• padmabati kund

ମାତ୍ର ଟ.୫୦ ଦେଇ ମଗେଇହେବ  ହଜି ଯାଇଥିବା ଆଧାର କାର୍ଡ, ଜାଣନ୍ତୁ ପ୍ରକ୍ରିୟା


(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ସମସ୍ତ କାମ ପାଇଁ ଆଧାର କାର୍ଡ ବହୁତ ଜରୁରୀ ହୋଇଯାଇଛି। ୟୁନିକ ଆଇଡେଣ୍ଟିଫିକେସନ ଅଥରୀଟି ଅଫ ଇଣ୍ଡିଆ (UIDAI) ତରଫରୁ ଯାଞ୍ଚ କରାଯିବା ପରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି ବାରଅଙ୍କ ବିଶିଷ୍ଟ ଆଧାର ନମ୍ବର ପ୍ରଦାନ କରାଯାଇଥାଏ। ଯଦି କୌଣସି କାରଣ ବଶତଃ ଆପଣଙ୍କ ଆଧାର କାର୍ଡ ହଜିଯାଏ ତେବେ UIDAIର ଅନଲାଇନ ୱେବସାଇଟରେ ଯାଇ, ଆଧାର କାର୍ଡ ସହିତ ପଞ୍ଜୀକୃତ ହୋଇଥିବା ମୋବାଇଲ ନମ୍ବର ଦେଇ ପୁଣିଥରେ ଆଧାରକାର୍ଡ ପାଇପାରିବେ।

କିନ୍ତୁ ଯଦି ଆପଣଙ୍କର ଆଧାର କାର୍ଡ ସହିତ ମୋବାଇଲ ନମ୍ବର ପଞ୍ଜୀକୃତ ହୋଇନାହିଁ ତେବେ ଅନଲାଇନରୁ ପୁଣିଥରେ ଆଧାର କାର୍ଡ କାଢି ପାରିବେ ନାହିଁ ଓ ଏଥିପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ମାତ୍ର ଏଥିପାଇଁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ବର୍ତ୍ତମାନ ଆଧାର କାର୍ଡ ସହିତ ମୋବାଇଲ ନମ୍ବର ପଞ୍ଜୀକୃତ ନକରି ମଧ୍ୟ ଆଧାରକାର୍ଡ ପୁଣିଥରେ ପାଇପାରିବେ।

UIDAI ତରଫରୁ ଏହି ସୁବିଧା ଆରମ୍ଭ କରାଯାଇଛି। ଏଥିପାଇଁ ଆପଣଙ୍କୁ ବର୍ତ୍ତମାନ ବ୍ୟବହାର କରୁଥିବା ମୋବାଇଲ ନମ୍ବର ଦେବାକୁ ପଡିବ ଓ ଏହି ମୋବାଇଲକୁ UIDAI ତରଫରୁ ଏକ OTP ପଠାଯିବ। ଏହି OTP ଦେଇ ଆପଣ ନିଜ ଆଧାର କାର୍ଡକୁ ପୁଣି ଥରେ ପାଇ ପାରିବେ।

ଆଧାର ରିପ୍ରିଣ୍ଟ କିପରି କରିବେ

1.ହଜି ଯାଇଥିବା ଆଧାର କାର୍ଡକୁ ପୁଣିଥରେ କାଢିବା ପାଇଁ ଆପଣଙ୍କୁ ପ୍ରଥମେ ୟୁନିକ ଆଇଡେଣ୍ଟିଫିକେସନ ଅଥରୀଟି ଅଫ ଇଣ୍ଡିଆ (UIDAI)ର ୱେବସାଇଟ uidai.gov.in ଖୋଲିବାକୁ ପଡିବ।

2.ଏହାପରେ ମୁଖ୍ୟ ପେଜରେ ଥିବା My Aadhar ଅପ୍ସନରୁ ଆଧାର ରିପ୍ରିଣ୍ଟ (Aadhar Reprint) ଅପ୍ସନ ଉପରେ କ୍ଲିକ କରନ୍ତୁ।

3.ଏହାପରେ ଆପଣଙ୍କୁ ନିଜ ଆଧାର ନମ୍ବର ଦେବାକୁ ପଡିବ ଓ ମଗାଯାଇଥିବା ଅନ୍ୟାନ୍ୟ ଆବଶ୍ୟକୀୟ ତଥ୍ୟ ମଧ୍ୟ ପୂରଣ କରିବାକୁ ପଡିବ।

4.ସମସ୍ତ ତଥ୍ୟ ପୂରଣ କରିବା ପରେ ଭେରିଫିକେସନ ପାଇଁ ନିଜ ମୋବାଇଲ ନମ୍ବର ଦିଅନ୍ତୁ। ମୋବାଇଲ ନମ୍ବର ଦେବା ପରେ ଆପଣଙ୍କ ମୋବାଇଲ ନମ୍ବରକୁ ଏକ OTP ଆସିବ। ଏହି OTPକୁ ଲେଖନ୍ତୁ।

5.ଏହାପରେ ଆଧାର ଆପଣଙ୍କ ଘର ଠିକଣାରେ ମଗେଇବା ପାଇଁ 50ଟଙ୍କା ପଇଠ କରିବାକୁ ପଡିବ। ଏହି ଟଙ୍କା ପଇଠ କରିବା ପରେ ଆପଣଙ୍କୁ ଏକ Service Request Number ମିଳିବ। ଏହି 14ଅଙ୍କ ବିଶିଷ୍ଟ ନମ୍ବର ସାହାଯ୍ୟରେ ଆପଣ ନିଜର ଆଧାର କାର୍ଡର ଷ୍ଟାଟସ ଯାଞ୍ଚ କରିପାରିବେ।

.ଏହାପରେ ଆପଣ ଦେଇଥିବା ଘର ଠିକଣାରେ ଆପଣଙ୍କ ଆଧାର କାର୍ଡ ପଠାଇ ଦିଆଯିବ।

#aadharcard #reprintadhar #UIDAI

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon