବସାଇଟ www.ssc.nic.in ରେ ଲଗଇନ କରନ୍ତୁ।     

#jobs #sscchsl201819 #sscexamination

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon