• ବେତାର ବ୍ୟୁରୋ

ରାଶିଫଳ : ଏ ସପ୍ତାହରେ ହେବ ଦୁଇଟି ଗ୍ରହ ଚଳନ, ଜାଣନ୍ତୁ ପ୍ରଭାବ


(ବେତାର ବ୍ୟୁରୋ) ହିନ୍ଦୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସପ୍ତାହର ଆରମ୍ଭ ଫାଲ୍ଗୁନ ମାସ ଶୁକ୍ଲପକ୍ଷର ଦ୍ଵାଦଶୀ ତିଥିରେ ହେଉଛି ଓ ସପ୍ତାହର ଅନ୍ତ ଚୈତ୍ରମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ହେବ। ଫାଲ୍ଗୁନ ମାସର ଏହି ସପ୍ତାହରେ ଚନ୍ଦ୍ରଦେବ କର୍କଟ, ସିଂହ, କନ୍ୟା  ଓ ତୁଳା ରାଶିରେ ଗୋଚର କରିବେ। ଏହି ସମୟରେ ଚନ୍ଦ୍ରଦେବ ଅଶ୍ଳେଷା, ମଘା, ପୂର୍ବାଫାଲ୍ଗୁନୀ, ଉତ୍ତରାଫାଲ୍ଗୁନୀ, ହସ୍ତ,ଚିତ୍ରା, ସ୍ଵାତି ଓ ବିଶାଖା ନକ୍ଷତ୍ରରେ ପ୍ରଭାବ ପକାଇବେ। ଏହାବ୍ୟତୀତ ସପ୍ତାହର ମଧ୍ୟ ଭାଗରେ ମଙ୍ଗଳଗ୍ରହ ମେଷରାଶିରୁ ବୃଷରାଶିରେ ଗୋଚର କରିବେ ଓ ଶୁକ୍ର ଗ୍ରହ କୁମ୍ଭ ରାଶିରେ ପ୍ରବେଶ କରିବେ। ଏହାର ପ୍ରଭାବ ସମସ୍ତ ବାରଟି ରାଶି ଉପରେ ପଡିବ।

ମେଷ: ସପ୍ତାହର ଆରମ୍ଭରୁ କୌଣସି କଥାକୁ ନେଇ ବିରକ୍ତ ହେବେ। ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। କୌଣସି କଥାରେ ଜିଦ୍ଦି କରନ୍ତୁ ନାହିଁ ଓ ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ। ନୂତନ ଜମି କିଣିପାରନ୍ତି। ଆୟ ବୃଦ୍ଧି ପାଇବ।

ବୃଷ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ ଓ ନିଜ ବ୍ୟବହାର ପାଇଁ ପ୍ରଶଂସିତ ହେବେ। ପରିବାର ମଧ୍ୟରେ ସୁଖଶାନ୍ତି ବଜାୟ ରହିବ। ନୂଆ ନୂଆ କଥା ଶିଖିବା ପାଇଁ ଆଗ୍ରହ ବଢିବ। ସନ୍ତାନଙ୍କୁ ନେଇ ଚିନ୍ତିତ ରହିବେ। ଭାଇଭଉଣୀଙ୍କ ସହିତ ଝଗଡା କରନ୍ତୁ ନାହିଁ।

ମିଥୁନ: ସମସ୍ତ କାର୍ଯ୍ୟକୁ ଆଗ୍ରହର ସହ କରିବେ। ମାନସିକ ଦୁଶ୍ଚିନ୍ତା ବଢିପାରେ। ଭାଗୀଦାରୀ ବ୍ୟବସାୟରେ ସମସ୍ୟା ଦେଖାଦେବ। ଭାବିଛିନ୍ତି ନିଷ୍ପତ୍ତି ନିଅନ୍ତୁ। ଚାକିରୀରେ ପଦୋନ୍ନତି ହୋଇପାରେ। ପରିବାରରେ ହସଖୁସିର ବାତାବରଣ ରହିବ।

କର୍କଟ: ମନ ଅଶାନ୍ତି ରହିବ ଓ କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଆୟ ବୃଦ୍ଧି ପାଇବ ଓ ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ଅନେକ ସମୟରୁ ଅଟକି ରହିଥିବା କାମ ପୁରା ହେବ। ପ୍ରତିଯୋଗୀତାମୂଳକ ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କୁ ସଫଳତା ମିଳିବ।

ସିଂହ: ଖର୍ଚ୍ଚ ବୃଦ୍ଧି ପାଇବ ଓ ଏହା ସହିତ ଆମଦାନୀରେ ମଧ୍ୟ ବୃଦ୍ଧି ଦେଖାଦେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ପଦୋନ୍ନତି ହୋଇପାରେ। ପରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ସନ୍ତାନଙ୍କୁ  ନେଇ ଚିନ୍ତିତ ରହିବେ।

କନ୍ୟା: ପାରିବାରିକ ଜୀବନରେ  ଅଶାନ୍ତି ଦେଖାଦେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍ମକ୍ଷେତ୍ରରେ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିବେ ଓ ପରିବାରକୁ ସମୟ ଦେଇପାରିବେ ନାହିଁ। ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ।

ତୁଳା: କର୍ମକ୍ଷେତ୍ରରେ କଠିନ ପରିଶ୍ରମର ସୁଫଳ ପାଇବେ। ପରିବାର ମଧ୍ୟରେ ସୁଖଶାନ୍ତି ବଜାୟ ରହିବ। ସ୍ୱାସ୍ଥ୍ୟ ସମସ୍ୟା ଲାଗିରହିବ। ଶତ୍ରୁଙ୍କୁ ଜୟ କରିବେ। ବହୁଦିନରୁ ଅଧା ରହିଥିବା ଆଶା ପୂରଣ ହେବ। ଛାତ୍ରଛାତ୍ରୀମାନଙ୍କୁ ସୁଫଳ ମିଳିବ।

ବିଛା: ଦୁରସ୍ଥାନକୁ ଯାତ୍ରା ଯୋଗ ରହିଛି। କାର୍ଯ୍ୟକ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ। ଆତ୍ମବିଶ୍ଵାସ ବୃଦ୍ଧି ପାଇବ। ସାନ ଭାଇଭଉଣୀଙ୍କ ଠାରୁ ଆର୍ଥିକ ସହାୟତା ପାଇବେ। ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ସକାରାତ୍ମକ ଚିନ୍ତାଧାରା ବୃଦ୍ଧି ପାଇବ।

ଧନୁ: ଏହି ସପ୍ତାହରେ ଆପଣଙ୍କ ମାନସିକ ଦୁଃଶ୍ଚିନ୍ତା ବଢିବ। ହଠାତ ଆପଣଙ୍କ ଜୀବନରେ କିଛି ଦୁର୍ଘଟଣା ଘଟିପାରେ। ଏପରି ସମୟରେ ଧୈର୍ଯ୍ୟ ରଖନ୍ତୁ। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। ନୂତନ ଗାଡି କିଣିପାରନ୍ତି।

ମକର: ବ୍ୟାପାରରେ ଲାଭ ମିଳିବ ଓ ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ପଡିବ। ଆପଣଙ୍କ ମଧ୍ୟରେ ସାହସ ଓ ପରାକ୍ରମ ବୃଦ୍ଧି ପାଇବ। ଯାତ୍ରା ଯୋଗ ରହିଛି।

କୁମ୍ଭ: ଅଯଥା କାରଣରେ କାହା ସହିତ ଝଗଡା ହୋଇପାରେ ଓ ଆପଣଙ୍କ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସଫଳତା ପାଇବେ କାମ ପାଇଁ ପ୍ରଶଂସିତ ହେବେ। ସନ୍ତାନଙ୍କୁ ନେଇ ଚିନ୍ତିତ ରହିବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

ମୀନ: ଆପଣଙ୍କ ମନ ବିଚଳିତ ରହିବ। ସଠିକ ସମୟରେ କାର୍ଯ୍ୟକୁ ସଂପୂର୍ଣ୍ଣ କରିପାରିବେ ନାହିଁ। ଆପଣଙ୍କ ଖର୍ଚ୍ଚ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ବ୍ୟସ୍ତ ରହିବେ। ପରିବାରକୁ ସମୟ ଦେଇପାରିବେ ନାହିଁ। ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମର ସୁଫଳ ମିଳିବ।  

 (ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

#astrology #horoscope #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon