• padmabati kund

ପାଞ୍ଚ ହଜାର ଟଙ୍କାରୁ କମ୍ ମୂଲ୍ୟରେ ଆସିଲା ରେଡ ମି ଗୋ ସ୍ମାର୍ଟଫୋନ, ଏମିତି ରହିଛି ଫିଚର


(ବେତାର ବ୍ୟୁରୋ) ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମି ତରଫରୁ ଏହାର ସବୁଠାରୁ ଶସ୍ତା ଓ ପ୍ରଥମ ଆଣ୍ଡ୍ରଏଡ ଗୋ ସ୍ମାର୍ଟଫୋନକୁ ମଙ୍ଗଳବାର ଭାରତରେ ଲଞ୍ଚ କରାଯାଇଛି। ପ୍ରଥମ ଥର ପାଇଁ ସ୍ମାର୍ଟଫୋନ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ସ୍ମାର୍ଟଫୋନ ସବୁଠାରୁ ଭଲ ଅପ୍ସନ ଅଟେ।

ସାଓମିର ଏହି ନୂଆ ସ୍ମାର୍ଟଫୋନ Redmi Goର ମୂଲ୍ୟ ଟ.4,999 ରହିଛି। ଯାହା ଫଳରେ ଲୋକମାନେ କମ ବଜେଟରେ ଏକ ସ୍ମାର୍ଟଫୋନ କିଣିପାରିବେ। ଏହି ମୂଲ୍ୟରେ Redmi Goର 1ଜିବି ରାମ ଓ 8ଜିବି ଷ୍ଟୋରେଜ ଥିବା ସ୍ମାର୍ଟଫୋନ ମିଳିବ। ଏହାର ପ୍ରଥମ ସେଲ ଆସନ୍ତା ମାର୍ଚ୍ଚ 22 ତାରିଖ ଅପରାହ୍ନ 12ଟା ସମୟରେ mi.com, flipkart ଓ mi Home ରେ ଅନୁଷ୍ଠିତ ହେବ।

ଏହି ସ୍ମାର୍ଟଫୋନରେ ଗୁଗୁଲ ଦ୍ଵାରା ପ୍ରସ୍ତୁତ ମୋବାଇଲ ଅପରେଟିଙ୍ଗ ସିଷ୍ଟମ Android Go ଦିଆଯାଇଛି। ଏଥିରେ ଏପରି ଅନେକ ଆପ୍ ରହିଛି ଯାହାକି କେବଳ Android Go ପାଇଁ ଡିଜାଇନ କରାଯାଇଛି। ଏଥିରେ କେବଳ ଲାଇଟ୍ ଆପ୍ ନୁହେଁ ବରଂ ଗୁଗୁଲ ପ୍ଲେଷ୍ଟୋର ଜରିଆରେ ଯେକୌଣସି ଆପ୍ ଡାଉନଲୋଡ କରିପାରିବେ।

ଫିଚର

ସାଓମିର ଏହି ନୂଆ ସ୍ମାର୍ଟଫୋନ Redmi goରେ 5ଇଞ୍ଚ (12.7ସେମି)ର HD ଡିସପ୍ଲେ ରହିଛି। ଫୋନରେ ନାଇଟ ଲାଇଟ ଫିଚର ମଧ୍ୟ ରହିଛି। ଏହି ଫିଚର ରାତିରେ ଆପଣଙ୍କ ମୋବାଇଲର ବ୍ରାଇଟନେସକୁ ଆପେ ଆପେ ନିୟନ୍ତ୍ରିତ କରିବ। ଯାହାଫଳରେ ଆପଣଙ୍କ ଆଖି ଉପରେ ମୋବାଇଲରୁ ବାହାରୁଥିବା ବ୍ଲୁ ଲାଇଟର କମ ପ୍ରଭାବ ପଡିବ।

ଏହି ସ୍ମାର୍ଟଫୋନରେ ଦୁଇଟି ସିମ ପକାଇ ପାରିବେ ଓ ମାଇକ୍ରୋ ଏସ.ଡି କାର୍ଡ ପାଇଁ ମଧ୍ୟ ସ୍ଲଟ ଦିଆଯାଇଛି। ମାଇକ୍ରୋ ଏସ.ଡି କାର୍ଡ ଜରିଆରେ ଆପଣ ଫୋନର ଷ୍ଟୋରେଜକୁ 128ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଏଥିରେ 3000mAhର ବ୍ୟାଟେରୀ ରହିଛି।

ଫଟୋ ଉଠାଇବା ପାଇଁ ଏଥିରେ 8ମେଗାପିକ୍ସେଲର ରିୟର କ୍ୟାମେରା ଓ ସେଲଫି ପାଇଁ A1 ବ୍ୟୁଟି ସହିତ 5ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଏଥିରେ MapsGo, GmailGo ଓ YoutubeGo ପରି ଆପ୍ ରହିଛି। ଏହାସହିତ ଏଥିରେ 20ରୁ ଅଧିକ ଆଞ୍ଚଳିକ ଭାଷା ସପୋର୍ଟ କରିବ ଓ ହିନ୍ଦୀ ଭାଷାରେ ଗୁଗୁଲ ଆସିଷ୍ଟାଣ୍ଟ ମଧ୍ୟ ରହିଛି। ନୀଲ ଓ କଳା ରଙ୍ଗରେ ଏହି ଫୋନଟି ଉପଲବ୍ଧ ହେବ।

ବିଶେଷ କରି ଯେଉଁମାନେ ଫିଚର ଫୋନରୁ ସ୍ମାର୍ଟଫୋନ ବ୍ୟବହାର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ସ୍ମାର୍ଟଫୋନକୁ ବ୍ୟବହାର କରିବା ବହୁତ ସହଜ ହେବ। କାରଣ ଏଥିରେ ଥିବା ଅପରେଟିଂ ସଫ୍ଟୱେର ଗୁଗୁଲ ଆଣ୍ଡ୍ରଏଡ ଗୋ ବ୍ୟବହାର କରିବା ପାଇଁ ବହୁତ ସହଜ ଅଟେ।

#mobile #redmigo #xiomi #budgetsmartphone

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon