• ବେତାର ବ୍ୟୁରୋ

ରାଉରକେଲା ଷ୍ଟିଲ ପ୍ଳାଣ୍ଟରେ ITI  ପାସଙ୍କ ପାଇଁ 62ଟି ନିଯୁକ୍ତି, ଦରମା ଟ.8600


(ବେତାର ବ୍ୟୁରୋ) ଷ୍ଟିଲ ଅଥରୀଟି ଅଫ ଇଣ୍ଡିଆ ଲିମିଟେଡ (SAIL)ର ରାଉରକେଲା ଷ୍ଟିଲ ପ୍ଳାଣ୍ଟରେ ଆଟେଣ୍ଡାଣ୍ଟ-କମ-ଟେକ୍ନିସିଆନ (ଟ୍ରେନି) ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବା ପାଇଁ ଆଗ୍ରହୀ ଥିବା ପ୍ରାର୍ଥୀ ଏପ୍ରିଲ 8 ତାରିଖ ମଧ୍ୟରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 62ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ଫିଟର ଟ୍ରେଡ ପାଇଁ 36ଟି, ଇଲେକ୍ଟ୍ରିସିଆନ ଟ୍ରେଡ ପାଇଁ 16ଟି, ୱେଲ୍ଦର ଟ୍ରେଡ ପାଇଁ 7ଟି, ଇନଷ୍ଟୃମେଣ୍ଟେସନ ଟ୍ରେଡ ପାଇଁ 3ଟି ପଦବୀ ରହିଛି।

ଦରମା

ଯୋଗ୍ୟ ପ୍ରାର୍ଥୀଙ୍କୁ ଦୁଇବର୍ଷ ପାଇଁ ଟ୍ରେନିଙ୍ଗ ଦିଆଯିବ। ଏହି ଟ୍ରେନିଂ ସମୟରେ ଷ୍ଟାଇପେଣ୍ଡ ପ୍ରଦାନ କରାଯିବ। ଟ୍ରେନିଙ୍ଗର ପ୍ରଥମ ବର୍ଷରେ ପ୍ରାର୍ଥୀଙ୍କୁ ଟ.8,600 ଓ ଦ୍ଵିତୀୟ ବର୍ଷରେ ଟ.10,000 ଷ୍ଟାଇପେଣ୍ଡ ପ୍ରଦାନ କରାଯିବ। ଟ୍ରେନିଙ୍ଗ ପରେ ପ୍ରାର୍ଥୀଙ୍କୁ ମାସିକ ଟ.15,830ରୁ ଟ.22,150 ମଧ୍ୟରେ ଦରମା ପ୍ରଦାନ କରାଯିବ।

ବୟସସୀମା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଏପ୍ରିଲ 8, 2019 ସୁଦ୍ଧା ସର୍ବନିମ୍ନ 18 ଓ ସର୍ବାଧିକ 28ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି, ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ, ଓ.ବି.ସି ଙ୍କ ପାଇଁ 3ବର୍ଷ ଓ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ 10ବର୍ଷ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବୋର୍ଡରୁ ମାଟ୍ରିକ ପାସ କରିଥିବା ଆବଶ୍ୟକ। ଏହାସହିତ ଫିଟର, ଇଲେକ୍ଟ୍ରିସିଆନ, ୱେଲ୍ଦର ଓ  ଇନଷ୍ଟୃମେଣ୍ଟେସନ ଟ୍ରେଡରେ ଆଇଟିଆଇ ପାସ କରିଥିବା ଆବଶ୍ୟକ।

ଆବେଦନ ଫି

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଟ.150 ଫି' ଦେବାକୁ ପଡିବ। ଏହି ଫି' କୁ ଅନଲାଇନରେ ପଇଠ କରିପାରିବେ। ଅନୁସୂଚିତ ଜାତି, ଜନଜାତି, ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କୁ କୌଣସି ଫି' ଦେବାକୁ ପଡିବ ନାହିଁ।

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ପ୍ରଥମେ ଷ୍ଟିଲ ଅଥରୀଟି ଅଫ ଇଣ୍ଡିଆ (SAIL)ର ଅଫିସିଆଲ ୱେବସାଇଟ www.sail.co.in ରେ ଲଗଇନ କରିବାକୁ ପଡିବ। ଏହାପରେ ହୋମ ପେଜରେ ଥିବା careers ଅପ୍ସନ ଉପରେ କ୍ଲିକ କରିବେ। ଏହାପରେ apply now ଅପ୍ସନ ଉପରେ କ୍ଲିକ କରି ଆବେଦନ କରିପାରିବେ। ସମସ୍ତ ଆବଶ୍ୟକୀୟ ତଥ୍ୟ ପୂରଣ କରିବା ସହିତ ପାସପୋର୍ଟ ସାଇଜ ଫଟୋ ଓ ଦସ୍ତଖତର ସ୍କାନ କପି ଅପଲୋଡ କରନ୍ତୁ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଷ୍ଟିଲ ଅଥରୀଟି ଅଫ ଇଣ୍ଡିଆ (SAIL)ର ଅଫିସିଆଲ ୱେବସାଇଟ www.sail.co.in ରେ ଲଗଇନ କରନ୍ତୁ।

#jobs #govtjobs #SAILrecruitment #rourkelasteelplant

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon