• ବେତାର ବ୍ୟୁରୋ

କେନ୍ଦୁଝର ଜିଲ୍ଲାରେ 57ଟି ଶିକ୍ଷକ ନିଯୁକ୍ତି ସୁଯୋଗ,ଜାଣନ୍ତୁ ଆବେଦନ ପ୍ରକ୍ରିୟା


(ବେତାର ବ୍ୟୁରୋ) କେନ୍ଦୁଝର ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଅଧୀନରେ ଥିବା ବିଦ୍ୟାଳୟରେ 57ଟି ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷା ସହାୟକ ପଦରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଇଛି। ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ଚୁକ୍ତିଭିତ୍ତିକ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ମୋଟ 57ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ BA.BED ପଦ ପାଇଁ 19ଟି, BSc.BED ପାଇଁ 20ଟି, CT ପାସ ପ୍ରାର୍ଥୀଙ୍କ ପାଇଁ 18ଟି ପଦ ରହିଛି।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବା ପାଇଁ ଚାହୁଁଥିବା ପ୍ରାର୍ଥୀ ଏପ୍ରିଲ 10 ତାରିଖ ସନ୍ଧ୍ୟା 5 ମଧ୍ୟରେ ଆବେଦନ କରିପାରିବେ।

ଦରମା

ଏହି ଚୁକ୍ତିଭିତ୍ତିକ ଜୁନିୟର ଶିକ୍ଷକ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.7,400 ଦରମା ପ୍ରଦାନ କରାଯିବ।

ବୟସସୀମା

ଏହି ପଦରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ମାର୍ଚ୍ଚ 1, 2019 ସୁଦ୍ଧା ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 35ବର୍ଷ ମଧ୍ୟରେ ହୋଇଥିବା ଅବଶ୍ୟକ। ଅନୁସୂଚିତ ଜାତି, ଜନଜାତି, ମହିଳା ପ୍ରାର୍ଥୀ , ଓବିସି ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ କୋହଳ କରାଯାଇଥିବା ବେଳେ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ ବୟସସୀମା 10ବର୍ଷ କୋହଳ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ଚୁକ୍ତିଭିତ୍ତିକ ଶିକ୍ଷକ ପଦ ଗୁଡିକରେ ଆବେଦନ କରିବା ପାଇଁ ପ୍ରାର୍ଥୀ ଗ୍ରାଜୁଏସନରେ 50%ରୁ ଅଧିକ ମାର୍କ ରଖି ପାସ କରିଥିବା ଆବଶ୍ୟକ, ଏହାସହିତ ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ବି.ଏଡ ପାସ କରିଥିବା ଆବଶ୍ୟକ। ଏହାବ୍ୟତୀତ ଓଡିଶା ସେକେଣ୍ଡାରୀ ଟିଚର ଏଲିଜିବିଲିଟି ଟେଷ୍ଟ ପାସ କରିଥିବା ଆବଶ୍ୟକ।

ଶିକ୍ଷା ସହାୟକ ପଦରେ ଆବେଦନ କରିବା ପାଇଁ ଯୁକ୍ତଦୁଇ ପାସ କରିବା ସହିତ ସି.ଟି ଓ ଓଡିଶା ଟିଚର ଏଲିଜିବିଲିଟି ଟେଷ୍ଟ ପାସ କରିଥିବା ଆବଶ୍ୟକ।

ଆବେଦନ ଫି

ଆଗ୍ରହୀ ପ୍ରାର୍ଥୀ ମାନେ ଆବେଦନ ଫି ବାବଦକୁ କେନ୍ଦୁଝର ଜିଲ୍ଲା ଉନ୍ନୟନ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଟ.100ର ଚାଲାଣ କାଟିବାକୁ ପଡିବ। ଅନୁସୂଚିତ ଜାତି, ଜନଜାତି ଓ ଶାରୀରିକ ଭାବେ ଅକ୍ଷମ ପ୍ରାର୍ଥୀଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ।

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ପ୍ରଥମେ କେନ୍ଦୁଝର ଜିଲ୍ଲା ଉନ୍ନୟନ ଅଧିକାରୀଙ୍କର ଅଫିସିଆଲ ୱେବସାଇଟ www.kendujhar.nic.in ରେ ଲଗଇନ କରି ଆବେଦନ ଫର୍ମକୁ ଡାଉନଲୋଡ କରନ୍ତୁ। ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଜେରକ୍ସ ସହିତ ଏହି ଆବେଦନ ଫର୍ମ ପୂରଣ କରି କେନ୍ଦୁଝର ଜିଲ୍ଲା ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ (the District Welfare Officer, Keonjhar, PIN-758001)ଠିକଣାରେ ରେଜିଷ୍ଟ୍ରର ପୋଷ୍ଟ କିମ୍ବା ସ୍ପିଡ ପୋଷ୍ଟ ମାଧ୍ୟମରେ ପଠାଇବେ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ କେନ୍ଦୁଝର ଜିଲ୍ଲା ଉନ୍ନୟନ ଅଧିକାରୀଙ୍କର ଅଫିସିଆଲ ୱେବସାଇଟ www.kendujhar.nic.in ରେ ଲଗଇନ କରନ୍ତୁ।

#jobs #governmentjobs #teacherjobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon