• padmabati kund

ଚର୍ଚ୍ଚାରେ ଶାହରୁଖଙ୍କ ପୁଅ ଆର୍ୟନଙ୍କ ଇନଷ୍ଟାଗ୍ରାମ ଫଟୋ; 7 ଘଣ୍ଟାରେ ଦୁଇ ଲକ୍ଷ ଲାଇକ


(ବେତାର ବ୍ୟୁରୋ) ବଲିଉଡ ଇଣ୍ଡଷ୍ଟ୍ରୀରେ ବର୍ତ୍ତମାନ ଅଭିନେତାଙ୍କ ପରି ସେମାନଙ୍କର ପୁଅ ବା ଝିଅଙ୍କର ଲୋକପ୍ରିୟତା ମଧ୍ୟ ବଢିବାରେ ଲାଗିଛି। ଇଣ୍ଡଷ୍ଟ୍ରୀରେ ଗୋଟିଏ ପରେ ଗୋଟିଏ ଷ୍ଟାର କିଡ୍ ଲଞ୍ଚ ହେଉଥିବା ବେଳେ ଶାହରୁଖ ଖାନଙ୍କ ବଡପୁଅ ଆର୍ୟନ ଖାନ ମଧ୍ୟ ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିପାରନ୍ତି। ତେବେ ବଲିଉଡ ଇଣ୍ଡଷ୍ଟ୍ରୀରେ ପାଦ ଦେବା ଆଗରୁ ଆର୍ୟନ ଖାନଙ୍କ ଲୋକପ୍ରିୟତା ମଧ୍ୟ ଖୁବ ବେଶି ରହିଛି। ଏହା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରୁ ସହଜରେ ଅନୁମାନ କରାଯାଇପାରିବ।

ନିକଟରେ ସୋସିଆଲ ମିଡିଆରେ ତାଙ୍କର କିଛି ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି।ମାତ୍ର ସାତ ଘଣ୍ଟାରେ ତାଙ୍କର ଏହି ଫୋଟୋ ପ୍ରାୟ ଦୁଇ ଲକ୍ଷ ଲାଇକ ପାଇସାରିଛି ।

ଆର୍ୟନ ଖାନ ବର୍ତ୍ତମାନ ଫ୍ରାନ୍ସରେ ଛୁଟି କଟାଇବାକୁ ଯାଇଛନ୍ତି ଓ ସେହି ସ୍ଥାନର କିଛି ଫଟୋ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଆର୍ୟନ ଖାନ ଏହି ଫଟୋ ଶେୟାର କରିବା ପରେ ଫଟୋ ଗୁଡିକ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଫ୍ୟାନମାନେ ଆର୍ୟନଙ୍କର ଏହି ଫଟୋ ଗୁଡିକୁ ଖୁବ ପସନ୍ଦ କରୁଛନ୍ତି। ଫଟୋ ଶେୟାର କରିବାର ଆଠ ଘଣ୍ଟା ମଧ୍ୟରେ ଏହାକୁ ପ୍ରାୟ ଦୁଇଲକ୍ଷ ଲୋକ ଲାଇକ୍ କରିସାରିଲେଣି।

ବାପା ପରି ପୁଅ

ଏହି ଫଟୋରେ ଆର୍ୟନ ବହୁତ ହ୍ୟାଣ୍ଡସମ୍ ଦେଖାଯାଉଛନ୍ତି। ବରଫାଞ୍ଚଳରେ ବସି ଆର୍ୟନ ଉଠେଇଥିବା ଏହି ଫଟୋ ଫ୍ୟାନମାନେ ଖୁବ ପସନ୍ଦ କରୁଛନ୍ତି। କିଛି ଫ୍ୟାନ ଆର୍ୟନଙ୍କ ଏହି ଫଟୋରେ କମେଣ୍ଟ ଦେଇ କହିଛନ୍ତି ଯେ, ସେ ତାଙ୍କ ବାପା ଶାହରୁଖଙ୍କ ପରି ଦେଖାଯାଉଛନ୍ତି। ଶାହରୁଖ ଯେପରି ନିଜ ଯୁବ ବୟସରେ ସୁନ୍ଦର ଥିଲେ ଆର୍ୟନ ମଧ୍ୟ ବର୍ତ୍ତମାନ ଠିକ ସେହିପରି ସୁନ୍ଦର ଲାଗୁଛନ୍ତି ବୋଲି ଫ୍ୟାନ କମେଣ୍ଟ ଦେଇଛନ୍ତି।

ସୋସିଆଲ ମିଡିଆରେ ଖୁବ କମ ଫଟୋ ଶେୟାର କରୁଥିବା ଆର୍ୟନ, ଯେବେବି ନିଜ ଫଟୋ ସୋସିଆଲ ମିଡିଆରେ ଶେୟାର କରନ୍ତି ଫ୍ୟାନମାନେ ସେଥିରେ ସକାରାତ୍ମକ କମେଣ୍ଟ ଦେଇଥାନ୍ତି। ଏହି ଫଟୋରେ ମଧ୍ୟ ଫ୍ୟାନମାନଙ୍କର ସକାରାତ୍ମକ କମେଣ୍ଟ ଦେଖିବାକୁ ମିଳିଛି। ଖାସକରି ମହିଳା ଫ୍ୟାନମାନେ ଆର୍ୟନଙ୍କର ଜ’ଲାଇନ (ଗାଲର ହାଡ)କୁ ଅଧିକ ନୋଟିସ୍ କରିଛନ୍ତି ଓ ଏହାକୁ ପରଫେକ୍ଟ ବୋଲି କମେଣ୍ଟ ଦେଇଛନ୍ତି।

ବର୍ତ୍ତମାନ ଆର୍ୟନ କଲିଫୋର୍ଣ୍ଣିଆରେ ଫିଲ୍ମମେକିଙ୍ଗର ଅଧ୍ୟୟନ କରୁଛନ୍ତି। କିଛିଦିନ ପୂର୍ବେ ଯେତେବେଳେ ଶାହରୁଖ ଖାନଙ୍କୁ ଏକ ସାକ୍ଷାତକାରରେ ଆର୍ୟନଙ୍କ କ୍ୟାରିୟର ବିଷୟରେ ପଚରା ଯାଇଥିଲା ସେ କହିଥିଲେ, “ଆର୍ୟନ ଜଣେ ଅଭିନେତା ନୁହେଁ ବରଂ ଫିଲ୍ମନିର୍ମାତା ହେବାକୁ ଚାହୁଁଛନ୍ତି। ସେ ଆହୁରି ପାଞ୍ଚ ଛଅ ବର୍ଷ ପାଠ ପଢିବେ ଓ ଏହାପରେ କରନ ଜୋହରଙ୍କ ଆସିଷ୍ଟାଣ୍ଟ ଭାବରେ କାମ କରିପାରନ୍ତି।“

#entertainmetnt #bollywood #aryankhan

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon