• ବେତାର ବ୍ୟୁରୋ

ଓଡିଶା ସରକାରଙ୍କ ଯୋଜନା : ମେଡିକାଲରେ ରହିବେ 878 ସହାୟକ, ଦରମା ଟ.8,750


(ବେତାର ବ୍ୟୁରୋ) ଓଡିଶା ଷ୍ଟାଫ ସିଲେକ୍ସନ କମିଶନ (OSSC) ତରଫରୁ 878ଟି ଆୟୁର୍ବେଦିକ ଆସିଷ୍ଟାଣ୍ଟ ଓ ହୋମିଓପ୍ୟାଥିକ ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ ପ୍ରାର୍ଥୀଙ୍କୁ ଓଡିଶା ସରକାରଙ୍କ ଅଧୀନରେ ଥିବା ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଡାକ୍ତରଖାନାରେ ନିଯୁକ୍ତି ଦିଆଯିବ। ଏହି ଚାକିରୀ ଚୁକ୍ତିଭିତ୍ତିକ ଅଟେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଏପ୍ରିଲ 7 ତାରିଖ 2019 ରାତି 11.55ମିନିଟ ମଧ୍ୟରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 878ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ଆୟୁର୍ବେଦିକ ଆସିଷ୍ଟାଣ୍ଟ ପାଇଁ 435ଟି ପଦବୀ ରହିଥିବା ବେଳେ ହୋମିଓପ୍ୟାଥିକ ଆସିଷ୍ଟାଣ୍ଟ ପାଇଁ 443ଟି ପଦବୀ ରହିଛି।

ଦରମା

ଏହି ଆୟୁର୍ବେଦିକ ଆସିଷ୍ଟାଣ୍ଟ ଓ ହୋମିଓପ୍ୟାଥିକ ଆସିଷ୍ଟାଣ୍ଟ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.8,750 ଦରମା ପ୍ରଦାନ କରାଯିବ।

ବୟସସୀମା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଜାନୁୟାରୀ 1, 2017 ସୁଦ୍ଧା ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 32ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି, ଜନଜାତି, ଏସ.ଇ.ବି.ସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ ଓ ଶାରୀରିକ ଭାବେ ଅକ୍ଷମ ମହିଳାଙ୍କ ପାଇଁ 10ବର୍ଷ କୋହଳ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବୋର୍ଡ ବା ବିଶ୍ଵବିଦ୍ୟାଳୟରୁ ବିଜ୍ଞାନରେ ଯୁକ୍ତଦୁଇ ପାସ କରିଥିବା ଆବଶ୍ୟକ।

ଆବେଦନ ଫି’

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଟ.100 ଆବେଦନ ଫି’ ପଇଠ କରିବାକୁ ପଡିବ। ଏହି ଆବେଦନ ଫି’କୁ ଅନଲାଇନରେ ଡେବିଟକାର୍ଡ, କ୍ରେଡିଟ କାର୍ଡ, UPI ବା SBI ପେମେଣ୍ଟ ମାଧ୍ୟମରେ ପଠାଇ ପାରିବେ। ଅନୁସୂଚିତ ଜାତି, ଜନଜାତି ଓ ମହିଳା ପ୍ରାର୍ଥୀଙ୍କୁ କୌଣସି ଫି’ ପଇଠ କରିବାକୁ ପଡିବ ନାହିଁ।

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ଷ୍ଟାଫ ସିଲେକ୍ସନ କମିଶନର ଅଫିସିଆଲ ୱେବସାଇଟ www.ssc.gov.in ରେ ଲଗଇନ କରନ୍ତୁ। ଆବେଦନ ଫର୍ମ ପୂରଣ କରିବା ଆଗରୁ ପ୍ରଥମେ ରେଜିଷ୍ଟ୍ରେଶନ କରିବାକୁ ପଡିବ। ରେଜିଷ୍ଟ୍ରେଶନ କରିବା ପାଇଁ ‘For Regishtration’ ଅପ୍ସନ ଉପରେ କ୍ଲିକ କରନ୍ତୁ। ରେଜିଷ୍ଟ୍ରେଶନ ଫର୍ମ ଉପରେ ସମସ୍ତ ଆବଶ୍ୟକୀୟ ତଥ୍ୟ ପୂରଣ କରିବା ପରେ ସବମିଟ କରିବେ। ଏହାପରେ ଆପଣଙ୍କୁ ଏକ ‘User ID’ ଓ “Password’ ମିଳିବ।

ଏହି “User ID’ ଓ “Password’ର ବ୍ୟବହାର କରି ଆବେଦନ କରିପାରିବେ। ଆବଶ୍ୟକୀୟ ତଥ୍ୟ ପୂରଣ କରିବା ସହିତ ପାସପୋର୍ଟ ସାଇଜ ଫଟୋ ଓ ଦସ୍ତଖତର ସ୍କାନ କପି ଅପଲୋଡ କରିବାକୁ ପଡିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଷ୍ଟାଫ ସିଲେକ୍ସନ କମିଶନର ଅଫିସିଆଲ ୱେବସାଇଟ www.ssc.gov.in ରେ ଲଗଇନ କରନ୍ତୁ।  

#jobs #OSSC #governmentjobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon