• padmabati kund

ଭଂଶାଲୀଙ୍କ ଆଗାମୀ ଫିଲ୍ମରେ ସଲମାନଙ୍କ ସହିତ ଅଭିନୟ କରିବେ ଆଲିଆ


(ବେତାର ବ୍ୟୁରୋ) ବଲିଉଡ ଇଣ୍ଡଷ୍ଟ୍ରୀରେ ଗତ କିଛିଦିନ ହେବ ଲଗାତାର ସଞ୍ଜୟଲୀଳା ଭଂଶାଲୀ ଓ ସଲମାନ ଖାନଙ୍କ ଫିଲ୍ମକୁ ନେଇ ଖୁବ ଚର୍ଚ୍ଚା ଲାଗିରହିଛି। ତେବେ ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ଭଂଶାଲି ଫିଲ୍ମ ତରଫରୁ ଏହି ଫିଲ୍ମର ନାମ ଓ କଳାକାରଙ୍କ ନାମ ଘୋଷଣା କରାଯାଇଛି। ସଞ୍ଜୟଲୀଳା ଭଂଶାଲିଙ୍କ ଏହି ଫିଲ୍ମରେ ସଲମାନ ଖାନଙ୍କ ସହିତ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିବ।

ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ଏହି ଖବର ଉପରେ ମୋହର ଲଗାଇଛନ୍ତି ଓ ଟ୍ଵିଟର ଆକାଉଣ୍ଟରେ ଏନେଇ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ସେ ଏହି ଟ୍ଵିଟରେ ଲେଖିଛନ୍ତି, “ସଞ୍ଜୟ ସାର ଓ ସଲମାନ ଖାନଙ୍କ ଯୋଡି ଖୁବ ଚମତ୍କାର ଅଟେ ଓ ‘ଇଂଶାଲ୍ଲାହ’ ନାମକ ଏହି ସୁନ୍ଦର ଯାତ୍ରାରେ ସାମିଲ ହେବା ପାଇଁ ବହୁତ ଉତ୍ସୁକ ଅଛି।“

ଏହାସହିତ ସଞ୍ଜୟଲୀଳା ଭଂଶାଲିଙ୍କ ସହିତ କାମ କରିବାକୁ ନେଇ ସେ ଲେଖିଛନ୍ତି, “ଯେତେବେଳେ ମୁଁ ନଅ ବର୍ଷର ଥିଲି ସେତେବେଳେ ପ୍ରଥମ ଥର ପାଇଁ ସଞ୍ଜୟଲୀଳା ଭଂଶାଲିଙ୍କ କାର୍ଯ୍ୟାଳୟକୁ ଯାଇଥିଲି। ଅଡିସନ ପାଇଁ ଆସିଥିବା ସମସ୍ତ କଳାକାର ଚିନ୍ତିତ ଥିଲେ ଓ ମୁଁ ପ୍ରାର୍ଥନା କରୁଥିଲି ଯେ ସେ ମତେ ତାଙ୍କ ଆଗାମୀ ଫିଲ୍ମ ପାଇଁ ବାଛିବେ। ଏଥିପାଇଁ ବହୁତ ସମୟ ଅପେକ୍ଷା କରିବାକୁ ପଡିଲା।“

ତେବେ ଏହି ଫିଲ୍ମଟି ମିଳିତ ଭାବରେ ସଲମାନ ଖାନ ଫିଲ୍ମ୍ସ ଓ ଭଂଶାଲି ପ୍ରଡ଼କ୍ସନ ଦ୍ଵାରା ନିର୍ମାଣ କରାଯିବ। ଏହି ଫିଲ୍ମ ଜରିଆରେ ସଲମାନ ଖାନ ଓ ସଞ୍ଜୟଲୀଳା ଭଂଶାଲି ଦୀର୍ଘ ୨୦ବର୍ଷ ପରେ ଏକାଠି କାମ କରିବାକୁ ଯାଉଛନ୍ତି। ୨୦ବର୍ଷ ପୂର୍ବରୁ ସଲମାନ ଖାନ ଓ ସଞ୍ଜୟଲୀଲା ଭଂଶାଲିଙ୍କ ‘ହମ ଦିଲ ଦେ ଚୁକେ ସନମ’ ସୁପରହିଟ ହୋଇଥିଲା।

ଏନେଇ ସଲମାନ ଖାନ ଏକ ଟ୍ଵିଟରେ କହିଛନ୍ତି, “୨୦ବର୍ଷ ପରେ ସଞ୍ଜୟ ଓ ମୁଁ ଏକାଠି ତାଙ୍କର ଆଗାମୀ ଫିଲ୍ମ ‘ଇଂଶାଲ୍ଲାହ’ରେ କାମ କରିବାକୁ ଯାଉଛୁ। ଆଲିଆଙ୍କ ସହିତ ଏକାଠି କାମ କରିବାକୁ ନେଇ ବହୁତ ଉତ୍ସାହିତ ଅଛି।“ ଏହାପୂର୍ବରୁ ସଲମାନଙ୍କ ସହିତ ଏହି ଫିଲ୍ମରେ କାଟ୍ରିନା କୈଫ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା, ମାତ୍ର ଏହି ଫିଲ୍ମରେ ସଲମାନଙ୍କୁ ୨୬ବର୍ଷୀୟ ଆଲିଆଙ୍କ ସହିତ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ।

ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରୀରେ ପ୍ରାୟ ସବୁ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଥିବା ଆଲିଆ ଭଟ୍ଟଙ୍କ ହାତରେ ଫିଲ୍ମର ଲମ୍ବା ଲାଇନ ଲାଗିଛି। ନିକଟରେ ସେ ‘ବାହୁବଳୀ’ର ନିର୍ମାତା ଏସ.ଏସ. ରାଜାମୌଲିଙ୍କର ଆଗାମୀ ଫିଲ୍ମ ‘ଆରଆରଆର” ସାଇନ୍ କରିଛନ୍ତି। ଏହାବ୍ୟତୀତ ଆଲିଆଙ୍କ ଅଭିନୀତ ଫିଲ୍ମ ‘କଳଙ୍କ’ ରିଲିଜ ଅପେକ୍ଷାରେ ରହିଛି ଓ ଫ୍ୟାନମାନଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ହେଉଛି। ଏହାବ୍ୟତୀତ ଆଲିଆଙ୍କୁ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

#entertainment #bolywood #aliabhatt #salmankhan #sanjayleelabhansali

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon