• padmabati kund

ପାଦ ଦୁର୍ଗନ୍ଧ ଦୂର କରିବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର


(ବେତାର ବ୍ୟୁରୋ) ଖରାଦିନ ଆସିବା ସହିତ  ଝାଳ ବୋହିବା ସମସ୍ୟା  ଦେଖା ଦେଇଥାଏ। କିଛି ଲୋକଙ୍କର ଶରୀର ବିଭିନ୍ନ ଅଂଶରୁ ଝାଳ ବୋହିବା ସହିତ ପାଦରୁ ମଧ୍ୟ ଝାଳ ବୋହିଥାଏ। ପାଦରେ ଥିବା ବ୍ୟାକ୍ଟେରିଆ ସହିତ ଏହି ଝାଳ ମିଶିବା ପରେ ପାଦରୁ ଦୁର୍ଗନ୍ଧ ବାହାରିଥାଏ। ଏଥିପାଇଁ ଲୋକଙ୍କ ଆଗରେ ଲଜ୍ଜିତ ହେବାକୁ ମଧ୍ୟ ପଡିଥାଏ। 

ପାଦ ଝାଳେଇବା ସମସ୍ୟାକୁ ବ୍ରୋମିହାଇଡ୍ରୋସିସ କୁହାଯାଇଥାଏ। ଖାସ କରି ଯେଉଁ ମାନଙ୍କର ପାଦରୁ ଝାଳ ଶୁଖିନଥାଏ ସେମାନଙ୍କଠାରେ ଏହି ପାଦ ଦୁର୍ଗନ୍ଧ ସମସ୍ୟା ଦେଖାଦେଇଥାଏ।

ଯଦି ଖରାଦିନେ ଆପଣଙ୍କ ଠାରେ ମଧ୍ୟ ଏହି ସମସ୍ୟା ଦେଖାଦେଉଛି ତେବେ କିଛି ଘରୋଇ ଉପଚାର ସାହାଯ୍ୟରେ ଏହାକୁ ଦୂର କରିପାରିବେ। ଆସନ୍ତୁ ଜାଣିବା ସେଗୁଡିକ କଣ।

୧.ଜୋତା ଓ ମୋଜା ସଫା ରଖନ୍ତୁ: ପାଦରୁ ଦୁର୍ଗନ୍ଧ ଦୂର କରିବା ପାଇଁ ସବୁବେଳେ ନିଜ ମୋଜା ଓ ଜୋତାକୁ ସଫା ରଖନ୍ତୁ। ଏପରି ମୋଜାର ବ୍ୟବହାର  କରନ୍ତୁ ଯାହାକି ଆପଣଙ୍କର ପାଦରୁ ବାହାରୁଥିବା ଝାଳକୁ ଶୋଷି ପାରୁଥିବ। କପଡାର ଜୋତା ବ୍ୟବହାର କରୁଥିଲେ ଏହାକୁ କିଛିଦିନ ବ୍ୟବଧାନରେ ଧୁଅନ୍ତୁ ଓ ଚମଡାର ଜୋତା ବ୍ୟବହାର କରୁଥିଲେ ଏହାକୁ କିଛି ସମୟ ପାଇଁ ଖରାରେ ଶୁଖାନ୍ତୁ।

୨.ଲୁଣପାଣିରେ ଗୋଡ ଧୁଅନ୍ତୁ: ପାଦକୁ ନିୟମିତ ଭାବରେ ଅଧଘଣ୍ଟା ପାଇଁ ଲୁଣ ମିଶିଥିବା ଉଷୁମ ପାଣିରେ ବୁଡାଇ ରଖନ୍ତୁ। ଏହାପରେ ପାଦକୁ ନରମ ଟାୱେଲରେ ପୋଛି ଦିଅନ୍ତୁ। ଏହାପରେ ଜୋତା ପିନ୍ଧନ୍ତୁ। ଲୁଣପାଣି ପଦାକୁ ଶୁଷ୍କ କରିଥାଏ, ଯାହାଫଳରେ ପଦରୁ ଝାଳ ବାହାରି ନଥାଏ।

୩.ଟାଲକମ୍ ପାଉଡର ବ୍ୟବହାର କରନ୍ତୁ: ଯଦି ଆପଣଙ୍କ ପାଦରୁ ବହୁତ ଅଧିକ ଦୁର୍ଗନ୍ଧ ବାହାରୁଥାଏ ତେବେ ଏହି ସମସ୍ୟାକୁ ତୁରନ୍ତ ଦୂର କରିବା ପାଇଁ ଟାଲକମ୍ ପାଉଡରର ବ୍ୟବହାର କରିପାରିବେ। ଏହାଦ୍ଵାରା ଆପଣଙ୍କ ପାଦରୁ ଦୁର୍ଗନ୍ଧ ଦୂର ହୋଇଯିବ।

୪.ଚା’ ପତି: ପାଦ ଦୁର୍ଗନ୍ଧ ସମସ୍ୟାକୁ ଦୂର କରିବା ପାଇଁ ଚା’ ପତିର ବ୍ୟବହାର କରିପାରିବେ। ଏକ କୁଣ୍ଡରେ ଅଳ୍ପ ଉଷୁମ ଗରମ ପାଣି ନେଇ ସେଥିରେ ଚା’ ପତି ମିଶାନ୍ତୁ। ଏହି ପାଣିରେ ପାଦକୁ କିଛି ସମୟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ। ନିୟମିତ ଭାବରେ ଏପରି କଲେ ଆପଣଙ୍କ ସମସ୍ୟା ଦୂର ହେବ।

୫.ଲେମ୍ବୁ: ଲେମ୍ବୁ ରସ ମଧ୍ୟ ଆପଣଙ୍କ ପାଦ ଦୁର୍ଗନ୍ଧ ଦୂର କରିବା ପାଇଁ ବେଶ ଉପଯୋଗୀ ଅଟେ। ଏଥିପାଇଁ ଲେମ୍ବୁରସକୁ  ପାଦରେ କିଛି ସମୟ ଲଗାଇ ରଖନ୍ତୁ ଓ ଏହାପରେ ପାଦକୁ ଧୋଇଦିଅନ୍ତୁ।

୬.ସ୍କ୍ରବ କରନ୍ତୁ: ଅଦା ଓ ଲେମ୍ବୁ ରସକୁ ମିଶାଇ ପାଦକୁ ସ୍କ୍ରବ ମଧ୍ୟ କରିପାରିବେ। ଏହି ସ୍କ୍ରବକୁ ସପ୍ତାହକୁ ଦୁଇଥର ବ୍ୟବହାର କରନ୍ତୁ। କିଛି ସମୟ ପାଦରେ ଏହାକୁ ମସାଜ କରିବା ପରେ ଧୋଇ ଦିଅନ୍ତୁ।

୭.ଆପଲ ସାଇଡର ଭିନେଗାର : ଏହା ଆପଣଙ୍କ ପାଦର ଦୁର୍ଗନ୍ଧକୁ ଖୁବ ସହଜରେ ଦୂର କରିଦେଇଥାଏ। ଏଥିପାଇଁ ଗରମ ପାଣିରେ ଅଳ୍ପ ଆପଲ ସାଇଡର ଭିନେଗାରକୁ ମିଶାଇ ପାଦକୁ ଏଥିରେ ବୁଡାଇ ରଖନ୍ତୁ। କିଛି ସମୟ ରଖିବା ପରେ ପାଦକୁ ଧୋଇଦିଅନ୍ତୁ। ସପ୍ତାହକୁ ଏପରି ଦୁଇଥର କରନ୍ତୁ।

#health #footcare #footodor #homeremedies

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon